କାନ୍ଦିଲେ ଅଭିନେତ୍ରୀ, ରାମ ମନ୍ଦିର କୁ ମହାଦାନ କଲେ ହେଲେ ଯାଇ ପାରିବେନି

ରାମ ମନ୍ଦିରକୁ ମହାଦାନ କଲେ ଅଭିନେତ୍ରୀ, ହେଲେ ଏବେ କାନ୍ଦୁଛନ୍ତି। ଅନେକ ବଡ଼ ବଡ଼ ତାରକାଙ୍କୁ ହୋଇଛି ନିମନ୍ତ୍ରଣ। ହେଲେ ସେ ଯାଇ ପାରିବେନି। ହଁ ଦର୍ଶକ ବନ୍ଧୁ ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲଙ୍କୁ ପ୍ରାଣ ପ୍ରତିଷ୍ଠା ଉଦ୍ଘାଟନ ହେବ ଭବ୍ୟ ରାମ ମନ୍ଦିର । ଦିନ ଯେତେ ପାଖେଇ ଆସୁଛି ଲକୋମାନଙ୍କ ମଧ୍ୟରେ ସେତିକି ଉତ୍ସାହ ଭରି ରହୁଛି।

ଏମିତିକି କିଛି ଲୋକ ନିଜ ଖୁସି ମନରେ ଭଗବାନଙ୍କ ମନ୍ଦିରକୁ ଖୋଲା ହାତରେ ଏମିତି ଦାନ କରିଛନ୍ତି ଯାହାକି କେହି କେବେ ଭାବି ନଥିବେ। ଟଙ୍କାଟିଏରୁ ଆରମ୍ଭ କରି ଲୋକ କୋଟି କୋଟି ଟଙ୍କା ମଧ୍ୟ ମନ୍ଦିରକୁ ଦାନ କରୁଛନ୍ତି। ଆଉ ଏମିତି କିଛି ଲୋକ ଅଛନ୍ତି, ଯିଏ ଜୀବନସାରା ସଞ୍ଚିତ ଅର୍ଥକୁ ମଧ୍ୟ ଭଗବାନ ରାମଙ୍କ ପାଦ ତଳେ ଥୋଇଦେବାକୁ ଚାହିଁଛନ୍ତି।

ହଁ ଦର୍ଶକ ବନ୍ଧୁ ଏହାରି ଭିତରେ ଜଣେ ତେଲୁଗୁ ଅଭିନେତ୍ରୀଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଏ ହେଉଛନ୍ତି ଟଲିଉଡ଼୍ ଅଭିନେତ୍ରୀ ପ୍ରଣୀତା ସୁବାସ । ଯିଏ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଏକ ବଡ଼ ଦାନ ଘୋଷଣା କରିଥିଲେ। କାରଣ ସେ ଜଣେ ଧାର୍ମିକ ମଣିଷ। ଏବଂ ଭଗବାନଙ୍କୁ ବିଶ୍ୱାସ କରନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଲା ପ୍ରାଣ ପ୍ରତିଷ୍ଠା ପାଇଁ ତାଙ୍କୁ କୌଣସି ନିମନ୍ତ୍ରଣ ଆସି ନଥିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି।

ସେ ବି ନିକଟରେ ସୋସିଆଲ ମିଡ଼ିଆରେ ସେୟାର କରି ସୂଚନା ଦେଇଥିବା ଜାତୀୟ ଗଣ ମାଧ୍ୟମର ସୂତ୍ରରୁ ଜଣା ପଡିଛି ।ପ୍ରଣୀତା ସୁବାସ ସୋସିଆଲ ମିଡ଼ିଆରେ ବେଶ୍ ଜଣାଶୁଣା।କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କୁ ଅଯୋଧ୍ୟାକୁ ଆସିବାକୁ କେହି ନିମନ୍ତ୍ରଣ କରି ନାହାଁନ୍ତି।ଯେତେବେଳେ ରଣବୀର କପୁର, ଆଲିଆ ଭଟ୍ଟ, ରଜନୀ କାନ୍ତ , ଅକ୍ଷୟ କୁମାରଙ୍କ ଭଳି ଅନେକ ବଡ଼ ବଡ଼ ତାରକାଙ୍କୁ ଅଯୋଧ୍ୟାକୁ ଆସିବାକୁ ନିମନ୍ତ୍ରଣ କରା ଯାଇଛି।

ହେଲେ ଏପଟେ ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏପଟେ ବର୍ତ୍ତମାନ ଅଯୋଧ୍ୟା ରାମ ମନ୍ଦିର ପାଞ୍ଚ ହଜାର କୋଟିରୁ ଅଧିକ ଟଙ୍କା ଦାନ ପାଇଛି। ସେଥି ମଧ୍ୟରୁ ଅନେକ ବଡ଼ ବଡ଼ ନାମ ଅଛି ଯେଉଁମାନେ ଶ୍ରୀରାମଙ୍କ ସମର୍ପଣ ସୋମାରହରେ ଯୋଗ ଦେବାକୁ ଆମନ୍ତ୍ରିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *