ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ କାନ୍ଦି ପକାଇଲେ ରାମାୟଣର ରାମ ଓ ସୀତା

କାନ୍ଦି ପକାଇଲେ ‘ରାମାୟଣ’ର ରାମ-ସୀତା। ଏସବୁ କଣ ହେଉଛି ଭାବି କାନ୍ଦି ପକାଇଛନ୍ତି ସେଦିନର ‘ରାମାୟଣ’ର ରାମ-ସୀତା । ହଁ ଏସବୁ କେବେବି କଲ୍ପନା କରି ନଥିଲେ ‘ରାମାୟଣ’ର ରାମ-ସୀତା । ଦର୍ଷକ ବନ୍ଧୁ ଆଜି ଯେତେବେଳେ ସାରା ଦେଶ ବିଭୋର ହୋଇଛି।ସେତେବେଳେ ରାମାନନ୍ଦ ସାଗରଙ୍କ ସେହି ‘ରାମାୟଣ’ ସେରିଏଲର ରାମ-ସୀତା ବିଭୋର ହୋଇ ପଡ଼ିଛନ୍ତି। ସୋମବାର ରାମ ଭକ୍ତଙ୍କ ପାଇଁ ଅର୍ଥାତ୍ ଆଜି ଆମ ଦେଶ ପାଇଁ ଏକ ସ୍ବତନ୍ତ୍ର ଦିନ ଟିଏ। କାରଣ ଆମର ପରମପୂଜ୍ୟ ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି।

ଅଯୋଧ୍ୟାସ୍ଥିତ ନିଜ ଜନ୍ମଭୂମିରେ ବିରାଜମାନ କରିବେ ସେ। ଏହାକୁ ନେଇ ଭକ୍ତମାନେ ଉତ୍ସୁକ। ଏକ ଐତିହାସିକ ଟିଭି ଧାରାବାହିକ ‘ରାମାୟଣ’ର ରାମ-ସୀତା ହଁ ଅରୁଣ ଗୋଭିଲ୍ ଏବଂ ଦୀପିକା ଭାବୁକ ହୋଇ ପଡ଼ିଛନ୍ତି।ଏମିତି କି ଆଖିରୁ ତାଙ୍କର ଲୁହ ଆସି ଯାଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଉଭୟ ଲକ୍ଷ୍ମଣର ଏକ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଅରୁଣ ଗୋଭିଲ୍ କହିଥିଲେ କି ବେଳେ ବେଳେ ମୁଁ ଭାବୁଛି ଏହା ସବୁ କଣ ହେଇ ଯାଉଛି।

ଏମିତି ହେବ ବୋଲି କେବେବି କଦାପି ମୁଁ ଜମାରୁ ଭାବି ନଥିଲି। ରାମଙ୍କ ପ୍ରତି ଦେଶରେ ଏତେ ଶକ୍ତି, ଏତେ ଭଲ ପାଇବା, ଏତେ ଏକତା ଦେଖିବାକୁ ମିଳିବ ମୁଁ କେବବି କଲ୍ପନା କରି ନଥିଲି। ଆମେ ରାମ ମନ୍ଦିର ପାଇଁ ସଙ୍ଘର୍ଷ କରିଥିଲୁ। ଲକ୍ଷ ଲକ୍ଷ ଲୋକ ବଳିଦାନ ଦେଇଥିଲେ । ଏ ଅନୁଭବ ଅତ୍ୟନ୍ତ ବଡ଼। ଏ ରାମ ମନ୍ଦିରର ପ୍ରତ୍ୟେକ ପାହାଚ ହେଉଛି ଗୋଟିଏ ଗୋଟିଏ ଇତିହାସ।

ଏତିକି କହିବା ପରେ ଭାବୁକ ହୋଇ ପଡ଼ିଥିଲେ, କାନ୍ଦି ପକାଇଥିଲେ।ଆଉ ଦୀପିକାକୁ ବି ଏଇ ମୂହୁର୍ତ୍ତ ଦେଖିବାକୁ ମିଳିବ ବୋଲି ସେ କେବେବି ଭାବି ନଥିଲେ। ଆଜିର ଐତିହାସିକ ଦିନରେ ଆମେ ସମସ୍ତେ ସାମିଲ୍ ହୋଇଛୁ। ମୁଁ ଆରମ୍ଭରୁ ‘ରାମାୟଣ’ ସହ ରହି ଆସୁଛି। ଏତେ ଶୀଘ୍ର ଏହାର ପରିଣାମ ଆସିଯିବ ମୁଁ କେବେବି ଭାବି ନଥିଲି।

ଦେଶ ବିଦେଶ ରାମମୟ ପାଲଟିଯିବ ମୁଁ କଦାପି ଭାବି ନଥିଲି। ଆମ ପାଇଁ ଏହା ଏକ ଆବେଗିତ ମୂହୁର୍ତ୍ତ କହି ସେଦିନର ‘ରାମାୟଣ’ର ରାମ-ସୀତା ଭାବୁକ ହୋଇ ପଡ଼ିଥିଲେ। ପୁଣିଥରେ ଗୋଟିଏ ମଞ୍ଚରେ ଏକାଠି ଆସିବା ପରେ ସମସ୍ତଙ୍କୁ ବି ଭାବୁକ କରିଦେଇ ଥିଲେ ସେଦିନ ଲୋକପ୍ରିୟ ‘ରାମାୟଣ’ର ରାମ-ସୀତା ଅରୁଣ ଗୋଭିଲ୍ ଆଉ ଦୀପିକା ଚିଟୋଲା।

Leave a Reply

Your email address will not be published. Required fields are marked *