ଛାନିଆ ହୋଇ ମନ୍ତ୍ର ପଢିଲେ ପୁରୋହିତ। ବେଦିରେ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ, କାନ୍ଦି ପକାଇଲା କନ୍ୟା।
ବେଦୀ ଉପରେ କାନ୍ଦି ପକାଇଲା କନ୍ୟା। ଏପଟେ ଛାନିଆ ହୋଇ ମନ୍ତ୍ର ପଢିଲେ ପୁରୋହିତ। ବେଦୀ ଉପରୁ ବରକୁ ଟାଣୁ ଥିଲା ପ୍ରଥମ ସ୍ତ୍ରୀ। ସେପଟେ ବେଦୀ ଉପରେ ବସି ବାହା ହେଉଥିବା ଦ୍ୱିତୀୟ ସ୍ତ୍ରୀ ଚିତ୍କାର କରି କାନ୍ଦୁଥିଲା। ତରବର ହୋଇ ମନ୍ତ୍ର ପଢୁଥିଲେ ପୁରୋହିତ। ହେଲେ ମଧ୍ୟ ହୋଇପାରିଲାନି ବାହାଘର। ଏପଟେ ଡିଆଁ ମାରିଛି ବର ଓ ଅଭିଯୋଗ କରିଛି ଥାନାରେ ପ୍ରଥମ ସ୍ତ୍ରୀ।
ହଁ ଆଜ୍ଞା ଏମିତି ଏକ ଘଟଣା ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କିଭଳି ଭାବେ ଶାନ୍ତି ଶୃଙ୍ଖଳାରେ ଗୋଟିଏ ବାହାଘର ହେଉଥିଲା। ବେଦୀ ଉପରେ ବର କନ୍ୟା ଶାନ୍ତିରେ ବସି ବାହା ହେଉଥିଲେ। ପୁରୋହିତ ମଧ୍ୟ ଅତି ଖୁସି ଆନନ୍ଦରେ ମନ୍ତ୍ର ପଢୁଥିଲେ। ବାସ ଆଉ କିଛି ସମୟ ପରେ ସବୁ କର୍ମକାଣ୍ଡ ସରି ବାହାଘର ସମାପ୍ତ ହୋଇଥାନ୍ତା। ହେଲେ ଠିକ ସେହି ସମୟରେ ପହଞ୍ଚି ଯାଇଥିଲା ପ୍ରଥମ ସ୍ତ୍ରୀ। ଆଉ ହଠାତ ବରକୁ ଟାଣିଥିଲା। ଆଉ କହିଥିଲା ଏ ବେଦୀ ଉପରେ କ’ଣ ବସିଛୁ। ମୋତେ ବାହା ହୋଇ ପୁଣି ଆଉ କାହାକୁ କେମିତି ବାହା ହେଉଛୁ। ଆଉ ତା’ପରେ ବନ୍ଧୁ ବାନ୍ଧବ ଯିଏ ସବୁ ଆସିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କ’ଣ ହୋଇଗଲା। ବର କେବେ ବାହା ହୋଇନଥିଲା କୁଆଡୁ ଆସିଲା ତା’ ସ୍ତ୍ରୀ।
ତେବେ ପ୍ରଥମ ସ୍ତ୍ରୀ ଯେତେବେଳେ ଜିଦରେ ସ୍ୱାମୀକୁ ଟାଣି ପକାଉଥିଲା ବେଦୀ ଉପରୁ ସେତେବେଳକୁ ଅସମ୍ଭାଳ ହେଉଯାଉଥିଲା ସ୍ଥିତି। ଆଉ ବେଦୀ ଉପରେ ବସିଥିବା ଅନେକ ଆଶା ନେଇ ସେଇ କନ୍ୟାଟି କାନ୍ଦି ପକାଇଲା ଯିଏକି କିଛି ସମୟ ପରେ ଦ୍ୱିତୀୟ ପତ୍ନୀ ହୋଇଥାନ୍ତା। ସେ କେବେ ଭାବିନଥିଲା ଏମିତି ଯାହା ହାତ ଧରି ଜୀବନ ସାରା ଚାଲିବ ଭାବିଥିଲା ଖୁସିରେ ଜୀବନ କାଟିବ ଭାବିଥିଲା ପ୍ରଥମରୁ ହିଁ ଏମିତି ତା’ ସହିତ ଘଟିବ ସେ କେବେବି ଭାବିନଥିଲା। ଆଉ କୁହାଯାଉଛି ବେଦୀ ଉପରେ କୁଆଡେ କନ୍ୟା ଜଣକ ଠୋ ଠୋ ହୋଇ କାନ୍ଦି ପକାଇଲେ।
ହେଲେ ଘଟଣା ଏତେ ଜଟିଳ ହୋଇପଡିଲା ଯେ ସେଠାରେ ନାଁ ସମାଧାନ ହୋଇପାରିଲା ନାଁ ଶାନ୍ତି ଶୃଙ୍ଖଳାରେ ବାହାଘର ହୋଇପାରିଲା। ଆଉ ବେଦୀ ଉପରୁ ବର କନ୍ୟା ଡିଆଁ ମାରିଲେ। ଆଉ କିଛି ସମୟ ପରେ ଜଣାପଡିଛି ଯେ ବର କୁଆଡେ ଫେରାର ହୋଇଯାଇଛି।
ଏ ବାହାଘର ବଲାଙ୍ଗୀର ଜିଲ୍ଲାର ପାଟଣା ଗଡ଼ର ସାଲେପାରିରେ ହେଉଥିବା ଜଣା ପଡ଼ିଛି।ତେବେ ୨୦୧୫ ମସିହାରେ ରାଉରକେଲା ନିବାସୀ ଓମପ୍ରକାଶ ହରିପାଲ ପ୍ରିୟମବଦାକୁ ବିବାହ କରିଥିଲେ। ବାହାଘରକୁ ୭ ରୁ ୮ ବର୍ଷ ବିତି ଗଲା। ଦୁଇଜଣ ଅଲଗା ରହୁଥିଲେ। କାରଣ ସ୍ୱାମୀକୁ ଦରକାର ଥିଲା ଅଧିକା ଯୌତୁକ ଆଉ ସେଥିପାଇଁ ସ୍ୱାମୀ ସ୍ତ୍ରୀ ଭିତରେ କଳହ ହୋଇଥିଲା। ଆଉ ବାପ ଘରେ ରହୁଥିଲେ ମହିଳା। ହେଲେ ଏପଟେ ପୁଣି ଲୁଚି ଲୁଚି ବାହା ହେଉଥିଲା ସ୍ୱାମୀ। ଆଉ ଠିକ ଏତିକି ବେଳେ ପହଞ୍ଚି ଯାଇଥିଲା ସ୍ତ୍ରୀ। ଆଉ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ।
ତେବେ ମହିଳା ଜଣକ କୁଆଡେ ଆଗରୁ ବିଭିନ୍ନ ସମୟରେ ଥାନାରେ ଅଭିଯୋଗ କରିଛନ୍ତି ହେଲେ ତାଙ୍କ କଥା କେହି ଶୁଣି ନାହାଁନ୍ତି। ହେଲେ ଏବେ ଯାହା ପଡିଛି ଯେ ପୋଲିସ ତା’ର ତତ୍ପରତା ଦେଖାଇଛି। ହେଲେ ହେବ କ’ଣବବାହାଘର ସିନା ହୋଇନି ସ୍ୱାମୀ କାହାର ହେଲାନି ଶେଷରେ ଫେରାର ହୋଇଯାଇଛି ସ୍ୱାମୀ।