ବହୁତ ପ୍ରବ୍ଲେମକୁ ସଫଳତାର ସହ ଫେସ କରି ପୁଣି ଥରେ ନୂଆ ରୂପରେ ଖୋଲିଲା ସମସ୍ତଙ୍କ ପ୍ରିୟ କାରଖାନା।
ଦିନେ ଦୁଇ ଯାଆଙ୍କ କାରଖାନା ଖୋଲୁଥିଲା ରାସ୍ତା ଉପରେ। ଖୋଚାଖଚ ଭିଡ଼ ବି ହେଉଥିଲା। ଯିଏ ନାଇଁ ସିଏ ଆସୁଥିଲା କାରଣ ହାତ ରନ୍ଧା ଘର ଖାଇବା ମାତ୍ର ୭୦ ଟଙ୍କାରେ ମିଳୁଥିଲା। ହେଲେ ହଠାତ ଯେମିତି ସବୁକିଛି ବନ୍ଦ ହୋଇଗଲା। କିଏ ପୂର୍ବର ଇନଷ୍ଟାଗ୍ରାମ ଭିଡିଓ ଆଣି ଦେଖାଇଲା ତ ଆଉ କିଏ କାଗଜ ମାଗିଲେ।
ଆଖିର ଆଖିଏ ସ୍ୱପ୍ନ ନେଇ ଖୋଲିଥିବା ଦୁଇ ଯାଆଙ୍କ କାରଖାନା ହଠାତ ବନ୍ଦ ହୋଇଗଲା। ଆଉ ତାପରେ ଯେଉଁମାନେ କମ ପଇସାରେ ସ୍ଵାଦିଷ୍ଟ ଖାଦ୍ୟ ଖାଉଥିଲେ ସେମାନେ ଚାହିଁ ବସୁଥିଲେ କେବେ ଖୋଲିବ କାରଖାନା। ଏବେ ଖୋଲିଛି କାରଖାନା। ଦିନରେ ନୁହେଁ ବରଂ ଏଥର ଦିନରେ ରାତିରେ ସବୁବେଳେ ଖୋଲିବ କାରଖାନା। ଯେଉଁ ପଇସା ଦେଉଥିଲେ ସେଇ ପଇସାରେ ଖୋଲିବ କାରଖାନା।
ଏଠି ଜଣେଇ ଦେବା ପାଇଁ ଚାହିଁବୁ ମାଷ୍ଟ୍ରକେଣ୍ଟିନ ଇକୋ ବ୍ୟାଙ୍କ ଫୋଣ୍ଟରେ ଥିବା ଭେଣ୍ଡିଂଜନରେ ଵୋଲିଛି କାରଖାନା। ସେହି ଦୁଇ ଯାଆ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ ପୁଣି ସେହି ସମାନ ପୋଷାକରେ ଖୋଲିଛନ୍ତି ପସରା। ଚିକେନ୍ ଝୋଳ ମାଛ ଝୋଳ ରୁଟି ଭାତ ଏବେ ସବୁ ମିଳୁଛି ଏହି କାରଖାନାରେ। ଯାହା ହେଉ ଏତେ ଦିନ ପରେ ପୁଣି ଥରେ କାରଖାନା ଫେରିଛି ବୋଲି ଶୁଣି ସମସ୍ତେ ଖୁସି। ସେହି ଦୁଇ ଯାଆ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସଙ୍କ କାରଖାନାକୁ ସମସ୍ତେ ଆସୁଛନ୍ତି। ଦିନ ରାତି ସବୁବେଳେ ମିଳିବ ୭୦ ଟଙ୍କାରେ ମିଳିବ ପେଟ ପୁରା ଖାଇବା। ରେଟ ବିଢ଼ିନି। ସେତେବେଳେ କାରରେ ରାସ୍ତା କଡରେ ଦିଆଯାଉଥିଲା କିନ୍ତୁ ଏବେ ମାଷ୍ଟରକେଣ୍ଟିନ ଭେଣ୍ଡିଙ୍ଗଜନରେ ମିଳୁଛି କାରଖାନା। କାରରେ ଆସୁଛି ଭେଣ୍ଡିଂଜନରେ ଦିଆଯାଉଛି ତାପରେ ପରସା ଯାଉଛି। ଏବେ ପୁଣି ଧାଡ଼ିକି ଧାଡ଼ି ସୁଅ ଛୁଟୁଛି।
ଆଜି ଗୋଟିଏ ଦିନରେ ଯେଉଁମାନେ କାରଖାନା ବିଷୟରେ ଜାଣିଥିଲେ ସେମାନେ ଷଡ଼ନ ଯାଇ ପହଁଚିଛନ୍ତି। ଆଉ ଦୁଇ ଯାଆଙ୍କ ହାତ ରନ୍ଧା ସୁଆଦିଆ ଖାଦ୍ୟକୁ ଖାଇଛନ୍ତି। ଏସବୁ ଭିତରେ ସେହି ଠିକଣା ମାଷ୍ଟରକେଣ୍ଟିନ ଇକୋ ବ୍ୟାଙ୍କ ସାମ୍ନା ଭେଣ୍ଡିଂଜନରେ ମିଳୁଛି କାରଖାନା। ସେହି ଦୁଇ ଯାଙ୍କ ହାତ ରନ୍ଧା ଘରୋଇ ଖାଦ୍ୟ ମିଳୁଛି ଏଥର ଦିନ ନୁହେଁ ଦିନ ରାତି ଦୁଇ ଟାଇମ ମିଳୁଛି।