ଏବେ ବିଜୟ ପରେ ବି କରିପାରିବେନି ବିଜୟ ଶୋଭାଯାତ୍ରା । ଏଥିପାଇଁ ନେବାକୁ ପଡ଼ିବ ଅନୁମତି I ନଚେତ…

ବନ୍ଧୁଗଣ ଜୁନ୍ ୪ ତାରିଖ ଦିନ ଭୋଟ ଗଣତି ଥିବା ବେଳେ ନିର୍ବାଚନ ପରିଚାଳନାକୁ ନେଇ ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି । ନିକଟରେ ଏକ ସାକ୍ଷାତକାରରେ ପୋଲିସ ଡିଜି ପ୍ରତିକିୟା ରଖି କହିଛନ୍ତି ସମ୍ପୁର୍ଣ୍ଣ ନିର୍ବାଚନ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ହୋଇଛି । ଚଳିତ ଥର ମାଓ ଅଂଚଳରେ ବିନା ହିଂସାରେ ନିର୍ବାଚନ ସମ୍ପର୍ଣ୍ଣ ହୋଇଛି ।

ଗଣତି ବେଳେ ସୁରକ୍ଷା ବ୍ୟବସ୍ଥାରୁ ନେଇ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପୁଲିସ ଅନୁମତି ବିନା ହେବ ନାହିଁ । ଯେଉଁ ସବୁ ଜାଗାରେ କିଛି ହିଂସା କାଣ୍ଡ ଘଟିଛି ସେଗୁଡିକ ଉପରେ ପୁଲିସ କୁଇକ୍ ଆକ୍ସନ ନେଇଛି । ଏହା ସହିତ ପୁଲିସ ପକ୍ଷରୁ ତଦନ୍ତ ମଧ୍ୟ ଜାରି ରହିଛି । ନିର୍ବାଚନ ଆରମ୍ଭରୁ ଫଳାଫଳ ବାହାରିବା ପର୍ଯ୍ୟନ୍ତ ପୁରା ନିର୍ବାଚନ ସୁରୁଖୁରୁରେ ପରିଚାଳନା ପାଇଁ ଓଡ଼ିଶା ପୁଲିସ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଥିବା କହିଛନ୍ତି ପୁଲିସ ଡିଜି ।

ଆଜ୍ଞା ହଁ ବନ୍ଧୁଗଣ ନିର୍ବାଚନ ଫଳାଫଳ ଘୋଷଣା ପରବର୍ତ୍ତୀ ଆଇନଶୃଙ୍ଖଳା ସ୍ଥିତି ନେଇ ଓଡ଼ିଶା ପୋଲିସର ପ୍ରସ୍ତୁତି । ଏନେଇ ସଜାଗ ରହିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ପକ୍ଷରୁ ନିିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ନିର୍ବାଚନ ଫଳାଫଳ ଘୋଷଣା ପରେ ହେବାକୁ ଥିବା ଶୋଭାଯାତ୍ରା କିମ୍ବା ସାଧାରଣ ଯାତ୍ରା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି ।

ବିଜୟୀ ପ୍ରାର୍ଥୀ ଓ ପ୍ରତିପକ୍ଷ ଯେପରି ମୁହାଁମୁହିଁ ନହୁଅନ୍ତି ସେଥିପାଇଁ ଶୋଭାଯାତ୍ରା ବା ସଭା ପାଇଁ ସ୍ୱତନ୍ତ୍ର ରୁଟ୍ ଓ ସ୍ଥାନ ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ଚାଲିଛି । ଶୋଭାଯାତ୍ରା ଓ ସଭା ସ୍ଥଳରେ ସ୍ୱତନ୍ତ୍ର ବାହିନୀ ଜଗି ରହିବେ ବୋଲି ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଫଳାଫଳ ଜଣାପଡିବା ପରେ କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ଏଡାଇବା ପାଇଁ ପର୍ଯ୍ୟାପ୍ତ ଦଙ୍ଗା ମୁକାବିଲା ସାମଗ୍ରୀ ଓ ପାଣିମାଡ଼ କରୁଥିବା ଗାଡି ଉପରେ ଗୁରୁତ୍ୱାରୋପ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।

Leave a Reply

Your email address will not be published. Required fields are marked *