କାର୍-ଖାନା ମାଲିକାଣୀ ଦେଲେ ଖୁସି ଖବର । ରେଷ୍ଟୁରାଣ୍ଟ ନୁହଁ, ଏହି ଜାଗାରେ ଖୋଲୁଛି ଏତିକି ବେଳେ କାର୍-ଖାନା ।
ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ କଥାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି । ତାହା ହେଉଚି ଖାଦ୍ୟ ବିକ୍ରି ହେଉଥିବା କାର୍-ଖାନା । ଏଠାରେ ଭୁବନେଶ୍ୱର ବାସୀଙ୍କ ସନ୍ଧ୍ୟା ହେବା ପରେ ବେଶ୍ ଭିଡ ଦେଖିବାକୁ ମିଳେ । ଖୁବ ସୁନ୍ଦର ଭାବେ ସେଠାରେ ଖାଦ୍ୟ ମିଳେ । ଲୋକମାନେ ତାଙ୍କ ଖାଦ୍ୟକୁ ଖୁବ୍ ପସନ୍ଦ କରୁଛନ୍ତି ମଧ୍ୟ । ତେଣୁ ଘରର ଦୁଇ ବୋହୂ ଅର୍ଥାତ୍ ଦୁଇ ଜଣ ଯା’ ମିଶି ଗୋଟିଏ କାର୍ ରେ ଖାଦ୍ୟ ଆଣି ଲୋକଙ୍କୁ ଖୁଆଉଛନ୍ତି ।
ହେଲେ ହଠାତ୍ କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱର ଆଇଜି ପାର୍କ ନିକଟରେ ‘କାର ଖାନା ନାଁରେ ଏହି ଦୁଇ ମହିଳା ନିଜର ଖାଇବା ବିକ୍ରି କରୁଥିବା ବେଳେ ବିଏମସି ହଠାତ୍ ସେଠାରେ ପହଞ୍ଚି ଫାଇନ୍ କାଟିଥିଲା । ଏବଂ ସେମାନେ ତାଙ୍କ ଦୋକାନ କୁ ବନ୍ଦ କରି ଦେଇଥିଲେ । ଆଜି ଆମେ ସେହି ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ୨ଜଣ ଯା କଠିନ ପରିଶ୍ରମ କରି କାର-ଖାନା ନାମରେ ଖୋଲିଥିଲେ । ସବୁ ସମୟରେ ଲୋକଙ୍କ ଭିଡ ପ୍ରାୟ ଦେଖିବାକୁ ମିଳେ ।
ତେବେ ବର୍ତମାନ ସମୟରେ ସେହି କାର-ଖାନା ଓ ଦୁଇ ଭାଉଜଙ୍କୁ ନେଇ ଆସିଛି ଏକ ବଡ଼ ଖବର । ପୁଣି ଖୋଲିବାକୁ ଯାଉଛି କାର୍-ଖାନା ଆଉ ଲୋକମାନେ ପୁଣିଥରେ ଖାଇବାକୁ ପାଇବେ ୭୦ ଟଙ୍କାରେ ସୁଆଦିଆ ଖାଦ୍ୟ । ଯେତେବେଳେ ସେହି ୨ ଯା’ଙ୍କୁ ସୋସିଆଲ ମିଡ଼ିଆରେ ନାନା ନିର୍ଯ୍ୟାତନା ସହିବାକୁ ପଡ଼ିଛି ସେତେବେଳେ ଦୁହେଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିଛି ଅସାମାଜିକ ବ୍ୟକ୍ତିମାନେ ଏହାକୁ ସହି ପାରିଲେ ନାହିଁ ।
ସେମାନେ କହିଥିଲେ କି ଏହି ଦୁଇ ମହିଳା ନିଜ ରୂପ ଦେଖାଇ ଖାଦ୍ୟ ବିକ୍ରି କରୁଛନ୍ତି ବୋଲି । ଆଉ ଥାନାର ଦ୍ୱାରସ୍ଥ ହେବା ଭିତରେ ସେମାନେ କହିଛନ୍ତି ଯେ ଯେଉଁମାନେ ସେମାନଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ । ଆହୁରି ମଧ୍ୟ କହିଛନ୍ତି କେବେ ବନ୍ଦ ହେବନି କାର୍-ଖାନା । ତେବେ ରେଷ୍ଟୁରାଣ୍ଟ ଖୋଲି ସେ ଗ୍ରାହକଙ୍କ ଠାରୁ ଅଧିକ ଚାର୍ଜ କରିବେନି ବରଂ ପୂର୍ବ ଭଳି ରାସ୍ତା କଡ଼ରେ ସବୁ କାଗଜ ପତ୍ର ସହ ଦୁଇ ଯା’ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାଶ ଲୋକଙ୍କୁ ଖୁସିରେ ଖୁଆଇବେ ବୋଲି କହିଛନ୍ତି ।