ରାଜଧାନୀରେ ନିଆରା ବାହାଘର…ବାହା ହେବା ପାଇଁ ଏକାଥରେ ଆସିଲେ ୨୫ ବର।

ପ୍ରୟାସ ତରଫରୁ ହେଉଥିବା ସାମୁହିକ ବିବାହ ଉତ୍ସବର ଆଜି ହେଉଛି ବାହାଘରର ଦିନ। ଏଇ ଦୃଶ୍ୟକୁ ଟିକେ ଦେଖନ୍ତୁ ଏଠାରେ ଗାଡିକୁ ଗାଡି ପୁରା ଲମ୍ବା ଲାଇନ ଲାଗିଛି। ଆଉ ଏ ଗାଡି ଗୋଟେ କି ଦୁଇଟି ଗାଡି ନୁହେଁ ଏକାଥରେ ପଛକୁ ପଛ ୨୫ଟି ଗାଡି ଲାଇନରେ ଛିଡା ହୋଇଛି। ପ୍ରତ୍ୟେକଟି ଗାଡ଼ିରେ ଗୋଲାପ ଫୁଲ ସଜା ହୋଇଛି। ଆଉ ପ୍ରତିଟି ଗାଡ଼ିରେ ବର ମଧ୍ୟ ବସିଛନ୍ତି ଯାଉଛନ୍ତି ବାହାଘର ପାଇଁ କନ୍ୟା ବସିଛନ୍ତି ରାମ ମନ୍ଦିରରେ।

କନ୍ୟାକୁ ନେବା ପାଇଁ ବର ଯାତ୍ରୀ ଯାଉଛନ୍ତି ଏବଂ ଗୀତ ମଧ୍ୟ ଚାଲିଛି ପ୍ରସେସନ ମଧ୍ୟ ଚାଲିଛି। ୨୫ ଟି ଗାଡ଼ିରେ ଯାଉଛନ୍ତି ୨୫ଟି ବର। ଏଇ ସୁନ୍ଦର ଦୃଶ୍ୟ କେବଳ ଆପଣଙ୍କ ପ୍ରୟାସ ପାଇଁ ଦେଖିବାକୁ ମିଳିଛି। ସାମୁହିକ ବିବାହ ଉତ୍ସବର ଯେଉଁ ତିଥି ବାର ପଳେଇ ଆସିଛି ସେଥିପାଇଁ ଗୋଲାପ ଫୁଲରେ ସଜା ହୋଇଛି ପ୍ରତିଟି ଗାଡି। ଗୋଟେ ପରେ ଗୋଟେ ଗାଡି ଲାଇନ ଧରି ପଛକୁ ପଛ ଯାଉଛନ୍ତି ଯେଉଁ ଗାଡ଼ିରେ ବର ମାନେ ମଧ୍ୟ ବସିଛନ୍ତି ଯାଉଛନ୍ତି ତାଙ୍କର କନ୍ୟାକୁ ଆଣିବା ପାଇଁ। ଏ ଦୃଶ୍ୟ କେତେ ସୁନ୍ଦର ହୋଇଥିବ ଆପଣ କଳ୍ପନା କରି ପାରୁଥିବେ।

୨୫ ଟି ଝିଅ କନିଆ ବେଶରେ ସଜେଇ ହୋଇ ବସିଛନ୍ତି ଆଉ ୨୫ ଟି ପୁଅ ବର ବେଶରେ ତାଙ୍କୁ ଆଣିବା ପାଇଁ ଯାଉଛନ୍ତି ତେବେ କଳ୍ପନା କରନ୍ତୁ କେତେ ସୁନ୍ଦର ହୋଇଥିବ ସେ ଦୃଶ୍ୟ। ବେଦୀ ମଧ୍ୟ ସଜା ହୋଇଛି। ବରମାନେ ଯାଉଛନ୍ତି ରୋଷଣୀ କରି କନିଆ ମାନଙ୍କୁ ଆଣିବା ପାଇଁ। ବରର ଘର ଲୋକ ବର ଯାତ୍ରୀ ସମସ୍ତେ ଯାଉଛନ୍ତି।

ବର ମାନେ ବି ବହୁତ ଖୁସି ଅଛନ୍ତି ତାଙ୍କ କନିଆ ମାନଙ୍କୁ ଆଣିବା ପାଇଁ ଯାଉଛନ୍ତି। ଆଉ କନିଆମାନେ ଅପେକ୍ଷା କରି ବସିଛନ୍ତି ରାମ ମନ୍ଦିରରେ କେତେବେଳେ ତାଙ୍କ ବର ଆସିବେ ଆଉ ତାଙ୍କୁ ବୋହୁ କରି ନେଇଯିବେ। ତାଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି। ଏହା କେବଳ ପ୍ରୟାସ ପାଇଁ ସମ୍ଭବ ହୋଇପାରିଛି।

Leave a Comment

Your email address will not be published. Required fields are marked *

Scroll to Top