ଦାଦନ ଖଟିବାକୁ ଯାଇ ଚିଙ୍ଗୁଡ଼ି ଧରୁଥିଲା ପୁଅ, ଚିଙ୍ଗୁଡ଼ି ଧରୁ ଧରୁ….ହେଲେ ଏବେ ସାହାର୍ଯ୍ୟ ମାଗୁଛନ୍ତି ଗରିବ ବାପା।

ପୁଅ ଚିଙ୍ଗୁଡ଼ି ଧରିବାକୁ ଯାଇଥିଲା। ହେଲେ କଟିଗଲା ଗୁପ୍ତଅଙ୍ଗ। ହଁ ଆଜି ମା’ କାନ୍ଦୁଛି। କାରଣ ଯେମିତି ସଂସାର ଆଜି ଉଜୁଡି ଗଲା। ପୁଅକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ। ଏଇ ପୁଅ ଘର ଚଳାଉଥିଲା। ବାପା ମା’ଙ୍କୁ ପଶୁଥିଲା ହେଲେ ଚିଙ୍ଗୁଡ଼ି ଧରିବାକୁ ଯାଇ ନିଜ ଗୁପ୍ତାଙ୍ଗକୁ ହରେଇ ବସିଛି ପୁଅ।

ଦାନା ପାଇଁ ଦାଦନ ଯାଇଥିଲେ। ଭାବିଥିଲେ ଦୁଇ ପଇସା ରୋଜଗାର କରି ବୃଦ୍ଧ ବାପା-ମା’ଙ୍କ ପେଟ ପସିବେ। ହେଲେ ଏବେ ନିଜ ପରିବାର ପାଇଁ ପାଲଟି ଯାଇଛନ୍ତି ବୋଝ। ଖଟିଆରେ ଶୋଇଛନ୍ତି ଟାୱାଏଲକୁ ନେଇବାଞ୍ଜିବାହଲ ଗାଁର ବନମାଳୀ ନାୟକ ଏବଂ ତାରା ନାୟକଙ୍କର ଏକମାତ୍ର ପୁଅ ସୁମନ୍ତ ନାୟକ ଯାଇଥିଲେ ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶର ବର୍ଦ୍ଧରାଜପୁରମରେ କାମ କରୁଥିଲେ।

ସେଠାରେ ଗୋଟିଏ ଚିଙ୍ଗୁଡ଼ି ଫାର୍ମରେ କାମ କରି ଘରକୁ ଦୁଇ ପଇସା ପଠାଉଥିଲେ। ସବୁକିଛି ଠିକ ଚାଲିଥିଲା। ପରିବାର ହସ ଖୁସିରେ ଚାଲିଥିଲା। ହେଲେ ହଠାତ ଦିନେ ଗୋଟେ ଘେରରୁ ଅନ୍ୟ ଘେରକୁ ଗଲା ବେଳେ ଚିଙ୍ଗୁଡ଼ି ଘେର କଡରେ ଲଗାଯାଇଥିବା ପଙ୍ଖା ବାଜି କଟି ଗଲା ଗୁପ୍ତାଙ୍ଗ।

ଅଭାବୀ ଖଟି ଖିଆ ବୃଦ୍ଧ ବାପା-ମା’ କାମ କରି ଦୁଇ ପଇସା ଘରକୁ ଆଣୁଥିବା ବେଳେ ପୁଅର ଚିକିତ୍ସା ପାଇଁ ପଇସା ନିଅଣ୍ଟ ହେଉଛି। ଆଉ ଏବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି ବାପା-ମା’।ତେବେ ଚିଙ୍ଗୁଡ଼ି ଫାର୍ମରେ ଦୁର୍ଘଟଣା ଘଟିବା ପରେ ଫାର୍ମର ମାଲିକ ଆନ୍ଧ୍ରପ୍ରଦେଶ ବୀମାବରମଃ ଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାୟ ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁଲା ମେଡିକାଲକୁ ପଠାଇ ଦେଇଥିଲେ।

ବୁଲା ଡାକ୍ତରଖାନାରେ ଏହି ଚିକିତ୍ସାର ସୁବିଧା ନଥିବାରୁ ସୁମନ୍ତଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ନେଇଯିବା ପାଇଁ କହିଥିଲେ ଡାକ୍ତର। ଭୁବନେଶ୍ୱରରେ ଏମ୍ସରେ ପ୍ରଥମେ ଅସ୍ତ୍ରୋପଚାର କରିବପୁଣି ଥରେ ୨ ସପ୍ତାହ ପରେ ଆସିଲେ। ଏବେ ଦ୍ୱିତୀୟ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଥିବା ବେଳେ ଅର୍ଥ ଅଭାବରୁ ଆଉ ଯାଇ ପାରୁନାହାନ୍ତି ସୁମନ୍ତ। ଆଉ ସେଥିପାଇଁ ଏବେ ନେହୁରା ହୋଇ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରୁଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top