ଭାରତୀୟ ଷ୍ଟେଟବ୍ୟାଙ୍କ ପରିସର ଆଜି ରଣକ୍ଷେତ୍ର ପାଲଟିଛି। ଅଫିସର ଓ ଗ୍ରାହକଙ୍କ ମଧ୍ୟରେ ହୋଇଛି।

ବ୍ୟାଙ୍କ ପରିସର ପାଲଟିଗଲା ରଣକ୍ଷେତ୍ର। ଗୋଥ ନାଥ ଗୋଇଁଠା ବିଧା ସବୁକିଛି ଦେଖିବାକୁ ମିଳିଥିଲା ବ୍ୟାଙ୍କ ଭିତରେ। ବସ୍ତା ଥା-ନା ଅନ୍ତର୍ଗତ ଅମର୍ଦ୍ଦାରଡ଼ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ପରିସରରେ ଆଜି ଏହିଭଳି ରଣକ୍ଷେତ୍ର ପାଲଟି ଯାଇଥିଲା ବ୍ୟାଙ୍କ ପରିସର। ଫିଲଡ଼ ଅଫିସର ଏବଂ ଗ୍ରାହକଙ୍କ ମଧ୍ୟରେ ହୋଇଥିବା ମା-ରପି-ଟର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି।

ସୂଚନା ଅନୁସାରେ ବସନ୍ତପୁର ଗ୍ରାମର ଶ୍ରୀ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଫିଲଡ଼ ଅଫିସରଙ୍କ ସହ ପୂର୍ବ ଆଲୋଚନା କ୍ରମେ ଆଜି ଗ୍ରୁପ ଲୋନ ନେବାକୁ ବ୍ୟାଙ୍କକୁ ଆସିଥିଲେ ମାତ୍ର ପ୍ରାରମ୍ଭରୁ ଫିଲଡ଼ ଅଫିସର ଚିତ୍ତରଞ୍ଜନ ସେଠି ଆଜି କୌଣସି ଲୋନ ହୋଇପାରିବ ନାହିଁ ତେଣୁ ମାସେ ପରେ ଆସିବାକୁ କହିଥିଲେ। ମାତ୍ର ଫିଲଡ଼ ଅଫିସର ଜଣକ ଆଜି ଲୋନ କରାଇଦେବେ ବୋଲି ଉକ୍ତ ମହିଳାଙ୍କୁ ଗତ ଶୁକ୍ରବାର ଦିନ କହିଥିଲେ।

ଏକଥାକୁ ନେଇ ଫିଲଡ଼ ଅଫିସର ଏବଂ ଉକ୍ତ ମହିଳାଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ହୋଇଥିଲା। ବ୍ୟାଙ୍କର ଅନ୍ୟତମ ଖାତାଧାରକ ଆୟୁଷ ମହାନ୍ତି ଆଜି ଶାଖାକୁ ଟଙ୍କା ଜମା କରିବାକୁ ଆସିଥିଲେ। ଫିଲଡ଼ ଅଫିସର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଅ-ଶ୍ଳୀଳ ଭାଷାରେ ଗା-ଳି ଗୁ-ଲଜ ଆଉ ଯୁ-କ୍ତିତ-ର୍କ କରୁଥିବା ଦେଖି ସେଠାକୁ ଯିବା ମାତ୍ରେ ଚିତ୍ତରଞ୍ଜନ ତାଙ୍କୁ କୁଣ୍ଢେଇ ପକାଇ ଆପଣଙ୍କ କାମ ହୋଇଯିବ ବୋଲି କହିଥିଲେ। ପାଟିରୁ ମ-ଦ ଦୁ-ର୍ଗନ୍ଧ ବାହାରୁଥିବା ଦେଖି ଆପଣ ଠିକ ଅଛନ୍ତି ତ ପଚାରିଥିଲେ।

ଏହି ସମୟରେ ସେ ଅ-ଶ୍ଳୀଳ ଭାଷାରେ ଗା-ଳି ଦେଇ ଆୟୁଷଙ୍କ ମୁହଁକୁ ମୋ-ଥ ମା-ରିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ମା-ରପି-ଟି ସହ ଧ-ସ୍ତାଧ-ସ୍ତି ହୋଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ତେବେ ଗ୍ରାହକଙ୍କ ହସ୍ତକ୍ଷେପ ଫଳରେ ମାମ-ଲା ଶାନ୍ତ ପଡିଥିଲା। ଉକ୍ତ ମ-ଦ୍ୟପ ଫିଲଡ଼ ଅଫିସରଙ୍କ ବିରୋ-ଧରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଲାଗି ଦାବି ହୋଇଥିବା ବେଳେ ଆୟୁଷ ମଧ୍ୟ ଫିଲଡ଼ ଅଫିସରଙ୍କ ବିରୋ-ଧରେ ଲିଖିତ ଅଭି-ଯୋଗ କରିଥିବା ଜଣା ପଡ଼ିଛି।

Leave a Comment

Your email address will not be published. Required fields are marked *

Scroll to Top