“ଯାହାର ଯାହାବି ରୋଗ ହେଇଥାଉ ମୁଁ ତାକୁ ଭଲ କରିଦେବି । ମୁଁ ସରକାରଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଇଥିଲି” : ବାବା ଆର୍ତତ୍ରାଣ ।

ଲୋକ କୁହନ୍ତି ଆଉ ସେ ନିଜେ ମଧ୍ୟ ଦାବି କରନ୍ତି ଯେ ସେ ହାତ ମାରିଦେଲେ ଲୋକଙ୍କର ରୋଗ ଭଲ ହୋଇଯାଏ । ସେଥିପାଇଁ ଅନେକ ଲୋକ ତାଙ୍କର ଭକ୍ତ ମଧ୍ୟ ସାଜିଛନ୍ତି । କିନ୍ତୁ ହାତ ମାରିଲେ ରୋଗ ଭଲ ହୋଇଯିବା କଥା ଟା ଆମେ ସହଜରେ ବିଶ୍ଵାସ କରି ପାରୁନଥିଲେ ମଧ୍ୟ କରୋନା ସମୟରୁ ତାଙ୍କ ପାଖରୁ ଶୁଣି ଆସୁଥିଲେ ଆଉ ଏଥିପାଇଁ ସେ ବହୁତ୍ ପ୍ରସିଦ୍ଧ ମଧ୍ୟ ହୋଇଥିଲେ । ଏଠାରେ କହି ପାରିବା ୟାକୁ ନେଇ ସେ ବହୁତ୍ ବିବାଦରେ ମଧ୍ୟ ଛନ୍ଦି ହୋଇ ପଡ଼ିଥିଲେ । ତେବେ ସେ ହେଉଛନ୍ତି ବାବା ଆର୍ତତ୍ରାଣ ଯିଏକି ନିଜର ଏହି କାମ ପାଇଁ ଆଜି ସେ ପରିଚିତ ।

ତେବେ ନିକଟରେ ଏକ ଉତ୍ସବରେ ତାଙ୍କ ସହିତ ସାକ୍ଷାତ୍କାର ନିଆଯାଇଥିଲା । ଯେଉଁଠି ସେ କହିଛନ୍ତି ଯେ, କିଛି ଦୈବୀଶକ୍ତି ତାଙ୍କ ପାଖରେ ଅଛି ଯାହା ଖାଲି ପାଖକୁ ଆସି ଛୁଇଁ ଦେଲେ ନୁହେଁ ଆପଣ ପୃଥିବୀରେ ଯେଉଁଠି ମଧ୍ୟ ଥାଆନ୍ତୁ ଯଦି ଆପଣଙ୍କ ଦେହ ଖରାପ୍ ହେଉଛି ତାଙ୍କ ୟୁଟ୍ୟୁବ୍ ରେ ଯେଉଁ ମନ୍ତ୍ର ଅଛି ତାକୁ ଶୁଣିଲେ ମଧ୍ୟ ଭଲ ହୋଇଯିବେ । ଆହୁରି ମଧ୍ୟ ଫୋନ୍ ଯୋଗେ ବାବା ଆର୍ତତ୍ରାଣଙ୍କ ସହିତ କଥା ହେଲେ ବି ଭଲ ହୋଇଯିବେ । ୧୦୪ ଜ୍ଵର ଥାଉ କିମ୍ଵା ଝାଡ଼ା ବାନ୍ତି ଯାହା ହୋଇଥାଉ ତାଙ୍କ ମନ୍ତ୍ର ଶୁଣିଲେ କିମ୍ଵା ତାଙ୍କ ସହ କଥା ହେଲେ ସଙ୍ଗେ ସଙ୍ଗେ ଚମତ୍କାର ଭାବରେ ଭଲ ହୋଇଯିବେ ।

ସେ କେବଳ ଓଡିଶା ନୁହେଁ ଭାରତରେ ସୀମିତ ନୁହେଁ ବରଂ ବିଦେଶକୁ ମଧ୍ୟ ଯାଇ ନିଜର ଚମତ୍କାର ଶକ୍ତି ଦ୍ଵାରା ଲୋକଙ୍କୁ ଭଲ କରୁଛନ୍ତି ବୋଲି କହିଛନ୍ତି ବାବା ଆର୍ତତ୍ରାଣ । ତେବେ କ୍ୟାନ୍ସର ଭଳି ବଡ଼ ବଡ଼ ରୋଗରେ ଆକ୍ରାନ୍ତ ହୋଇ ଯେଉଁମାନେ ମେଡିକାଲ୍ ରୁ ଫେରି ଆସିଛନ୍ତି ସେଭଳି ଲକ୍ଷ ଲକ୍ଷ ଲୋକ ତାଙ୍କ ନିକଟରୁ ଭଲ ହୋଇଛନ୍ତି । ଦୁନିଆରେ ବହୁତ୍ ଚମତ୍କାର ଶକ୍ତି ଅଛି ଯେଉଁଟା କି ସେ ନିଜେ ମଧ୍ୟ ବିଶ୍ୱାସ କରିପାରନ୍ତି ନାହିଁ ଦୈବୀଶକ୍ତି ରେ ସବୁ ସମ୍ଭବ ବୋଲି କହିଛନ୍ତି ବାବା ଆର୍ତତ୍ରାଣ ।

କରୋନା ସମୟରେ ବାବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ଆଉ ଲକ୍ଷ ଲକ୍ଷ ଲୋକଙ୍କୁ ମଧ୍ୟ କରୋନା ସମୟରେ ଭଲ କରିଥିଲେ । ବାବା କହିଛନ୍ତି ୨୦୧୧ ମସିହାରୁ ଆଜକୁ ୧୩ ବର୍ଷ ହେଲା ସେ ରୋଗୀ ସେବା କରୁଛନ୍ତି । ୨୦୧୧ ମସିହାରେ ଭଗବାନ ଶିବଙ୍କ ନିର୍ଦ୍ଦେଶ ହୋଇଥିଲା ତାଙ୍କୁ ଯେ ତାଙ୍କ ପାଖରେ ଏହି ଶକ୍ତି ଅଛି ଲୋକଙ୍କ ସେବା କରିବା ପାଇଁ । ଯେତେବେଳେ ସେ ଆରମ୍ଭ କଲେ ଲୋକେ ଟାହି ଟାପରା କରୁଥିଲେ ହଁସୁଥିଲେ କିନ୍ତୁ ଆଜି ସାରା ବିଶ୍ୱରେ ସେ ନମ୍ୱର୍ ୱାନ ଡିଭାଇନ୍ ହିଲର ଅଛନ୍ତି । କାଶୀରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top