ହାତକୁ ଦିହାତ ହେଲେ ଓଲିଉଡ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ…। ପଢନ୍ତୁ କାହାର ଧରିଲେ ହାତ।

ବିବାହ ବନ୍ଧନରେ ବାନ୍ଧି ହେଲେ ଶ୍ରଦ୍ଧା ପାଣିଗ୍ରାହୀ। ଅଭିନୟରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ ଏବେ ନିଜେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଶ୍ରଦ୍ଧାଙ୍କୁ ମିଳିଛନ୍ତି ସନ୍ଦୀପ। ସନ୍ଦୀପ ଏବଂ ଶ୍ରଦ୍ଧା ସାତ ଜନ୍ମର ସାଥି ହୋଇଛନ୍ତି। ଆଉ ଏକା ଏକା ନୁହେଁ ଏବେ ଦୁହେଁ ହାତ ଧରା ଧରି ହୋଇ ଜୀବନର ରାସ୍ତା ଚାଲିବେ। ସୁଖ ଦୁଃଖର ସାଥି ହେବେ। ଶ୍ରଦ୍ଧା ଏବଂ ସନ୍ଦୀପ ଦୁହେଁ ହସିବେ ଏବଂ ସମସ୍ତଙ୍କୁ ହସାଇବେ ମଧ୍ୟ।

ଯଦି ଦେଖିବା ଶ୍ରଦ୍ଧା ଗୋଟିଏ ସୁନ୍ଦର କଳାକାର ହୋଇଥିବା ବେଳେ ସନ୍ଦୀପ ହେଉଛନ୍ତି ଜଣେ ସୁନ୍ଦର କଣ୍ଠଶିଳ୍ପୀ। ଅନେକ ଓଡ଼ିଆ ଗୀତରେ କଣ୍ଠ ଦାନ ଦେଇଛନ୍ତି ସନ୍ଦୀପ।ପ୍ରଥମେ ପ୍ରେମ ଏବଂ ତା’ପରେ ହାତରେ ପଡିଛି ହାତ ଗଣ୍ଠି। ଏବେ ପ୍ରେମିକାରୁ ସ୍ତ୍ରୀ ହୋଇଛନ୍ତି ଶ୍ରଦ୍ଧା ଏବଂ ପ୍ରେମିକରୁ ସ୍ୱାମୀ ହୋଇଛନ୍ତି ସନ୍ଦୀପ। ପ୍ରେମର ଆକାଶରେ ଘୁରି ବୁଲୁଥିଲେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ବୈଦିକ ରୀତିନୀତିରେ ହୋଇଛି ବାହାଘର। ରାବଣସ୍ୟ ମନ୍ଦଦରୀ ଯଥା ରାମସ୍ୟ ସୀତା ମନ୍ତ୍ର ଧ୍ୱନୀରେ ପଡିଥିଲା ଉଭୟଙ୍କର ହାତ ଗଣ୍ଠି। ତେବେ ବାହାଘରରେ ଉଭୟଙ୍କର ପରିବାର ସାମିଲ ଥିବା ବେଳେ ଓଡ଼ିଆ ଜଗତରେ ଅନେକ କଳାକାର ମାନେ ମଧ୍ୟ ଆଶୀର୍ବାଦ ଦେବା ପାଇଁ ଯାଇ ପହଁଚି ଯାଇଥିଲେ। ଡିଜେ ବାଜୁଥିଲା ରୋଷଣୀ ନେଇ ଆସିଥିଲେ ସନ୍ଦୀପ। ଆଉ ବେଦୀ ଉପରେ ଚାହିଁ ବସିଥିଲେ ଶ୍ରଦ୍ଧା।ଏବେ ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି ଶ୍ରଦ୍ଧା ଏବଂ ସନ୍ଦୀପ।

Leave a Reply

Your email address will not be published. Required fields are marked *