ଓଡ଼ିଶାରେ କିଏ ଗଢିବ ସରକାର ସବୁ ଖୋଲି କହିଦେଲେ ବରିଷ୍ଠ ସାମ୍ବାଦିକ ଲଳିତ ମିଶ୍ର ।
ବନ୍ଧୁଗଣ ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ସାରା ଦେଶ ରାଜନୀତିମୟ ହୋଇ ଉଠିଛି । ଏହା ମଧ୍ୟରେ ଜୁନ୍ ୧ ତାରିଖରେ ରାଜ୍ୟରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ଜନତା ଏବଂ ନେତା । ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ହଜାର୍ ହଜାର ଭୋଟର । ତେବେ ଗତ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ୭ଟି ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ପାଇଁ ମତଦାନ୍ ଜୁନ ୧ ତାରିଖରେ ଶେଷ ହେଉଛି ।
ଏହି ନିର୍ବାଚନର ଫଳାଫଳ ଆସନ୍ତା ୪ ତାରିଖରେ ଘୋଷଣା ହେବ । ତେବେ ଏଥର ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ଜନତା କାହାକୁ ଚୟନ କରିବେ ତାହା ଏବେ ବଡ଼ ପ୍ରଶ୍ନ । ପୁଣି ରାଜ୍ୟରେ ସରକାର ବିଜେଡ଼ି ଗଠନ କରିବ ନା ଏଥର ମୋଦି ମ୍ୟାଜିକ୍ ଦେଖିବାକୁ ମିଳିବ, ସେନେଇ ଜାରି ରହିଛି କଳ୍ପନା ଜଳ୍ପନା । ଆଉ ଏହାରି ମଧ୍ୟରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ଏହି ନାନାଦି କଳ୍ପନା ଜଳ୍ପନା ମଧ୍ୟରେ ରାଜନୈତିକ ସମୀକ୍ଷକମାନେ ମଧ୍ୟ ରାଜ୍ୟରେ ରୋଚକ ଚିତ୍ରର ଆକଳନ କରୁଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ବରିଷ୍ଠ ସାମ୍ୱାଦିକ ଲଳିତ ମିଶ୍ର ଓଡ଼ିଶାରେ କିଏ ଗଢ଼ିବ ସରକାର ବିଜେପି ନା ବିଜେଡ଼ି? ସେନେଇ ନିଜ ମତ ରଖି କହିଛନ୍ତି ଯେ, ନ୍ୟାସନାଲ ଲେବଲ୍ ରେ ମୋଟାମୋଟି ଭାବରେ ଯେତିକି ସର୍ଭେ ଦେଖାଉଛି ସେଇଟା ନରେନ୍ଦ୍ର ମୋଦୀଙ୍କ ସରକାର ୩୦ ଦେଖାଉଛି । ଏବଂ ଏଇଟା ଗୋଟେ ଛୋଟ କଥା ନୁହେଁ । ଜାତୀୟ ସ୍ତରରେ ଗୋଟେ ଦଳ ଏବଂ ଜଣେ ପ୍ରଧାନମନ୍ତ୍ରୀ ତୃତୀୟ ଥର କଞ୍ଜିକ୍ୟୁଟିଭ ସ୍ତରରେ ନିର୍ବାଚନ ଜିତିକି ଆସିବା ନିଶ୍ଚିତ ଭାବରେ ତାଙ୍କ ପାଇଁ ଗୋଟେ ବଡ଼ ସଫଳତା ଏବଂ ଭାରତୀୟ ଜନତା ପାର୍ଟି ପାଇଁ ଗୋଟେ ବଡ଼ ସଫଳତା ଭାବରେ ବିଚାର କରାଯିବ ଯଦି ଏକଜିଟ ପୋଲ୍ ଟା ସତ ହୁଏ ।
ନରେନ୍ଦ୍ର ମୋଦୀଙ୍କ ଯେଉଁ ଫେକ୍ଟର ଦେଖୁଛୁ ସେଥିରେ ଗୋଟେ ବଡ଼ ଟର୍ଣିଂ ପଏଣ୍ଟ ହେଉଛି ଆଗରୁ ନରେନ୍ଦ୍ର ମୋଦୀ ଇକୋନୋମିକ ରିଫଣ୍ଡସ୍ କଥା କହୁଥିଲେ । ଭାରତୀୟ ଜନତା ପାର୍ଟି ପାଖରେ ନ୍ୟାସନାଲିଜିମ୍ ଅଛି, ହିନ୍ଦୁତ୍ବ ଅଛି ଆଉ ଦୁଇଟି ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଫ୍ୟାକ୍ଟର ଯୋଡ଼ିଲେ ସେଇଟା ହେଉଛି ଭାରତକୁ ତୃତୀୟ ଅର୍ଥନୀତିରେ ପରିଣତ କରିବା ବିଶ୍ୱରେ ଏବଂ ଆଉଗୋଟେ ମାଗଣା ଚାଉଳ ଦିଆଗଲା । ଯେଉଁଟା କି ନିଶ୍ଚିତ ଭାବରେ ତାଙ୍କ ପାଇଁ ଗୋଟେ ଗେମ୍ ଚେଞ୍ଜର ଭାବରେ କାମ ଦେବ ।