ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋଭିକଙ୍କ ଅଲଗା ହେବା ଖବର ଉପରେ ମୁହଁ ଖୋଲିଲେ ନତାଶା ଓ କହିଲେ… ।

ହାର୍ଦ୍ଦିକ ଏବଂ ନତାଶାଙ୍କ ଛାଡ଼ପତ୍ର ଚର୍ଚ୍ଚା ଉପରେ ଆସିଲା ତାଜା ଖବର । ଅନେକ ଚର୍ଚ୍ଚା ଆଲୋଚନା ଭିତରେ ମୁହଁ ଖୋଲିଲେ ନତାଶା । ସ୍ଵାମୀ ହାର୍ଦ୍ଦିକଙ୍କୁ ନେଇ କହିଲେ କିଛି ଏମିତି । ବନ୍ଧୁଗଣ ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇ ଦଳକୁ ପ୍ଲେ-ଅଫ୍‌ରେ ପ୍ରବେଶ କରାଇବାରେ ବିଫଳ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ସମୟ ଠିକ୍‌ଠାକ୍‌ ଚାଲି ନଥିବା ଜଣାପଡ଼ିଛି । ଆଇପିଏଲ୍‌ ବିଫଳତାକୁ ଭୁଲି ନ ଥିବା ପାଣ୍ଡ୍ୟାଙ୍କୁ ନେଇ ଇତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ପତ୍ନୀ ନତାଶା ଷ୍ଟେନକୋଭିକ ଓ ପାଣ୍ଡ୍ୟା ପରସ୍ପର ଅଲଗା ହେବାକୁ ଯାଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ଖବର ସେତେବେଳେ ଚର୍ଚ୍ଚାର ଶିରୋନାମାକୁ ଆସିଥିଲା ଯେତେବେଳେ କିଛି ଦିନ ତଳେ ରୁଷୀୟ ଅଭିନେତ୍ରୀ ନାତାଶା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ନାମରୁ ‘ପାଣ୍ଡ୍ୟା’ ସାଙ୍ଗିଆକୁ ହଟାଇ ଦେଇଥିଲେ । ଏଥିସହ ବିବାହ ସମୟରେ ହାର୍ଦ୍ଦିକଙ୍କ ସହ ଉଠାଇଥିବା ଫଟୋ ଓ ଭିଡିଓକୁ ମଧ୍ୟ ସେ ଇନ୍‌ଷ୍ଟାଗ୍ରାମରୁ କାଟି ଦେଇଥିଲେ ।

ଉଭୟଙ୍କୁ ମଧ୍ୟ ଗତ ଫେବୃଆରୀରୁ ଆଉ ଏକାଠି ଦେଖିବାକୁ ମିଳୁନାହିଁ । ଏହାରି ମଧ୍ୟରେ ଶନିବାର ୩୨ ବର୍ଷୀୟା ନତାଶାଙ୍କୁ ମୁମ୍ବଇରେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଦେଖିବାକୁ ମିଳିଥିଲା । ଏହି ସମୟରେ ନତାଶାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ହାର୍ଦ୍ଦିକଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ପ୍ରଶ୍ନ ପଚାରିବାରୁ ସେ ଏହାକୁ ଏଡ଼ାଇ ଯାଇ ‘ଧନ୍ୟବାଦ’ ବୋଲି କହି ଚାଲିଯାଇଥିଲେ । ତେବେ ଅନ୍ୟପଟେ ୩୦ ବର୍ଷୀୟ ହାର୍ଦ୍ଦିକ ଏନେଇ ମଧ୍ୟ କିଛି ବିଧିବଦ୍ଧ ଉତ୍ତର ଗଣମାଧ୍ୟମରେ ରଖିନାହାନ୍ତି ।

ରିପୋର୍ଟ ମୁତାବକ ବିବାହ ବିଚ୍ଛେଦ ହେଲେ ପାଣ୍ଡ୍ୟାଙ୍କ ସମ୍ପତ୍ତିର ୭୦ ଭାଗ ନତାଶା ନେବେ । କହି ରଖୁଛୁ ଯେ ହାର୍ଦ୍ଦିକ ଓ ରୁଷୀୟ ଡ୍ୟାନ୍ସର ତଥା ବଲିଉଡ୍‌ ଅଭିନେତ୍ରୀ ନତାଶାଙ୍କ ମଧ୍ୟରେ ୨୦୨୦ ଜାନୁଆରୀ ୧ରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା । ଏହାପରେ ସେହି ବର୍ଷ ଜୁଲାଇ ୩୦ରେ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ଅଗସ୍ତ୍ୟା । ୨୦୨୩ ଫେବୃଆରୀ ୧୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Leave a Reply

Your email address will not be published. Required fields are marked *