ଲୁହ ଝରାଉଛନ୍ତି ରାମାୟଣର ସୀତା ;  ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼।

ମାତା ସୀତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ପୁରା ଭାଙ୍ଗିପଡିଛନ୍ତି ଦୀପିକା ଚିଖଲିୟା। ଦୁନିଆ ଛାଡିଦେଲା ସୀତାଙ୍କ ଆଖିର ତାରା। ଝୁରି ଝୁରି ଲୁହ ଗଡାଉଛନ୍ତି ଦୀପିକା ଚିଖଲିୟା।

ଆଜ୍ଞା ହଁ ବନ୍ଧୁଗଣ ରାମାନନ୍ଦ ସାଗରଙ୍କର ଟିଭି ଧାରାବାହିକ ରାମାୟଣରୁ ସେ ହାସଲ କରିଛନ୍ତି ସ୍ୱତନ୍ତ୍ର ପରିଚୟ। ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିୟାଙ୍କୁ କିଏ ବା ନଜାଣେ। ତାଙ୍କର ନିଜର ପ୍ରକୃତ ନାମ ଅପେକ୍ଷା ରାମାୟଣର ସୀତା ଭାବେ ତାଙ୍କର ରହିଛି ଏକ ସ୍ୱତନ୍ତ୍ର ପରିଚୟ। ଦୀପିକାଙ୍କ ଜୀବନ୍ତ ଅଭିନୟ ପାଇଁ ଆଜି ବି ଅନେକ ଲୋକ ତାଙ୍କ ଭିତରେ ମାତା ସୀତାଙ୍କ ପ୍ରତିଛବି ଦେଖନ୍ତି।

ଗତ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ମଧ୍ୟ ଅଯୋଧ୍ୟାରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା। ରାମାୟଣ ଧାରାବାହିକରେ ରାମ ଲକ୍ଷ୍ମଣ ଓ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ୩ ପ୍ରମୁଖ କଳାକାର ଅରୁଣ ଗୋଭିଲ ଓ ସୁନୀଲ ଲହରୀଙ୍କ ସହିତ ଦୀପିକା ଚିଖଲିୟାଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଥିଲା। ଆଉ ସେଠାରେ ଏହି କଳାକାର ମାନଙ୍କୁ ଲୋକମାନେ ଅନେକ ଶ୍ରଦ୍ଧା ଓ ସମ୍ମାନ ଦେଖାଇଥିଲେ। ଟିଭିରେ ରାମାୟଣ ଧାରାବାହିକ ପ୍ରସାରଣକୁ ଦୀର୍ଘ ବର୍ଷବିତି ଯାଇଥିଲେ ମଧ୍ୟ ଲୋକମାନେ ଏବେବି ମଧ୍ୟ ସେମାନଙ୍କୁ ସେହି ଧାରାବାହିକର ଚରିତ୍ର ରୂପେ ଭକ୍ତି କରୁଥିବାରୁ ଅଯୋଧ୍ୟାରେ ଏହି କଳାକାର ମାନଙ୍କୁ ଖୁବ ଆଦର ଓ ସମ୍ମାନ ମିଳିଥିଲା। ଯାହାକୁ ପାଇ ରାମାୟଣର ରାମ ସୀତା ଓ ଲକ୍ଷ୍ମଣ ଅତ୍ୟନ୍ତ ଖୁସି ହେବା ସହିତ ଏହା ଏକ ଅନନ୍ୟ ଅନୁଭୂତି ବୋଲି କହିଥିଲେ।

ହେଲେ ଏତେ ସବୁ ଖୁସି ଭିତରେ ଆସିଛି ଏକ ଦୁଃଖଦ ଖବର। ରାମାୟଣର ମାତା ସୀତା ଅର୍ଥାତ ଅଭିନେତ୍ରି ଦୀପିକା ଚିଖଲିୟାଙ୍କ ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ଼। ଯେଉଁଥିରେ ଅତ୍ୟନ୍ତ ମର୍ମାହତ ହେବା ସହିତ ଖୁବ ଭାଙ୍ଗି ପଡିଛନ୍ତି ଦୀପିକା। ଆଉ ଦିନରାତି ଏବେ ଲୁହ ଝରାଉଛନ୍ତି ସମସ୍ତଙ୍କର ଅତି ଆଦରର ସୀତା ମାତା ବା ଦୀପିକା ଚିଖଲିୟା। ଆଉ ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ହଠାତ କାହିଁକି ଏତେ ଦୁଃଖୀ ହୋଇପଡିଛନ୍ତି ତା’ର କାରଣ ଜାଣିଲେ ଆପଣ ବି ତାଙ୍କ ଦୁଃଖରେ ସମବେଦନା ଜଣାଇବେ ନିଶ୍ଚୟ।

