ମୋଦୀ ସରକାର କ୍ଷମତାକୁ ଆସିଲେ ପୂରଣ ହେବ ସ୍ୱପ୍ନ ! ଗ୍ରାହକଙ୍କୁ ମିଳିବ… ।
ଗଣତନ୍ତ୍ରର ମହାପର୍ବ ଅର୍ଥାତ ଲୋକ ସଭା ନିର୍ବାଚନ ଶେଷ ହୋଇଛି । ଭୋଟର ଏବେ ନିର୍ବାଚନ ଫଳାଫଳ କ’ଣ ହେବ ତାକୁ ଅପେକ୍ଷା କରିଛନ୍ତି । ନିର୍ବାଚନ କମିଶନ ଭୋଟ ଗଣନା କରିବା ପରେ ସ୍ଥିତି ସ୍ପଷ୍ଟ ହେବ । ଭୋଟଗଣନା ପୂର୍ବରୁ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ଜାରି ହୋଇଛି । ପ୍ରାୟ ସମସ୍ତ ପୋଲ୍ରେ ମୋଦି ସରକାର କ୍ଷମତାକୁ ଫେରୁଥିବା କୁହାଯାଇଛି । ଏମିତିରେ ଯଦି ଭୋଟ ଗଣତି ପରେ ଏହା ସତ ହୁଏ ତେବେ ଦେଶର ଇତିହାସରେ ଦ୍ୱିତୀୟ ଥର ପାଇଁ କୌଣସି ଦଳ ଲଗାତର ତୃତୀୟ ଥର ସରକାର ଗଠନ କରିବେ । ତେବେ ଜୁନ ୪ ତାରିଖରେ ଆସିବ ନିର୍ବାଚନୀ ଫଳ ।
ଆଉ ସେଥୀରୁହିଁ ଜଣାପଡିବ କି ଦେଶରେ କାହାର ସରକାର ଗଠନ ହେବ । ଏକ୍ସିଟ ପୋଲ ହିସାବରେ, ମୋଦୀ ସରକାର ପୁଣି ଥରେ କ୍ଷମତାକୁ ଆସିବ । ଆଉ ଏହାପରେ ଆରବିଆଇ ଦେଇପାରେ ଏକ ଖୁସି ଖବର । ନୂଆ ସରକାର ଗଠନ ହେବାପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜନତାଙ୍କୁ ଏକ ବଡ଼ ଉପହାର ଦେଇପାରେ । ଆଉ ଯଦି ଏମିତି ହୁଏ ତେବେ ସମସ୍ତଙ୍କର ଘର ଗାଡ଼ି କିଣିବା ସ୍ବପ୍ନ ମଧ୍ୟ ହୋଇପାରେ ପୂରଣ ।
ଋଣର ଇଏମଆଇ ମଧ୍ୟ ହୋଇପାରେ ଶସ୍ତା । ଜୁନ୍ ୫ ତାରିଖରୁ ଆରବିଆଇ ଦୀର୍ଘ ନୀତି ସମିତି ବୈଠକ ଆରମ୍ଭ ହେବ । ଆଉ ଜୁନ୍ ୭ ତାରିଖରେ କମିଟି ରେପୋ ରେଟ ଉପରେ ନିଆଯିବ ନିଷ୍ପତି । ତେବେ ରେପୋ ରେଟ୍ ର ସବୁଠୁ ବଡ଼ ପ୍ରଭାବ ମହଙ୍ଗା ଦର ଉପରେ ଥାଏ । ମାର୍କେଟ ଏକ୍ସପାର୍ଟ ଆଶା ରଖିଛନ୍ତି ଯେ ଏହା ନିୟନ୍ତ୍ରଣରେ ରହିଛି । ଏସବୁ ଭିତରେ ଆରବିଆଇ ରେପୋ ରେଟ୍ ହ୍ରାସ କରି ଋଣ ନେଉଥିବା ଲୋକକୁ ବଡ଼ ଉପହାର ଦେଇପାରେ ।
ଯାହାଦ୍ବାରା ହୋମ ଲୋନ୍ ମଧ୍ୟ ଶସ୍ତା ହୋଇଯିବ । ୨୦୨୪ ଆରମ୍ଭ ହେବା ଦିନଠାରୁ ଖୁଚୁରା ମହଙ୍ଗା ଦର ତଳକୁ ଖସୁଛି । ବର୍ତମାନ ୪.୮ ପ୍ରତିଶତ ୧୦ ମାସରେ ସବୁଠୁ କମ୍ । ଆଉ ଏସବୁ ଭିତରେ ଯଦି ଖୁଚୁରା ମହଙ୍ଗା ଦର ଏହାର ନିକଟତର ରୁହେ ତେବେ ଆରବିଆଇ ଅଧିକ ଚିନ୍ତାରେ ରହିବନି । ଆସନ୍ତା ସମୟରେ ଖୁଚୁରା ମହଙ୍ଗା ଦର ୬%ରୁ ତଳେ ରହିବ । ଚଳିତ ଆର୍ଥିକ ବର୍ଷ ମାର୍ଚ୍ଚ ୨୦୨୫ ଯାଏଁ ଏହାର ୪.୫% ଏବଂ ଜୁଲାଇ ସେପ୍ଟେମ୍ୱରରେ ୩.୮% ରହିବା ନେଇ ଅନୁମାନ କରାଯାଉଛି ।