ବିଜେପି ଦଳ ଜିତିଲା ପରେ ନିଜ ନେତାଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ବିଜେଡ଼ି ଦଳର ପରାସ୍ତ ପରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ । ହଁ ଆଜ୍ଞା ପ୍ରଥମଥର ପାଇଁ ହାରିଛନ୍ତି ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆରେ ଆକାଉଣ୍ଟ୍ ରେ ଲେଖିଛନ୍ତି ଯେ “ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ୍ ଜଣାଉଛି” ।

ନବୀନ ପଟ୍ଟନାୟକ ଏଭଳି କିଛି ପୋଷ୍ଟ କରିଛନ୍ତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ । ଆଉ ଯାହାକୁ ଦେଖି ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି ତାଙ୍କ ସମର୍ଥକମାନେ । ତେବେ ଏଠାରେ କହି ରଖିବାକୁ ଚାହିଁବୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ମହାନ ଜନନାୟକ ଭାବରେ ଓଡ଼ିଆଙ୍କ ଗର୍ବ ଆଜି ଭାଙ୍ଗି ଯାଇଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତପା ଦେଇଛନ୍ତି ନବୀନ ।

ଓଡ଼ିଶା ରାଜନୀତିରେ ୨୪ ବର୍ଷର ଶାସନ ଭାରରୁ ଆଜି ମୁକ୍ତ ହୋଇଛନ୍ତି ବିଜୁବାବୁଙ୍କ ସୁପୁତ୍ର । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ୨୪ ବର୍ଷ ରହିବା ପରେ ଆଜି ଇସ୍ତଫା ଦେଇଛନ୍ତି ବିଜେଡି ସୁପ୍ରିମୋ । ଓଡ଼ିଶା ରାଜନୀତିରେ ୫ଟି ନିର୍ବାଚନ ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୟନ କରାଯିବ । ୨୪ ବର୍ଷ କାଳ ମୁଖ୍ୟମନ୍ତ୍ରୀ ପଦରେ ରହି ନବୀନ ପଟ୍ଟନାୟକ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ ।

ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଭାବରେ ସେ ସାରା ଓଡ଼ିଶାକୁ ଗୌରବ ଆଣି ଦେଇଛନ୍ତି । ବିଜୁବାବୁଙ୍କ ପରେ ଓଡ଼ିଶା ନବୀନ ବାବୁଙ୍କୁ ମହାନ ଜନନାୟକ ଭାବରେ ପରିଚୟ ପାଇଛି । ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବରେ ସେ ଇତିହାସ ସୃଷ୍ଟି କରିବାକୁ ଯାଉଥିବା ବେଳେ ଏଥର ନିର୍ବାଚନ ଏବଂ ଓଡ଼ିଶା ଭୋଟରଙ୍କ ମତାମତ ତାଙ୍କ ବିପକ୍ଷରେ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରା ଓଡ଼ିଶାବାସୀଙ୍କୁ ଧନ୍ୟାବାଦ ଦେଇଛନ୍ତି ମହାନ ଜନନାୟକ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *