ରାମ ମନ୍ଦିରକୁ ଦାନରେ ସବୁ ରାଜ୍ୟକୁ ପଛରେ ପକାଇଲା ଗୋଟେ ରାଜ୍ୟ, ରାଜ୍ୟର ଲୋକେ କଲେ କୋଟି କୋଟି ଦାନ।
ଆଗରୁ ହୁଏତ ଦେଖିନଥିବେ ଏମିତି ଦାନ,ମନ୍ଦିରକୁ ଦାନ ଦେବାରେ କରିଛନ୍ତି ରେକର୍ଡ। ଦାନରେ ପହଂଚିଲାଣି ହଜାର ହଜାର କୋଟି।୨୦୨୪ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସ୍ୟବ ଯାଉଥିବା ବେଳେ ଦିନ ଯେତେ ପାଖେଇ ପାଖେଇ ଆସୁଛି ଲୋକଙ୍କ ମନରେ ସେତେ ଉତ୍ସାହ ଭରି ରହିଛି।ଏମିତିକି କିଛି ଲୋକ ନିଜ ଖୁସିରେ ଭଗବାନ ରାମଙ୍କ ମନ୍ଦିରକୁ ଖୋଲା ହାତରେ ଏମିତି ଦାନ କରିଛନ୍ତି ଯାହାକି ସେହି ରାଜ୍ୟ ଏବେ ପ୍ରଥମ ସ୍ଥାନରେ ରହିଛି।
ରାମ ମନ୍ଦିର ଯେମିତି ଆଜି ପାଲଟିବାକୁ ଯାଉଛି ସୁନାର ମନ୍ଦିର। କାରଣ ସବୁ ଦ୍ୱାରରେ ଲଗାଯାଉଛି ସୁନାର କବାଟ। ବୋହୁ ଅଳଙ୍କାରରେ ସଜେଇ ହେଉଛି ରାମ ମନ୍ଦିର। ଏଥିରୁ ଜାଣିପାରୁଥିବେ ରାମଙ୍କ ଭକ୍ତ ଆଉ ଦେଶର ଲୋକମାନଙ୍କର ପ୍ରେମ ଆଉ ଦାନରେ ଏହି ମନ୍ଦିର ଯେମିତି ସୁନାରେ ଚମକି ଉଠିବ।ତେବେ ଆପଣ ଏଠାରେ ଭାବିଥିବେ କେଉଁ ରାଜ୍ୟ ସବୁଠାରୁ ଅଧିକ ଦାନ କରୁଛନ୍ତି ଏ ପର୍ଯ୍ୟନ୍ତ।
ଉତ୍ତରପ୍ରଦେଶରେ ରହିଛି ରାମ ମନ୍ଦିର। ସେଇଠି ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। କିନ୍ତୁ ଦାନରେ ରହିଛନ୍ତି ସବୁଠାରୁ ଆଗରେ ଆଉ ଗୋଟିଏ ରାଜ୍ୟ।ହଁ ଆଜ୍ଞା ଗୁଜୁରାଟର ଲୋକେ ଯେଉଁଭଳି ଭାବରେ ଦାନରେ କରିଛନ୍ତି ସବୁ ରାଜ୍ୟ ଠାରୁ ସେମାନେ ଆଗରେ ରହିଛନ୍ତି। ହସ୍ତ ଖୋଲା ଦାନ କରିଛନ୍ତି ଗୁଜୁରାଟର ଲୋକେ। ଏମିତିକି କିଛି ଲୋକେ ନିଜେ ଏମିତି ଦାନ କରିଛନ୍ତି ଯାହାକି ରେକର୍ଡ କରିଛନ୍ତି। ସବୁଠାରୁ ଅଧିକ ଦାନ କରିଛନ୍ତି। ତେବେ ଏ ନେଇ ସୂଚନା ଦିଆଯାଇଛି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ।
ତେବେ ଏଠାରେ ଜଣେଇ ଦେଉଛୁ ଯେ ସବୁ ରାଜ୍ୟ ଅପେକ୍ଷା ରାମ ମନ୍ଦିରକୁ ଅଧିକ ଦାନ ଦେବାରେ ଆଗରେ ରହିଛି ଗୁଜୁରାଟ। ଯେଉଁଠାରେ ଆସିଛି କୋଟି କୋଟି ଟଙ୍କାର ଦାନ।ତେବେ ଏଠାରେ ଜଣେଇ ଦେବାକୁ ଚାହିଁବୁ ରାମ ମନ୍ଦିରକୁ ଏ ପର୍ଯ୍ୟନ୍ତ ୫ ହଜାର ୫ ଶହରୁ ଉର୍ଦ୍ଧ୍ବ କୋଟି ଟଙ୍କାର ଦାନ ମିଲି ସାରିଲାଣି। ମନ୍ଦିର ନିର୍ମାଣ ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ମନ ହୃଦୟ ଖୋଲି ଦାନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୫ହଜାର ୫ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମିଲି ସାରିଲାଣି।
ତେବେ ଯେତେବେଳେ ରାମ ମନ୍ଦିର ପାଇଁ ଶିଳାନ୍ୟାସ ରଖାଗଲା ସେତେବେଳେ କେହିବି ଭାବି ନଥିଲେ ଯେ ଏତେ ମାତ୍ରାରେ ଦାନ ମିଳିବ। ଆଉ ସେହି ଦାନର ସୁଧ ଅର୍ଥରେ ମଧ୍ୟ ମନ୍ଦିରର ପ୍ରଥମ ମହଲା ନିର୍ମାଣ ହୋଇଯିବ।ତେବେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏଭଳି କିଛି ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଦେଶରେ ୧୧ ଶହ କୋଟି ଲୋକଙ୍କ ଠାରୁ ୯ ଶହ କୋଟି ଟଙ୍କା ସଂଗ୍ରହ ହେବାର ଲକ୍ଷ ରଖା ଯାଇଥିଲା କିନ୍ତୁ ସମୟ ଗଡ଼ିବା ସହିତ ଏବେ ଜଣା ପଡ଼ିଛି ୫ହଜାର ୫ଶହରୁ ଉର୍ଦ୍ଧ୍ବ ହଜାର କୋଟି ଟଙ୍କାର ଦାନ ମିଳିଛି। ଆଉ ଏଥିରେ ସବୁଠାରୁ ଆଗରେ ରହିଛି ଯେଉଁ ରାଜ୍ୟ ସେ ହେଉଛି ଗୁଜୁରାଟ।