ପ୍ରଭୁ ଶ୍ରୀରାମଙ୍କ ଶଶୁର ଘରୁ ଆସିଛି ଭାର, ୫୦୦ ଲୋକ ଆଣୁଛନ୍ତି ଭାର।
ମା’ ସୀତାଙ୍କ ବାପ ଘରୁ ଆସିଛି ଭାର। ହଁ ପ୍ରଭୁ ଶ୍ରୀରାମଙ୍କ ଶ୍ୱଶୁର ଘରୁ। ୫୦୦ ଲୋକ ଆଣିଛନ୍ତି ଭାର।ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ପ୍ରଭୁ ଶ୍ରୀରାମଙ୍କର ଶ୍ୱଶୁର ଘର ହେଉଛି ନେପାପର ଜନକ ପୁର। ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଯେତେବେଳେ ସବୁଆଡୁ କିଛି ନାଁ କିଛି ବିଶେଷ ଉପହାର ଆସୁଛି ଠିକ ସେତିକିବେଳେ କେମିତି ବା ବାଦ ପଡିବ ମାତା ସୀତାଙ୍କ ବାପ ଘର। କଥାରେ ଅଛି ପରା ଝିଅ ବାହା ଦେଲେ ବାପ ଘରୁ କିଛି ନାଁ କିଛି ଭାର ଆସିଥାଏ। ଆଉ ସେଥିପାଇଁ ମାତା ସୀତାଙ୍କ ବାପ ଘରୁ ଅର୍ଥାତ ନେପାଳର ଜନକ ପୁରରୁ ଏବେ ପ୍ରଭୁ ଶ୍ରୀରାମଙ୍କ ଘରକୁ ଅର୍ଥାତ ଅଯୋଧ୍ୟାକୁ ଭାର ଆସିଛି।
ଜନକ ପୁର ଧାମରୁ ୫୦୦ ଲୋକ କନ୍ଧେଇ କରି ଭାର ଆଣିଛନ୍ତି ଅଯୋଧ୍ୟାକୁ। ଯେତେବେଳେ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ଏହି କ୍ରମରେ ମା ସୀତାଙ୍କ ବାପ ଘରୁ ସାମଗ୍ରୀ ଅଯୋଧ୍ୟାରେ ତାଙ୍କ ଶଶୁର ଘରେ ପହଁଚିଛି। ଏହି କ୍ରମରେ ମା’ ସୀତାଙ୍କ ବାପ ଘରୁ ସାମଗ୍ରୀ ଆସି ଅଯୋଧ୍ୟାରେ ମାନେ ତାଙ୍କ ଶାଶୂ ଘରେ ପହଁଚିଛି।
ହଁ ଆଜ୍ଞା ୨୨ ତାରିଖରେ ଯେତେବେଳେ ରାମ ଲଲାଙ୍କ ସିଂହାସନଆରୋହଣ ପରେ ମା’ ସୀତାଙ୍କ ଗୃହ ପ୍ରବେଶ ହେବ। ମା ସୀତା ନେପାଳର ଜନକ ପୁର ଧାମର ୫୦୦ ଲୋକ ମା ସୀତାଙ୍କ ପାଇଁ ସାମଗ୍ରୀ ନେଇ ଅଯୋଧ୍ୟାକୁ ଆସିବେ। ପରମ୍ପରା ହେଉଛି ଯେ ଯେତେବେଳେ ଘରର ଉତ୍ସବ ସମାରୋହ ହୁଏ ଜିନିଷ ଗୁଡିକ ବାପ ଘରୁ ଶାଶୂ ଘରକୁ ଆସିଥାଏ ଠିକ ସେଥିପାଇଁ ଜନକ ପୁରରୁ ଭାର ଆସିଛି। ଜନକ ପୁରର ଲୋକମାନେ ଏବେ ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି ଯେ ଯାହା କେଉଁ କାଳରୁ ରହି ଆସିଛି।
ଝିଅ ଦେଲା ବେଳେ ଝିଅ ସହିତ କିଛି ନାଁ କିଛି ଯାଏ ଆଉ ଯେତେବେଳେ ଝିଅ ଘରେ କିଛି ନାଁ କିଛି ପୂଜାପର୍ବ ହୁଏ ସେତେବେଳେ ବାପ ଘରୁ ତ ଭାର ଯାଏ। ଯେଉଁ ପରମ୍ପରାକୁ ଅନୁସରଣ କରି ଆସିଛନ୍ତି ଜନକ ପୁରର ଲୋକମାନେ।ହଁ ଆଜ୍ଞା ଏଇ ଯେଉଁ ୫୦୦ ଲୋକ ଭାର ଆଣିଛନ୍ତି ସେଥିରେ ଅଛି ଭିନ୍ନ ପ୍ରକାରର ଫଳ ପନିପରିବା ଶସ୍ୟ ତେଲ ଅଳଙ୍କାର ଟଙ୍କା ମିଠା ଏବଂ ପାତ୍ର ରହିଛି।
କେବଳ ସେତିକି ନୁହେଁ ନେପାଳରୁ ମହିଳାମାନେ ମଧ୍ୟ ଆସିଛି ଏବଂ ସେମାନେ ନିଜକୁ ମା ସୀତାଙ୍କର ବନ୍ଧୁ ବୋଲି କହୁଛନ୍ତି। ମହିଳାମାନେ କହିଛନ୍ତି ସେମାନେ ତାଙ୍କ ମାତୃ ଘରୁ ମା ସୀତାଙ୍କ ପାଇଁ ଉପହାର ଆଣିଛନ୍ତି। ବନ୍ଧୁଗଣ ଏ ହେଉଛି ପରମ୍ପରାର କଥା। ଯେତେବେଳେ ପ୍ରଭୁ ଶ୍ରୀରାମ ବିରାଜମାନ ହେବେ ଠିକ ସେତିକିବେଳେ ତାଙ୍କ ଶଶୁର ଘର ଜନକ ପୁରରୁ କିଛି ନାଁ କିଛି ତ ଭାର ଆସିବ ଯାହା ଏବେ ଆସିଛି। ୫୦୦ ଲୋକ ଭାର ଆଣିଛନ୍ତି। ଯାହାକୁ ଦେଖିଲେ ଆମ ପରମ୍ପରା ଉଜୁବିତ ହେଉଛି।