ଶୀତରେ ଓଦା କମ୍ବଳ ଘୋଡେଇ ହେଇ ସୋଇଛନ୍ତି…

କାଲି ରାତିରେ ଯେତେବେଳେ ମୁଁ ଆସିଛି ଏମିତି କାଦୁଅରେ ତାଙ୍କ କମ୍ବଳ ପଡ଼ି ଯାଇଛି। ତାଙ୍କ କମ୍ବଳ ଓଦା ହୋଇଗଲା। ସେହି ଓଦା କମ୍ବଳକୁ ସେମାନେ ଘୋଡେଇ ହୋଇ ଶୋଇଛନ୍ତି। ପାଖାପାଖି ମୁଁ ଦଶ ପନ୍ଦର ଦିନରୁ ଅଧିକା ହେଇ ଗଲାଣି ମୁଁ ତାଙ୍କୁ ଦେଖୁଛି, ଯେତେବେଳେ ମୁଁ ଏଇ ରାସ୍ତାରେ ହାଟକୁ ଯିବା ଆସିବା କରୁଛି ଏମିତି ଅବସ୍ଥାରେ ସେମାନେ ପଡ଼ି ରହିଛନ୍ତି। ନିଜକୁ କଷ୍ଟ ବି ଲାଗୁଛି ଯେ ସେମାନେ ଏମିତି ଅବସ୍ଥାରେ ପଡ଼ି ରହିଛନ୍ତି ।

ଯଦି ସେମାନେ ନିଜ ବାପା ମାଆ ହେଇଥାନ୍ତା ତାହାଲେ ସେମାନଙ୍କର ଏମିତି ଅବସ୍ଥା ତ ଆମ ବାପା ମାଆ ହେଇଥିଲେ ତାଙ୍କର ଏମିତି ଅବସ୍ଥା ହେଇଥିଲେ ଆମକୁ ନିହାତି ବି କଷ୍ଟ ଲାଗିଥାନ୍ତା। ତ ତାଙ୍କ କଷ୍ଟ ମୋତେ ଭଲ ଲାଗିଲାନି। ମୁଁ ଯେତେବେଳେ ରାତିରେ ଯାଏ ସେ ବାରଣ୍ଡାରେ ଶୋଇଥିବେ। ଆଉ ବାରଣ୍ଡାରେ ଶୋଇ କି କାଶୁଥିବେ।କମ୍ବଳ ଘୋଡେଇ ହୋଇ କି କାଶୁଥିବେ। କାଲି ରାତିରେ ଯେତେବେଳେ ମୁଁ ଆସିଛି ଏମିତି କାଦୁଅରେ ତାଙ୍କ କମ୍ବଳ ପଡ଼ି ଯାଇଛି।ତାଙ୍କ କମ୍ବଳ ଓଦା ହୋଇଗଲା।

ସେହି ଓଦା କମ୍ବଳକୁ ସେମାନେ ଘୋଡେଇ ହୋଇ ଶୋଇଛନ୍ତି। ତ ଆମେ ଯଦି ଗୋଟେ ଘର ଭିତରେ ଭଲ ଗଦିରେ ଭଲ ବିଛଣାରେ ଆମେ ଶୋଇ ପାରୁଛେ ଭଲ କମ୍ବଳ ଗୋଟେ ଘୋଡେଇ ହୋଇ ପାରୁଛେ। ସେମାନେ ବାପା ମାଆ ବୟସର ତାଙ୍କର ଏମିତି ଅବସ୍ଥାରେ ତ ଆମକୁ ଦେଖିଲେ ସେଇଟା ଭଲ ଲାଗୁନି। ତ ଭଗବାନଙ୍କୁ ମୁଁ ଡାକୁଛି କି ସେମାନଙ୍କୁ ଏମିତି ଅବସ୍ଥା ନ ଦିଅନ୍ତୁ। କି ଅଲଗା କଉଁ ବୃଦ୍ଧ ମଉସା ମାଉସୀ ମାନଙ୍କୁ ଏମିତି ଅବସ୍ଥା ନ ଦିଅନ୍ତୁ। ଏମିତି ଅବସ୍ଥାରେ ଦିନ ନ କାଟନ୍ତୁ ସେମାନେ। ଆଉ ଗୋଟେ ଜିନିଷ ହେଉଛି ଗଭର୍ଣ୍ଣମେଣ୍ଟ ବହୁତ୍ ଜାଗାରେ ଟଙ୍କା ଅଯଥାରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ସେତିକି ପଇସା ଯଦି ଏଇ କିଛି କିଛି ଜିନିଷକୁ ନୋଟିସ୍ କରି କି ସେମାନେ ଏମାନଙ୍କ ପିଛାରେ ପଇସା ଖର୍ଚ୍ଚ କରିଥାନ୍ତେ ତାହାଲେ ଆଜି ଏମାନଙ୍କର ଏଠି କୌଣସି ଲୋକଙ୍କର ଅସୁବିଧା ହେଇ ନଥାନ୍ତା।

