ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ ଏହି ବାବା, ପଥର ମୂର୍ତିରେ ଭରିବେ ଜୀବନ ଏ ପଣ୍ଡିତ ଜଣକ।

ଫୋଟରେ ଭଲ କରି ଦେଖି ନିଅନ୍ତୁ ଏଇ ପଣ୍ଡିତ ଜଣଙ୍କୁ। ଏ ପଣ୍ଡିତ ହେଉଛନ୍ତି ଲକ୍ଷ୍ମୀକାନ୍ତ ଦୀକ୍ଷିତ। ହଁ ଆଜ୍ଞା ଏଇ ଲକ୍ଷ୍ମୀକାନ୍ତ ଦୀକ୍ଷିତ ହିଁ କରିବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ପଥର ମୂର୍ତିରେ ଜୀବନ ଭରିବେ ଏହି ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ। ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଆଉ ଏହି ଦିନ କେବଳ ଉତ୍ତରପ୍ରଦେଶ ନୁହେଁ ସମଗ୍ର ଦେଶ ବହୁତ ଉତ୍ସ୍ୟହିତ ଅଛି।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭ ଗୃହରେ ଉପସ୍ଥିତ ରହୁଥିବା ୫ ଜଣକ ମଧ୍ୟରୁ ଏ ହେଉଛନ୍ତି ଜଣେ।ଯାହାଙ୍କ ନାଁ ହେଉଛି ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ।

ରାମ ମନ୍ଦିରର ମୁଖ୍ୟ ପୂଜାରୀ ଭାବରେ ତାଙ୍କର ଚୟନ ହୋଇଛି। ଆୟୋଜନରେ ବୈଦିକ ମନ୍ତ୍ର ପୂଜା ସମୟରେ ମୋଟ ୧୨୧ ପୂଜାରେ ଉପସ୍ଥିତ ରହିବେ। ମାତ୍ର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରେଇବାର ସୌଭାଗ୍ୟ କେବଳ ଏହି ପଣ୍ଡିତଙ୍କୁ ଦିଆଯାଇଛି। ହଁ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ହିଁ ମିଳିଛି।

ଲକ୍ଷ୍ମୀକାନ୍ତଙ୍କ ଵଂଶଜ ପ୍ରସିଦ୍ଧ ପଣ୍ଡିତ ଗାଗା ଭୋଟ ଯିଏ ୧୭ ତମ ଶତାବ୍ଦୀରେ ଛତ୍ରପତି ଶିବାଜୀ ମହାରାଜଙ୍କର ରାଜଭିଷେକ କରାଇଥିଲେ। ତାଙ୍କ ଵଂଶଜ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ମିଳିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବାର ଦାୟିତ୍ୱ।

ଏଠାରେ ଜଣେଇ ଦେବାକୁ ଚାହିଁବୁ ରାମ ମନ୍ଦିରରେ ପ୍ରଧାନ ଚର୍ଚ୍ଚକ ଭାବରେ ପ୍ରାଣ ପ୍ରତିଷ୍ଠାର ସୌଭାଗ୍ୟ ପାଇଥିବା ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରିବାରର ଅନେକ ପିଢ଼ି ଧରି କାଶିରେ ବସବାସ କରୁଛନ୍ତି। ଲକ୍ଷ୍ମୀକାନ୍ତ ଦୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଧାନ ପୂଜାରୀ ଅଟନ୍ତି। ସେ ଜାନୁଆରୀ ୧୬ ରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରୁ ଆସିଥିବା ବେଦର ସମସ୍ତ ସାକ୍ଷର ୧୨୧ ପଣ୍ଡିତଙ୍କ ଦଳର ନେତୃତ୍ୱ ନେବେ। ପଣ୍ଡିତଙ୍କ ଏଭଳି ଦଳରେ କାଶିର ୪୦ ରୁ ଅଧିକ ବିଦ୍ୱାନ ମଧ୍ୟ ସାମିଲ ହୋଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ହିଁ ମିଳିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଇବାର ଦାୟିତ୍ୱ।

ହଁ ଏଇ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ହିଁ ପଥର ମୂର୍ତିରେ ଭରିବେ ଜୀବନ। ଆଉ ଏବେ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କୁ ସମସ୍ତ କରୁଛନ୍ତି ସତ ସତ ନମଃ ନମଃ।

Leave a Comment

Your email address will not be published. Required fields are marked *

Scroll to Top