ଅଯୋଧ୍ୟାରେ ରାମଙ୍କ ପରେ ସୀତାଙ୍କୁ ଦେଖିବାକୁ ଦୌଡ଼ି ଆସିଲେ ଲୋକେ, ପୁଣି ଉଠିଲା ରାମାୟଣ କଥା।
ଅଯୋଧ୍ୟାରେ ଏକାଠି ହେଲେ ରାମ ସୀତା। ବହୁ ଦିନ ପରେ ରାମ ସୀତା ଗୋଟିଏ ସ୍ଥାନରେ। ରାମ ସିତଙ୍କୁ ଦେଖି ଭାବ ବିହୁଳ ହୋଇଗଲେ ଲୋକେ। ବହୁଦିନ ପରେ ଅଯୋଧ୍ୟାକୁ ଆସିଛନ୍ତି ରାମ ସୀତା। ଯେଉଁ ରାମ ଓ ସୀତାଙ୍କୁ ଟିଭିରେ ଦେଖି ଲୋକ ମାନଙ୍କ ଆଖି ଭକ୍ତିରେ ଭରି ଯାଉଥିଲା। ଆଉ ଲମ୍ବା ସମୟ ପର୍ଯ୍ୟନ୍ତ ଲୋକମାନେ ସେହି ରାମ ଓ ସୀତାଙ୍କୁ ଦେଖିବାକୁ ପାଇନଥିଲେ। ମନ ଝୁରି ହେଉଥିଲା। ସେହି ରାମ ସୀତା ଆଜି ଅଯୋଧ୍ୟାରେ ପହଁଚି ଯାଇଛନ୍ତି।
ରାମାୟଣରେ ରାମ ସୀତା ଭାବେ ଛାଇ ଯାଇଥିବା ଦୀପିକା ଓ ଅରୁନ ଦୁଇଜଣ ଦୌଡ଼ି ଆସିଛନ୍ତି ଅଯୋଧ୍ୟାକୁ। ଆଉ ଯାହାକୁ ଦେଖିବାକୁ ଶହ ଶହ ଲୋକଙ୍କର ଭିଡ଼ ଜମିଛି। ସେଦିନ କାନ୍ଦୁଥିଲେ ସୀତା। ଆଜି ରାମଙ୍କୁ ପାଖରେ ପାଇ ଖୁସି ହୋଇଗଲେ।
ହଁ ଆଜ୍ଞା ସିରିୟଲରେ ରାମଙ୍କୁ ପାଖରେ ପାଇଥିଲେ ଦୀପିକା। ଦିନ ବିତିଯାଇଛି, ହେଲେ ଅଭୁଲା ସ୍ମୃତିକୁ କେମିତି ବା ଭୁଲିବେ। କାରଣ ରାମାୟଣ ସିରିୟଲ ସୁଟିଂ ସମୟରେ ଗୋଟି ଗୋଟି କଥା ସେମିତି ଆଜିବି ଆଖି ଆଗରେ ନାଚି ଉଠୁଛି।
ରାମାୟଣ ଧାରାବାହିକରେ ଦୀପିକା ଏବଂ ଅରୁନ ଯେଉଁଭଳି ଭାବେ ରାମ ଓ ସୀତାଙ୍କ ଅଭିନୟ କରୁଥିଲେ ସେହି ଛାପ ନାଁ ଦର୍ଶକଙ୍କ ଛାତିରୁ ଲିଭିଛି ନାଁ ସେମାନେ ନିଜେ ଭୁଲି ପାରିଛନ୍ତି। ପୁଣି ରାମ ସୀତା ଅଯୋଧ୍ୟାରେ ଏକାଠି ହେବା ପରେ ଲୋକମାନେ ଦେଖି ଖୁସି ହୋଇଯାଇଛନ୍ତି।
ଜାନୁଆରୀ ୨୨ ତାରିଖରେ ହେବାକୁ ଯାଉଛି ପ୍ରଭୁ ରାମଙ୍କର ପ୍ରାଣ ପ୍ରତିଷ୍ଠା। ଆଉ ଏହି ମୁହୂର୍ତ୍ତରେ ସ୍ୱତନ୍ତ୍ର ଭାବେ ରାମାୟଣର ରାମ ସୀତାଙ୍କୁ ପ୍ରତିଷ୍ଠା ଉତ୍ସ୍ୟବରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ଆଉ ରାମ ସୀତାଙ୍କର ଏଭଳି ଅଯୋଧ୍ୟାରେ ପହଁଚିବା ଦୃଶ୍ୟକୁ ଦେଖି ଲୋକେ ଭାବ ବିହୁଳ ହୋଇପଡିଲେ।
ତେବେ ଏଠାରେ ଜଣେଇ ଦେବାକୁ ଚାହିଁବୁ ଯେ ରାମ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ବହୁ ରାଜନେତା ଖେଳାଳି ଅଭିନେତା ଅଭିନେତ୍ରୀ ଏବଂ ବ୍ୟବସାୟି ମାନଙ୍କୁ ଅଯୋଧ୍ୟାକୁ ନିମନ୍ତ୍ରଣ କରାଯାଇଛି। ଆଉ ୨୨ ତାରିଖରେ ପ୍ରତିଷ୍ଠା ଦିବସ ରହିଥିବା ବେଳେ ଧୀରେ ଧୀରେ ସମସ୍ତେ ଅଯୋଧ୍ୟାରେ ପହଁଚିବା ଆରମ୍ଭ କରିଦେଲେଣି। ଆଉ ଏଇ ଅବସରରେ ଏବେ ରାମ ଓ ସୀତା ପହଁଚି ଯାଇଛନ୍ତି ଅଯୋଧ୍ୟାରେ। ଯାହାକୁ ଦେଖିବାକୁ ଲୋକମାନଙ୍କ ଭିଡ଼ ଲାଗିଛି। ଆଉ ଲୋକେ ପାଖରେ ପହଁଚି ପାଦ ଛୁଇଁ ଆଶୀର୍ବାଦ ବି ନେଉଥିବା ଦେଖିବାକୁ ମିଳିଛି।