ଫେଲ୍ ହୋଇଗଲା ସୁରଙ୍କ ସବୁ ପ୍ଲାନ୍ । ୨ ପୁଅଙ୍କର ରେଜଲ୍ଟ ଦେଖି କାନ୍ଦିଲେ ସୁର ରାଉତରାୟ।

ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି । ତାଙ୍କର ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ରାଉତରାୟ ନିର୍ବାଚନରେ ହାରିଯିବା ଉପରେ । ମନ୍ମଥ ଭୁବନେଶ୍ୱର ଲୋକସଭା ଆସନରୁ ପରାସ୍ତ ହେବାକୁ ଥିବା ବେଳେ ସିଦ୍ଧାର୍ଥ ନିମାପଡାରୁ ପରାଜୟ ଭୋଗିବାର ଦ୍ବାର ଦେଶରେ । ଆଜ୍ଞା ହଁ ବନ୍ଧୁଗଣ “ମୁଁ ଶହେ ପ୍ରତିଶତ ନିଶ୍ଚିତ ଅଛି, ମୋର ଦୁଇ ପୁଅ ଜିତିବେ” । ଗତକାଲି ଏମିତି କିଛି କହିଥିଲେ ସୁର ରାଉତରାୟ । ହେଲେ ଗଣତି ପରେ ଫଳାଫଳ ଦେଖି ମର୍ମାହତ ହୋଇ ପଡ଼ିଛନ୍ତି ସୁର ରାଉତରାୟ ।

ହଁ ଆଜ୍ଞା ରେଜଲ୍ଟ ଦେଖି କାନ୍ଦି ପକାଇଲେ ସୁର ରାଉତରାୟ । ସବୁ ଆଶା ଆକାଂକ୍ଷା ଯେମିତି ମାଟିରେ ମିଶିଗଲା । ଏସବୁ କଣ ହୋଇଗଲା । ନିର୍ବାଚନ ପାଇଁ ବଦନାମ ଭି ହେଲେ ଅନେକ କଥା ମଧ୍ୟ ଶୁଣିଲେ । ଦୁଇ ପୁଅକୁ ଅହରହ ସପୋର୍ଟ କଲେ ହେଲେ ତଥାପି ଏମିତି ଫଳାଫଳ ଦେଖି ସୁରଙ୍କ ମନ ଭାଙ୍ଗିଗଲା । ଏମିତି କେମିତି ସବୁ ଘଟିଗଲା ଯାହାକି ସୁର ରାଉତାୟଙ୍କ ସବୁ ଆଶା ଆକାଂକ୍ଷାକୁ ଧୂଳିସାତ କରିଦେଲା । କାରଣ ସମସ୍ତେ ଜାଣିଛନ୍ତି ସୁର ରାଉତରାୟ ଲଗାତାର ଦୀର୍ଘ ସମୟରୁ କଂଗ୍ରେସରୁ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତି ଆସୁଥିଲେ

ଆଉ ରାଜନୀତିରେ ସୁର ରାଉତରାୟଙ୍କ ଭଲ ଅଭିଜ୍ଞତା ମଧ୍ୟ ରହିଛି । ହେଲେ ଏଥର ସୁର ଦୁଇ ପୁଅ ପାଇଁ ଯେଉଁ ଲଢ଼େଇ ଲଢ଼ିଥିଲେ ଆଉ ଯାହା ହିସାବ କରିଥିଲେ ସେ ସବୁ ଆକଳନ ସବୁ ଗଣିତ ଭୁଲ୍ ହେଇଗଲା । ବଡ଼ ପୁଅ ହାରିଗଲେ ଆଉ ସାନ ପୁଅ ହାରିବାର ଶେଷ ପର୍ଯ୍ୟାୟରେ । ଯାହା ଅନୁମାନ କରାଯାଇଛି ଆଉ ଯେତିକି ପଛରେ ଅଛନ୍ତି ସୁରଙ୍କ ସାନ ପୁଅ ସେ ଭି ଏକପ୍ରକାର ହାରି ଗଲେଣି ।

ହଁ ଆଜ୍ଞା ସାନ ପୁଅ ବଡ଼ ଚାକିରି ଛାଡ଼ି ଆସିଥିଲେ ଆଉ ପୁଅ ମନ୍ମଥ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଶାବାଦୀ ଥିଲେ । ବାପା ସୁରଙ୍କ ସପୋର୍ଟ ସହ ବିଜେଡ଼ି ଦଳର ସପୋର୍ଟରେ ଲୋକସଭା ଆସନ ଜିତିଯିବେ ବୋଲି ଭାବିଥିଲେ ସାନ ପୁଅ ହେଲେ ଏବେ ଅପରାଜିତା ଆଗୁଆ ଅଛନ୍ତି । ଆଉ ମନ୍ମଥ ବହୁତ ବ୍ୟବଧାନରେ ପଛରେ ଅଛନ୍ତି । ଆଉ ଯାହାଙ୍କୁ ଲୋକମାନେ ଆକଳନ କରି କହୁଛନ୍ତି ମନ୍ମଥ ରାଉତରାୟ ଏକ ପ୍ରକାର ହାରି ସାରିଲେଣି । ଆଉ ଅନ୍ୟପଟେ ସିଦ୍ଧାନ୍ତଙ୍କ କଥା ଆହୁରି ଶୋଚନୀୟ ।

Leave a Reply

Your email address will not be published. Required fields are marked *