ଯାତ୍ରା ଟ୍ରକ ଉପରେ ବସିଥିଲେ ଅଶୋକ, ଓଲଟିଲା ପରେ ଟ୍ରକ କା-ନ୍ଦିଲେ ସିନା କେହି ତାଙ୍କୁ ର-କ୍ଷା କରିପାରିଲେନି।

ଧୀରେ ଧୀରେ ଜଣାପଡୁଛି ଏ ଧଉଳି ଗଣନାଟ୍ୟର ଟ୍ରକ ଦୁର୍ଘ-ଟଣାରେ କାହାର କାହାର ଯାଇଛି ଜୀବନ। ହଁ ଆଜ୍ଞା ଏବେ ଗୋଟିଏ ପରିବାର ଭାଙ୍ଗି ପଡିଛି କାରଣ ଏହି ପରିବାରର ଅଶୋକ ମଲ୍ଲିକ ଗତ ୪ ରୁ ୫ ବର୍ଷ ହେବ ଧଉଳି ଗଣନାଟ୍ୟରେ ଇଲକ୍ଟ୍ରିକାଲ ୱାର୍କର ଭାବେ କାର୍ଯ୍ୟ କରିଆସୁଥିଲେ। ହେଲେ ଆଜି ଏଭଳି ଅଘ-ଟଣ ଘଟିଗଲା।

ଯେଉଁ ଗାଡ଼ିରେ ବସି ଆସୁଥିଲେ ଅଶୋକ ସେହି ଗାଡିଟି ଆଜି ଓଲଟି ପଡିଲା। ଗାଡି ତଳେ ଚାପି ହୋଇ ସବୁଦିନ ପାଇଁ ଅଶୋକ ମଲ୍ଲିକ ଆଖି ବୁଜିଦେଲେ। ଗାଁ ଘର ପାଖ ବଡ଼ ଭାଇ ରବୀନ୍ଦ୍ର ମଲ୍ଲିକଙ୍କ ସହିତ ଯାତ୍ରା ପାର୍ଟିରେ କାମ କରିବା ପାଇଁ ଯାଇଥିଲେ ଅଶୋକ ମଲ୍ଲିକ। ସବୁକିଛି ଠିକ ଚାଲିଥିଲା। ଦୁଇ ପଇସା ହାତକୁ ଆସୁଥିଲା।

ହେଲେ ଆଜି ଏମିତି ଯେଉଁ ଗାଡିଟି ଉପରେ ବସିଥିଲେ ସେହି ଗାଡିଟି ଓଲଟି ପଡିବ କେବେ ଭାବିନଥିଲେ ଅଶୋକ। ୨୦୧୬ ମସିହାରେ ଅଶୋକ ସ୍ଥାନୀୟ ଗାଁର ଚିନ୍ମୟୀ ମଲ୍ଲିକଙ୍କୁ ବିବାହ କରିଥିଲେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନ ମାଳିନ୍ୟ ଯୋଗୁ ସ୍ତ୍ରୀ ଚିନ୍ମୟୀ ୨ ବର୍ଷର ପୁଅକୁ ନେଇ ବାପ ଘରେ ରହୁଥିଲେ। ଆଉ ଅଶୋକ ଏପଟେ ଯାତ୍ରା ପାର୍ଟିରେ ଇଲକ୍ଟ୍ରିକାଲ ୱର୍କର ଭାବେ କାର୍ଯ୍ୟ କରୁଥିଲେ। ହେଲେ ଆଜି ଏଭଳି ଘ-ଟଣା ଯାହା ଶୁଣିଲା ପରେ ସ୍ତ୍ରୀ ମଧ୍ୟ ସହି ପାରିନି। ରା-ଗ ଅଭିମାନ ଥିଲା ହେଲେ ସ୍ୱାମୀ ଫେରିବ ବୋଲି ଆଶା ବାନ୍ଧି ଥିଲା ସ୍ତ୍ରୀ। ହେଲେ ଆଉ ଫେରିବନି ସ୍ୱାମୀ ଅଶୋକ।

ଲାଇଟ ଓ ବକ୍ସ ଆଦି ସରଞ୍ଜାମ ଭର୍ତି କରି ଧଉଳି ଗଣନାଟ୍ୟର କର୍ମଚାରୀ ମାନେ ଯେତେବେଳେ ଏକ ଟ୍ରକ ଯୋଗେ ରାଇରାମ ପୁରରୁ ଜଳେଶ୍ବର ଅଭିମୁଖେ ଯାଉଥିଲେ ଗାଡିଟି ପ୍ରାୟ ଦିନ ୧୧ ଟା ସମୟରେ ବାଙ୍ଗରିପୁସି ଘଟି ଅତିକ୍ରମ କରୁଥିବା ବେଳେ ଶେଷ ମୋଡ଼ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା।

ଆଉ ଏଇ ଘଟ-ଣାରେ ୬ ଜଣଙ୍କର ଜୀବନ ଚାଲିଗଲା। ଆଉ ସେହି ଭିତରେ ଥିଲେ ଅଶୋକ ମଲ୍ଲିକ। ଯିଏ ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଆଉ ପରିବାର ସ୍ତ୍ରୀ ସମସ୍ତେ ଭାଙ୍ଗି ପଡିଛନ୍ତି।ତାଙ୍କର ଶ-ବକୁ ଆଣିବା ପାଇଁ ତାଙ୍କର ସାନ ଭାଇ ଏବଂ ଭେଣେଇ ଭାଇ ଯାଇଛନ୍ତି। ଶ-ବ ଆସି ଘରେ ପହଁଚିଲେ ଅ-ନ୍ତିମ ସ-ତ୍କାର କରାଯିବ।

Leave a Reply

Your email address will not be published. Required fields are marked *