ନିଜର ଅତି ପ୍ରିୟ ସାଥିଟିକୁ ହରାଇଲେ କିଏ ବା ଭାଙ୍ଗି ପଡିବ ନାହିଁ। ଯାହାକୁ ଆପଣ ଏତେ ଭଲପାଉଥିବେ ସେ ଯଦି ଏ ଦୁନିଆ ଛାଡି ଚାଲିଯାଏ ତାହେଲେ ଜେକେହି ହେଲେ ବି ସେ ଭାଙ୍ଗି ପଡିବ। ଠିକ ଯେମିତି ମାତା ସୀତା ବା ଅଭିନେତ୍ରୀ ଦୀପିକା ଚିଖଲିୟା ଏବେ ଭାଙ୍ଗିପଡିଛନ୍ତି। ଆଉ ନିଜର ଏହି ଦୁଃଖକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କ ସହ ବାଣ୍ଟିଛନ୍ତି।

ହଁ ଆଜ୍ଞା ଦୀପିକାଙ୍କ ଅତିପ୍ରିୟ ପୋଷା କୁକୁରଟି ତାଙ୍କୁ ଛାଡି ଆରପାରିକୁ ଚାଲିଯାଇଛି। ଗତ ଶୁକ୍ରବାର ତାଙ୍କର ପୋଷା କୁକୁର ହୁଇସକ୍ୟୁ ଯାହାକୁ ସେ ଅତି ଭଲପାଉଥିଲେ ତା’ର ମୃତ୍ୟୁ ହୋଇଯାଇଛି। ଯେଉଁଥିପାଇଁ ଦୀପିକା ଖୁବ ଦୁଃଖୀ ହୋଇଯିବା ସହ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଆଉ ଏଥିପାଇଁ ସେ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ହୁଇସକ୍ୟୁର ଫୋଟ ସହ ଏକ ଫୋଟ ସେୟାର କରିଛନ୍ତି। ଯେଉଁଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ଦୀପିକା ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି। କାରଣ ସେ ଲେଖିଥିବା ପୋଷ୍ଟରୁ ଖୁବ ଭାବିପ୍ରବଣ ଥିବା ସ୍ପଷ୍ଟ ଜଣା ପଡୁଛନ୍ତି।

ଦୀପିକା ଜଣାଇଛନ୍ତି ଯେ ତାଙ୍କର ସବୁଠାରୁ ପ୍ରିୟ ସାଥିଟି ଏ ଦୁନିଆରୁ ବିଦାୟ ନେଇଯାଇଛି। ସେ ଲେଖିଛନ୍ତି ଯେ ବିଶାଳ ହୃଦୟ ଥିବା ଆମ ଗୋଲଡେନ ବୟର ପ୍ରେମ ପୂର୍ଣ ସ୍ମୃତିରେ ଯାହାର ଚମକୁଥିବା ଉଜ୍ଵଳ ଆଖି ଯୋଡିକ ତେର ବର୍ଷ ପର୍ଯ୍ୟନ୍ତ ଆମର ଆତ୍ମାକୁ ଶାନ୍ତି ଦେଇଛି। ଯିଏ ଆମ ଜୀବନର ଆଲୋକ ଥିଲା ଆଉ ଆମ ଆଖିର ତାରା ଥିଲା ଯିଏ ଆକାଶରେ ଏବେ ପରି ହୋଇଯାଇଛି। ଆମେ ଆଶା କରୁଛୁ ତୁ ସେଠି ଶାନ୍ତିରେ ରହ। ତୋତେ ସେଠି ବହୁତ ସାରା ଭଲ ଖାଇବା ଖେଳନା ମିଳୁ। ତୁ ଆମର ହୃଦୟ ଭିତରେ ରହିଛୁ। ଶାନ୍ତିରେ ବିଶ୍ରାମ କର।

ଆଜ୍ଞା ହଁ ବନ୍ଧୁଗଣ ନିଜର ପ୍ରିୟ ପୋଷା କୁକୁର ହୁଇସକ୍ୟୁର ମୃତ୍ୟୁ ପରେ ଅତ୍ୟନ୍ତ ମ୍ରିୟମାଣ ହୋଇପଡିଥିବା ରାମାୟଣର ସୀତା ଦୀପିକା ଚିଖଲିୟାଙ୍କ ଏହି ଇମସନାଲ ପୋଷ୍ଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *