ହ୍ୟୁମାନ ସାଗରଙ୍କ ନାଁରେ ଆସିଲା ସଙ୍ଗିନ୍ ଅଭି-ଯୋଗ । ଗୁ-ଣ୍ଡା ଲଗାଇ ୫ ଘଣ୍ଟା କାଳ ମା-ଡ ମା-ରିଥିଲେ… ।
ଗୁଣ୍ଡା ପାଳିଛନ୍ତି ହ୍ୟୁମାନ ସାଗର । ଟିକିଏ କିଛି କଥା କହିଲେ ମାରି ପକାଉଛନ୍ତି । ଆଗ ଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଆସିଲା ସଙ୍ଗିନ୍ ଅଭିଯୋଗ । ଲୋକ ଲଗାଇ ଗୀତିକାରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ହ୍ୟୁମାନ । ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗୀତିକାର । ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ସବୁବେଳେ ବିଭିନ୍ନ ଘଟଣାକୁ ନେଇ ବିବାଦ ଘେରରେ ରହି ଆସୁଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ ପୁଣିଥରେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି । ତାଙ୍କର ମ୍ୟାନେଜର ସାଗର ବେହେରା ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଆଜ୍ଞା ହଁ ବନ୍ଧୁଗଣ ଦୀର୍ଘଦିନର ବ୍ୟବଧାନ ପରେ ପୁଣିଥରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ସରଗରମ ହୋଇଛି ଆଲୋଚନା ।
ଗୀତିକାର ପ୍ରମୋଦ ପରିଡାଙ୍କୁ ହ୍ୟୁମାନଙ୍କ ମ୍ୟାନେଜର ସାଗର ବେହେରା ଏବଂ କିଛି ଅନ୍ୟ ବ୍ୟକ୍ତି ମିଶି ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ କଟକ ବାଦମବାଡି ଥାନାରେ ଏତଲା ଦାୟର କରିଛନ୍ତି ପ୍ରମୋଦ । ଦିନ ଥିଲା ଗୀତିକାର ପ୍ରମୋଦ ପରିଡ଼ା ଗୀତ ଲେଖୁଥିଲେ ଆଉ ହ୍ୟୁମାନ ସାଗର ତାଙ୍କ ଗୀତ ଗାଉଥିଲେ । କିନ୍ତୁ ଆଜି ଦୁର୍ଭାଗ୍ୟର କଥା ଯେ ଯେଉଁମାନେ ନିଜ ଲୋକ ସେହିମାନେ ହିଁ ତାଙ୍କୁ ଘରୁ ବାହାରକୁ ଆଣି ୫ଘଣ୍ଟା କାଳ ମାଡ଼ ମାରି ଲହୁ ଲୁହାଣ କରିପକାଇଛନ୍ତି ।
ପ୍ରମୋଦଙ୍କ କହିବାନୁଯାୟୀ, ସେ ରହୁଥିବା ପଲାମଣ୍ଡପ ସ୍ଥିତ ଭଡା ଘରେ ହ୍ୟୁମାନଙ୍କ ମ୍ୟାନେଜର ସାଗର ବେହେରା ଜଣେ ଅଜଣା ବ୍ୟକ୍ତିଙ୍କୁ ଧରି ପହଞ୍ଚିଥିଲେ । ହ୍ୟୁମାନଙ୍କ ନାମରେ ସୋସିଆଲ୍ ମିଡିଆରେ କାହିଁକି ଇଆଡୁ ସିଆଡୁ ଲେଖୁଛ ବୋଲି କହି ବନ୍ଦ ଘର ଭିତରେ ତାଙ୍କୁ ମାଡ ମାରିଥିଲେ । ଏହାପରେ ତାଙ୍କୁ ଘରୁ ଘୋଷାଡ଼ି ନେଇ ଏକ ସ୍କୁଟିରେ ବସାଇ କୁଆଡ଼େ ନେଇ ଯାଇଥିଲେ । ଏହି ଆକ୍ରମଣରେ ପ୍ରମୋଦଙ୍କ ମୁଣ୍ଡ ଆଘାତ ଲାଗିଥିବା ଜଣାପଡିଛି । ଏଥିସହ ହ୍ୟୁମାନଙ୍କ ମ୍ୟାନେଜର ପ୍ରମୋଦଙ୍କୁ ଏହା ଧମକ ଦେଇଛନ୍ତି ଯେ, ଯଦି ଆଗକୁ ହ୍ୟୁମାନଙ୍କ ନାମରେ କିଛି ଲେଖ ତେବେ ଜୀବନରୁ ମାରିଦେବୁ ।
ଘଟଣା ସମ୍ପର୍କରେ ବାଦମବାଡି ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ କଣ୍ଠଶିଳ୍ପୀ ହ୍ୟୁମାନଙ୍କର ଭୂମିକା କଣ ରହିଛି ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ହ୍ୟୁମାନ ସାଗରଙ୍କ କୌଣସି ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।