ନିଜ ଆଖି ସାମ୍ନାରେ ତ ଆମେ ଦେଖୁଛୁ ନା ତାଙ୍କର କଉଁ ଭଳିଆ ଅବସ୍ଥା। ଆମେ ବାସି ଖାଇବା, ଖାଇବା ତ ଦୂରର କଥା ଆମେ ଫୋପାଡ଼ି ଦେଉଛେ କିନ୍ତୁ ସେମାନେ ବାସି ଖାଇବା ଖାଇ ବଞ୍ଚୁଛନ୍ତି। ତ ତାଠୁ ଆଉ ଦୁଃଖର କଥା କିଛି ବି ନାହିଁ। ମୁଁ କାଲି ଆସିଥିଲି, ସେ କହିଲେ କି ଜି.ଉଦୟଗିରି, ଫୁଲବାଣୀରେ ତାଙ୍କ ଘର। ସିଏ ଏଠି ରହୁଛନ୍ତି। ପାଖାପାଖି ତାଙ୍କ ପୁଅ ବୋହୂ ସହିତ ସେ ଝଗଡ଼ା କରିଛନ୍ତି। ତେଣୁ ପଳେଇ ଆସିଛନ୍ତି। ମୁଣ୍ଡ ବୋଧେ ପ୍ରାୟ କାମ କରୁନି। କଥା ଠିକ୍ ସେ କହି ପାରୁ ନାହାଁନ୍ତି।

ତ ଏଇ ଭଳିଆ ଅବସ୍ଥାରେ ଅଛନ୍ତି, ଦିନ କାଟୁଛନ୍ତି। ତାଙ୍କ ସ୍ତ୍ରୀଙ୍କର ଦେହ ଖରାପ। ଏଠି ଯେତିକି ପାଖ ଲୋକଙ୍କୁ ବି ମୁଁ ପଚାରିଛି ଯେ ତାଙ୍କ ସ୍ତ୍ରୀଙ୍କର ଦେହ ଖରାପ ମେଡ଼ିକାଲ ନେବା ପାଇଁ ବି କେହି ନାହିଁ। ଏଠିକାର ବାସିନ୍ଦା ସମସ୍ତେ କହୁଛନ୍ତି କି ଯଦି ତାଙ୍କର ଦେହ ଖରାପ ଅଛି ତାହାଲେ ତାଙ୍କୁ ଆମେ କି ଆମ ସାହାଯ୍ୟରେ ମିଡ଼ିଆଙ୍କ ସାହାଯ୍ୟରେ ଆମେ ତାଙ୍କୁ କିଛି ସହଯୋଗ କରି ତାଙ୍କୁ ହସ୍ପିଟାଲ ନେଇ ପାରିବା। ତାଙ୍କୁ ରହିବାର କିଛି ଜାଗା ଯେମିତି ଦେଇ ପାରିବା। ସେମାନେ ସୁରକ୍ଷିତ ରହିବେ। ଯେମିତି ବର୍ଷା,ଶୀତ ହେଉଛି। କାଲି ମୁଁ ରାତିରେ ଆସିଥିଲି ମଉସାଙ୍କ ସହିତ କଥା ହେଇଥିଲି।

ମଉସା ଥରି ହେଉଥିଲେ। ମୋତେ ଏତେ ଥଣ୍ଡା ଲାଗୁଥିଲା ତ ସିଏ କେତେ ଜୋର୍ ଜୋରରେ ଥରି ହେଉଥିଲେ । ଏଠି ଦେଖନ୍ତୁ ତାଙ୍କ ବ୍ଲାଙ୍କେଟ୍ ସବୁ ଯେ ପଡ଼ିଛି ସେସବୁ ଓଦାରେ ଭିଜି କି ସବୁ ଓଦା ହୋଇ ଯାଇଛି। ସେହି ଓଦା ବ୍ଲାଙ୍କେଟ୍ ସେମାନେ ଘୋଡେଇ ହେଉଛନ୍ତି। ତ ୟାଠୁ ଦୁଃଖର କଥା ଆଉ କିଛି ନାହିଁ। ତ ଆଖି ସାମ୍ନାରେ ମଉସା ମାଉସୀ ବାପା ମାଆ ସମାନ ଯଦି ସେମାନେ ଦୁଃଖ ପାଉଛନ୍ତି ତ ଆମକୁ ସାମ୍ନା କରିବାକୁ ପଡ଼ିବ। ମୁଁ ତ ଚାହୁଁଛି ସୋସିଆଲ ୱର୍କର ମାନେ ଆସନ୍ତୁ ମଉସା ମାଉସୀଙ୍କୁ ଦେଖନ୍ତୁ ତାଙ୍କୁ ସହଯୋଗ କରନ୍ତୁ ।ଗଭର୍ଣ୍ଣମେଣ୍ଟର କିଛି ସୁବିଧା ମିଳିବା ଦରକାର। ତାଙ୍କୁ ଗୋଟେ ବାସସ୍ଥାନ ମିଳିବା ଦରକାର। ସେମାନେ ଯେମିତି ଭଲରେ ରହି ପାରିବେ। ତାଙ୍କୁ ଯେମିତି ଖାଇବାର ସୁବିଧା ମିଳିବା ଦରକାର। ତ ସେତିକି ବଡ଼ କଥା।

Leave a Reply

Your email address will not be published. Required fields are marked *