ଡରି ମରି ଛାନିଆରେ ଦୈତାରି ପଣ୍ଡା, ଥାନାରେ କେଶ ହେବା ପରେ…ଏବେ ପୁରୀ ବଡ଼ ଦାଣ୍ଡରେ ଆଣ୍ଠେଇଲେ।

କାନ୍ଦି କାନ୍ଦି ଭୁଲ ମାଗିଲେ ଯାତ୍ରା କଳାକାର ଦୈତାରି ପଣ୍ଡା। ହଁ ଆଜ୍ଞା ତଳ ଦିନେ କ୍ଷମା ମାଗିଥିଲେ ଦୈତାରି ପଣ୍ଡା। ହେଲେ ତା’ପରେ ବି ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ଥାନାରେ। ଆଉ ତା’ପରେ ଏବେ ଦେଖିବାକୁ ମିଳିଛି ଦୈତାରି ପଣ୍ଡା ପୁରୀ ଆସି ପ୍ରଭୁ ଜଗନ୍ନାଥଙ୍କ ପାଦ ତଳେ କାନ୍ଦି କାନ୍ଦି କ୍ଷମା ମାଗିଛନ୍ତି।

ଖାଲି ଏତିକି ନୁହେଁ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କୁ ଯାହାଙ୍କ ମନକୁ ବାଧିଛି ସେହି କଥା ସମସ୍ତଙ୍କୁ ହୃଦୟରୁ କ୍ଷମା ମାଗିଛନ୍ତି ଦୈତାରି ପଣ୍ଡା। ଆଉ ଅନୁରୋଧ କରିଛନ୍ତି ମୋତେ କ୍ଷମା କରିଦିଅନ୍ତୁ। ହେଲେ ଆପଣ ଭାବୁଥିବେ ଏ ଭିତରେ ଏମିତି କ’ଣ ହେଲା ଯେ ଦୈତାରି ପଣ୍ଡା ସେଦିନ ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ ପୁଣି ଆଜି ପୁରୀ ଆସି ପ୍ରଭୁ ଜଗନ୍ନାଥଙ୍କ ବଡ଼ ଦାଣ୍ଡରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ କାନ୍ଦି କାନ୍ଦି କ୍ଷମା ମାଗୁଛନ୍ତି।

ହଁ ଆଜ୍ଞା ଏଠାରେ ଜଣେଇଦେବାକୁ ଚାହିଁବୁ ତଳ ଦିନେ ଏଇ ଶ୍ରୀରାମ ସେନା ପକ୍ଷରୁ ଯାତ୍ରା କଳାକାର ଦୈତାରି ପଣ୍ଡାଙ୍କ ବିରୋଧରେ ଜଳେଶ୍ବର ଥାନାରେ ଅଭିଯୋଗ ହୋଇଥିଲା। ଆଉ ଅଭିଯୋଗ କରାଯାଇଥିଲା କ୍ଷମା ସୋସିଆଲ ମିଡିଆରେ ମାଗିଲେ ହେବ ନାହିଁ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କ ପାଦ ତଳେ କ୍ଷମା ମାଗିବାକୁ ହେବ।

ଆଉ ତା’ପରେ ଏବେ ଦେଖିବାକୁ ମିଳିଛି ଏବେ କାନ୍ଦି କାନ୍ଦି କ୍ଷମା ମାଗୁଛନ୍ତି ଦୈତାରି ପଣ୍ଡା। ତେବେ ଦୈତାରି ପଣ୍ଡା ତଳ ଦିନେ ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଦେଇଥିଲେ। ଏମିତି ଅପମାନ ସାରା ଓଡିଶାକୁ କାହାକୁ ଭଲ ଲାଗିନଥିଲା। ଆଉ ସମସ୍ତେ ପ୍ରତିକ୍ରିୟା ଶୀଳ ହୋଇପଡିଥିଲେ। ଆଉ ତା’ ପରେ ପରେ ଏମିତିକି ବୋହୁ ବାଦ ବିବାଦ ପରେ ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ ଦୈତାରି ପଣ୍ଡା। କିନ୍ତୁ ସେହି କ୍ଷମାକୁ କେହିବି ସହଜରେ ଗ୍ରହଣ କରିନଥିଲେ।

ଆଉ ତା’ପରେ ଜଳେଶ୍ବର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ତା’ ସହିତ କୁହା ଯାଇଥିଲା ଯେ ପ୍ରଭୁ ଜଗନ୍ନାଥଙ୍କ ପାଦ ତଳେ ଯାଇ କ୍ଷମା ମାଗିବାକୁ ପଡିବ। ଆଉ ଆଜି ଦୈତାରି ପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ପାଦ ତଳେ ପଡି କ୍ଷମା ମାଗିବା ସହିତ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ମୋତେ କ୍ଷମା କରିଦିଅନ୍ତୁ ସମସ୍ତେ।

Leave a Reply

Your email address will not be published. Required fields are marked *