ଗରିବ ଲୋକ ଆଜ୍ଞା । ଆମେ ଖଟିଲେ ଖାଇବୁ… ଆମକୁ ସାହାଯ୍ୟ କରନ୍ତୁ ନହେଲେ ଆମେ କେମିତି ବଞ୍ଚିବୁ ।

ବନ୍ଧୁଗଣ ଏହାରି ମଧ୍ୟରେ ଯାତ୍ରା ପାର୍ଟି ବସ୍‌ ଦୁର୍ଘ-ଟଣା ଘଟିବାକୁ ଦୁଇ ଦିନ ବିତିଲାଣି । ହେଲେ ଆଜି ପର୍ଯ୍ୟନ୍ତ ଆହତ ଟେକ୍ନିସିଆନ୍‌ଙ୍କୁ ଭେଟି ନାହାନ୍ତି ଯାତ୍ରା ପାର୍ଟି ମାଲିକ । ଆଜି ଏପରି ଅଭି-ଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ଆ-ହତ ଯାତ୍ରା ଟେକ୍ନିସିଆନ୍‌ । ଆଜ୍ଞା ହଁ ବନ୍ଧୁଗଣ ସୂଚନାଯୋଗ୍ୟ ବାରିପଦା ବାଙ୍ଗିରିପୋଷୀ ଦ୍ୱାରଶୁଣୀ ଘାଟିରେ ଘଟିଥିବା ବସ୍‌ ଦୁର୍ଘ-ଟଣାରେ ୬ ଜଣ ଯାତ୍ରା ପାର୍ଟି କର୍ମଚାରୀଙ୍କ ମୃ-ତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁ-ତର ଆ-ହତ ହୋଇଥିଲେ ।

ସମସ୍ତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରୁ କଟକ ବଡ଼ ମେଡ଼ିକାଲ୍‌ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ବାରିପଦାରେ ୮ ଜଣଙ୍କ ଚିକିତ୍ସା ଚାଲିଛି । ତେବେ ଆ-ହତ ମାନଙ୍କ ସହିତ ହସ୍ପିଟାଲ୍ ରେ କଥାବାର୍ତ୍ତା ସମୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସେମାନେ ।

ଜଣେ ଗୁରୁ-ତର ରୋଗୀ କହିଛନ୍ତି ଯାତ୍ରା ପାଟି ମାଲିକଙ୍କୁ ସେ ଅନୁରୋଧ କରୁଛନ୍ତି ସାହାର୍ଯ୍ୟ କରିବାକୁ । ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସେମାନେ ସବୁ ଗରିବ ଲୋକ । ତାଙ୍କର କେହି ନାହାଁନ୍ତି । ଯାତ୍ରାର ବାଉଁଶ ବାନ୍ଧିଲେ, ଲାଇଟ୍ ଓଳାଇଲେ ତାଙ୍କର ଅଭାବୀ ପରିବାରର ଭୋକ ମେଣ୍ଟିଥାଏ । ମାଲିକ ଲୋକଙ୍କର ଏମାନେ ମଲେ କେତେ ଗଲେ କେତେ । ଏପର୍ଯ୍ୟନ୍ତ ମାଲିକ ଛାଡ଼ ମ୍ୟାନେଜର ମଧ୍ୟ ଆସି ନାହାଁନ୍ତି ଦେଖିବାପାଇଁ । ତାଙ୍କ ଆଖି ଆଗରେ ତାଙ୍କ ଭାଇ ଗୁଡ଼ାକ ଦୁର୍ଘ-ଟଣାରେ ଆଗପଛ ହୋଇ ଚାଲିଗଲେ ।

ଆହୁରି ମଧ୍ୟ କହିଛନ୍ତି ଯାତ୍ରାର ମ୍ୟାନେଜର ମାନେ ସେମାନଙ୍କର ଜୀବନ ସହ ଖେଳ ଖେଳୁଛନ୍ତି । ସେମାନେ ହେଉଛନ୍ତି ଗରବ ଗୁରୁବା ଲୋକେ । ଓଳିଏ ଖଟିଲେ ଦୁଇ ମୁଠା ଖାଇବା ସେମାନଙ୍କ ପେଟକୁ ଯାଏ । ପେଟପାଟଣ ପାଇଁ ସେମାନେ ଲେବର ଭାବେ କାମ କରିଆସୁଛନ୍ତି । କିନ୍ତୁ ୨ ଜଣ ମ୍ୟାନେଜର ସେମାନଙ୍କୁ ଖରାପ କାମ କରାଉଛନ୍ତି, ମ୍ୟାନେଜର ମାନେ ମ-ଦ ପିଆଇ ଚୋ-ରି ଧ-ନ୍ଧା କରାଉଛନ୍ତି । ଏମିତି କିଛି ମଧ୍ୟ ଅଭି-ଯୋଗ ଆଣିଛନ୍ତି ଆ-ହତ ହୋଇଥିବା ଶ୍ରମିକ ।

Leave a Reply

Your email address will not be published. Required fields are marked *