ସିରିଏଲ୍‌ରେ ଯିଏ ଘର ଭାଙ୍ଗୁଥିବା ଝିଅ ବୋହୂ ହେଲା ପରେ ଶାଶୂଘରେ କଣ ଚାଲିଛି । ଖୋଲିଗଲା ଗୁମର.. ।

ଘରକୁ ଜଣେ ଅଭିନେତ୍ରୀ ବୋହୂ ଆଣିବା ପରେ ଶାଶୂ କହିଛନ୍ତି ପୁଅ ଯେତେବେଳେ ବର ହୋଇ ବାହା ହେବା ପାଇଁ ବାହାରେ ମା ତା ପୁଅକୁ କୋଡ଼ରେ ବସାଇ ଖୁଆଇ ଥାଏ ଆଉ କାନ୍ଦିଥାଏ । ତେବେ ଶାଶୂ ଜଣକ କହିଛନ୍ତି ଯେ ସେ କିନ୍ତୁ କାନ୍ଦି ନଥିଲେ । କାରଣ ସେ ଜାଣିଥିଲେ ଯେ ତାଙ୍କର ଗୋଟେ ଗେଲ୍ହୀ ବୋହୂ ଆସିବ । ସେ ଏତେ ଭଲ ପାଇବା ଦେବେ ଏବଂ ବୋହୂ ମଧ୍ୟ ବହୁତ୍ ଭଲ ପାଇବା ଦେବ । ମା କାନ୍ଦିଥାଏ ଏଥିପାଇଁ ଯେ ବୋହୂ ଆସିଲେ ପୁଅ ଆଉ ସେ ଭଲ ପାଇବା ଟା ମାକୁ ଦେବନି । ପୁଅର ଭଲ ପାଇବା ଭାଗ ହେଇଯିବ ।

କିନ୍ତୁ ସେ କାନ୍ଦି ନାହାଁନ୍ତି କାରଣ ତାଙ୍କ ପୁଅ ବାହା ହେବା ଆଗରୁ ଯେତିକି ଭଲ ପାଇବା ଦେଉଥିଲା ସେତିକି ଭଲ ପାଇବା ଦେବ । କାରଣ ପୁଅର ମୁଣ୍ଡ ଭିତରେ ଅଛି ଯେ ତା ମାଆ ଯଦି ଦୁଃଖ କରିବ ସେଇଟା ତାର ଖରାପ୍ ହେବ । ତେଣୁ ପୁଅ ଆଉ ବୋହୂ ଦୁହେଁ ମୋତେ କେବେ ଖରାପ୍ ପାଇବେନି ଦୁହେଁ ଭଲ ପାଇବେ । ତେବେ ଶାଶୂ ଜଣକ ବୋହୂର ହାତ ଧରି ସବୁ ଶିଖାଉଛନ୍ତି ।

କାରଣ ସେ କହିଛନ୍ତି ଘରକୁ ଯେତେବେଳେ ଗୋଟେ ଝିଅ ବୋହୂ ହେଇ ଆସେ ସେ ତାର ବାପା ମା, ଘର ସମସ୍ତଙ୍କୁ ଛାଡ଼ିକି ଆସିଲା ଯଦି ସେ ଝିଅକୁ ସେତିକି ଭଲ ପାଇବା ନଦେବେ ତାହେଲେ ତୋ ସେ ମନଦୁଃଖ କରିବ କାନ୍ଦିବ ତୋ ଘରେ ଅଶାନ୍ତି ହେବ । ଘରେ ଶାନ୍ତି ଦରକାର ଆଉ ଯେହେତୁ ସେ ତାଙ୍କର ଝିଅ ଭଳି ଦେଖୁଛନ୍ତି ବୋହୂ ଯେମିତି ମନଦୁଃଖ ନ କରିବ ସେଇଭଳି ତାଙ୍କୁ ରଖୁଛନ୍ତି ବୋଲି କହିଛନ୍ତି ଶାଶୂ ଜଣକ । ଆଉ ଯଦି ବୋହୂ କାନ୍ଦିବାକୁ ଚେଷ୍ଟା ଭି କରୁଛନ୍ତି ତାହେଲେ ତାଙ୍କୁ କୁହାଯାଉଛି କଟକ ବାପା ଘରକୁ ନିଆଯିବ ନାହିଁ ।

ତେବେ ଗୋଟେ ସିରିଏଲ କରୁଥିବା ଝିଅ ତାଙ୍କ ଘରର ବୋହୂ ହେବ ବୋଲି ପ୍ରଶ୍ନରେ ଶାଶୂ କହିଥିଲେ ଯେ ପୁଅ ଯେତେବେଳେ ଭଲ ପାଇ ଘରେ ଆସି କହିଥିଲା ସେବେଠୁ ସେ ଜାଣିଥିଲେ ସେ ତାଙ୍କ ଘରକୁ ବୋହୂ ହେଇ ଆସିବ ବୋଲି । ଆଉ ନଣନ୍ଦ ମଧ୍ୟ କହିଥିଲେ ସେ ତାଙ୍କୁ ଦିଦି ଦିଦି ଡାକୁଥିଲେ । ବାହାଘର ପରେ ଯାଇ ଭାଉଜ ଡ଼ାକିଲେ । ନହେଲେ ସେ ତାଙ୍କୁ ବଡ଼ ଭଉଣୀ ଭଳି ଭାବନ୍ତି ଆଉ ଦୁହେଁ ଦୁହିଁଙ୍କ ସହିତ ସବୁକଥା ସେୟାର୍ କରନ୍ତି ।

Leave a Comment

Your email address will not be published. Required fields are marked *

Scroll to Top