ବାପାଙ୍କୁ ମୁଖାଗ୍ନି ଦେବା ବେଳେ ଅନୁଭବ ଆଖିରେ ଭରିଗଲା ଲୁହ, କାନ୍ଦି କାନ୍ଦି ଦେଲେ ବିଦାୟ।
ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ଏ କଥା ସେ ଯେତେ ନିଜ ମନକୁ ବୁଝାଉଛନ୍ତି ଅମାନିଆ ମନ କିନ୍ତୁ ତାଙ୍କର ଜମା ବୁଝୁନାହିଁ। ନିଜ ବାପାଙ୍କ କୋକେଇକୁ ନିଜ କାନ୍ଧରେ କାନ୍ଧେଇ ସ୍ମଶାନରେ ପହଁଚି ସାରିଛନ୍ତି। ହେଲେ ତଥାପି ତାଙ୍କର ବିଶ୍ୱାସ ହେଉନି ଯେ ବାପା ତାଙ୍କର ଏ ଦୁନିଆରେ ଆଉ ନାହାଁନ୍ତି ଏ ଦୁନିଆ ଛାଡି ଆର ପାରିକୁ ଚାଲି ଯାଇଛନ୍ତି। ହଁ ଆଜ୍ଞା ଯେଉଁ ବାପାଙ୍କୁ ନିଜ ଜୀବନ ଠାରୁ ବି ବେସି ଭଲ ପାଉଥିଲେ ଆଜି ସେହି ବାପାଙ୍କ ଚିତାରେ ମୁଖାଗ୍ନି ଦେଉଛନ୍ତି ଅନୁଭବ।
ଯେଉଁ ବାପାଙ୍କୁ ସୁସ୍ଥ କରିବା ପାଇଁ ଦିନ ରାତି ଏକ କରିଦେଇଥିଲେ ସେହି ବାପାଙ୍କୁ ଆଜି ସବୁଦିନ ପାଇଁ ଦୁନିଆରୁ ବିଦାୟ ଦେଉଛନ୍ତି ଅନୁଭବ ମହାନ୍ତି। ନିଆଁ ଦେବା ଆଗରୁ ଶେଷ ଥର ପାଇଁ ବାପାଙ୍କ ପାଟିରେ ଖୁଆଇ ଦେଉଛନ୍ତି ସେ। ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ନେଇ ବାପାଙ୍କ ମୁହଁରେ ଖାଇବା ଟିକେ ଦେଉଛନ୍ତି ଅନୁଭବ ମହାନ୍ତି। ହେଲେ ସେ ଜାଣିଛନ୍ତି ଯେ ବାପା ତାଙ୍କ ହାତରୁ ଆଉ କେବେବି ଖାଇପାରିବେନି। କି ଏବେବି ସେ ଯେଉଁ ଖାଇବା ଖୁଆଇ ଦେଉଛନ୍ତି ସେତିକି ଟିକେ ବି ତାଙ୍କ ପେଟ ଭିତରକୁ ଯିବନି। ହେଲେ ତଥାପି ସେ ବାପାଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି। କାରଣ ଏ ହେଉଛି ଆମର ରୀତିନୀତି।
ଆଜ୍ଞା ହଁ ବନ୍ଧୁଗଣ କଟକ ଧାମନଗର ସ୍ମଶାନର ଦୃଶ୍ୟ। ଯେଉଁଠି ଚାଲିଛି ଓଲିଉଡ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତିଙ୍କ ଶେଷ କୃତ୍ୟ। ସଜା ହୋଇ ରହିଛି ଚିତା ଆଉ ତା’ଉପରେ ସବୁଦିନ ପାଇଁ ଶାନ୍ତିରେ ଶୋଇ ଯାଇଛନ୍ତି ଅନୁଭବଙ୍କ ବାପା। ମୁଖାଗ୍ନି ଦେବା ଆଗରୁ ଅନୁଭବ ପାଳନ କରିଛନ୍ତି ଅନ୍ତିମକୃତ୍ୟର ସମସ୍ତ ରୀତିନୀତି। ମୁଣ୍ଡ ବୁଡାଇ ଗାଧୋଇବା ସହ ପାଣି ଭର୍ତ୍ତି ମାଠିଆ ଧରି ବୁଲିଛନ୍ତି ଜୁଇ ଚାରିପଟେ। ଥରିଲା ଥରିଲା ହାତରେ ସଜା ହୋଇଥିବା ଚିତା ଉପରେ ଚନ୍ଦନ କାଠ ବି ରଖୁଛନ୍ତି। ଆଉ ଭଗବାନଙ୍କୁ ହାତ ଯୋଡି ପ୍ରାର୍ଥନା କରୁଛନ୍ତି ତାଙ୍କର ବାପାଙ୍କର ଅମର ଆତ୍ମାର ସଦଗତି ପାଇଁ।
ବାପା ତାଙ୍କର ଏ ଦୁନିଆରେ ଆଉ ନାହାଁନ୍ତି ନିଜ ମନକୁ ଏ କଥା ଯେତେ ବୁଝାଇଲେ ବି ଅମାନିଆ ମନ କିନ୍ତୁ ତାଙ୍କର ମାନିବାକୁ ପ୍ରସ୍ତୁତ ହେଉନି। କାରଣ ତାଙ୍କ ହାତ ଛାଡି ବାପା ତାଙ୍କର ଏତେ ଶୀଘ୍ର ଆର ପାରିକୁ ଚାଲିଯିବେ ସେ କଥା ସେ ଭାବି ପାରୁନଥିଲେ। ସେଇଥିପାଇଁ ତ ଆଖି କୋଣରୁ ତାଙ୍କର ଧାର ଧାର ହୋଇ ଲୁହ ବାହାରି ଯାଉଛି। ବାପାଙ୍କ ପାଦ ପାଖରେ ବସି ଅନ୍ତିମ ପ୍ରଣାମ ଜଣାଇବା ସହ ଲୁହ ଢାଳୁଛନ୍ତି ପୁଅ ଅନୁଭବ। ଖାଲି ଅନୁଭବ କାନ୍ଦୁ ନାହାଁନ୍ତି ପରିବାରରସମସ୍ତ ସଦସ୍ୟଙ୍କ ଠାରୁ ଆରମ୍ଭ କରି ବନ୍ଧୁ ପରିଜନ ସାହି ପଡିଶା ଠାରୁ ଆରମ୍ଭ କରି ସ୍ମଶାନରେ ପହଁଚିଥିବା ଏବଂ ଅନୁଭବଙ୍କୁ ଭଲ ପାଉଥିବା ଅନେକ ସାଥି କଳାକାର ଆଉ ପ୍ରଶଂସକଙ୍କ ଆଖିରେ ବି ଭରି ଯାଇଛି ଲୁହ। ଆଉ ଅନୁଭବ ଏକ ଶୋକାକୁଳ ପରିବେଶ ଭିତରେ ବାପାଙ୍କୁ ଜଣାଛନ୍ତି ଅନ୍ତିମ ବିଦାୟ।