ନିର୍ବାଚନ ପରେ ଅଶାନ୍ତ ହୋଇପଡିଛି ଧର୍ମଶାଳା…ବ୍ଲକରେ ବନ୍ଧାପଡିଛି ଗାଡି। ରାସ୍ତା ପାଲଟିଲା ରଣଭୂମି।
ରାଜ୍ୟ ରାଜନୀତିର ବଡ଼ ପର୍ବ ସାଧାରଣ ନିର୍ବାଚନ ସରିଯାଇଛି ସତ। ହେଲେ ଏବେବି ଥମିନାହିଁ ରାଜନୈତିକ ହିଂସା। ଯେମିତି ଅଶାନ୍ତ ହୋଇପଡିଛି ପୁରା ଓଡିଶା। ଅନ୍ୟ ୩ ପର୍ଯ୍ୟୟ ମତଦାନ ଠାରୁ ଚତୁର୍ଥ ପର୍ଯ୍ୟାୟ ମତଦାନ ବେସ ଚ୍ୟାଲେଞ୍ଜିଗ ହୋଇପଡିଛି ନିର୍ବାଚନ କମିଶନଙ୍କ ପାଇଁ। ବିବାଦ ପରେ ବିବାଦ ବେଳକୁ ବେଳ ମୁଣ୍ଡ ଟେକୁଛି ପଛେ ଥମିବାର ନାଁ ନେଉନି। ସାରିଯାଇଛି ମତଦାନ ହେଲେ ଜାରି ରହିଛି ବିଶୃଙ୍ଖଳା। ଦୀର୍ଘ ୩୦ ବର୍ଷ ପରେ ଅଶାନ୍ତ ହୋଇପଡିଛି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ।
ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ଶତାଧିକ ସମର୍ଥକ ମାନେ ଏକତ୍ରିତ ହୋଇ ବ୍ଳକ ସମୁଖରେ ଏକ ବିରାଟ ହିଂସାକାଣ୍ଡ ଭିଆଇଛନ୍ତି। ଅଭିଯୋଗ ଅନୁଯାୟୀ ଧର୍ମଶାଳା ବ୍ଲକକୁ ଆସିଥିବା କେତେକ ରିଜର୍ଭଇଭିଏମକୁ ଅନ୍ୟତ୍ର ନେଇ ବଦଳ କରାଯାଉଥିବା ଅଭିଯୋଗ କରି ହିମାଂଶୁଙ୍କ ସମର୍ଥକମାନେ ବ୍ଲକ ଆଗରେ ବୋହୁ ମାତ୍ରାରେ ରୁଣ୍ଡ ହେବା ଫଳରେ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏପରିକି ବିଭିନ୍ନ ରୋଡ଼ରେ ରିଜର୍ଭଇଭିଏମ ଗାଡି ଗୁଡିକୁ ଜବରଦସ୍ତି କରି ହିମାଂଶୁଙ୍କ ସମର୍ଥକ ମାନେ ବ୍ଲକ ଭିତରେ ପୁରାଇବା ସହ ଇଭିଏମ ବଦଳି କରାଯାଇଥିବା ନେଇ ଓଡ଼ି ବସିଥିଲେ। ପରେ ଧର୍ମଶାଳା ଡିଡ଼ିଓହିମାଂଶୁ ଶେଖର ସାହୁଙ୍କୁ ସମସ୍ତ ବିବରଣୀ ଦେବା ପରେ ସେ ତାଙ୍କ ସମର୍ଥକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସମର୍ଥକ ମାନେ ତାଙ୍କ କଥାକୁ ଶୁଣିନଥିଲେ।
ମାତ୍ର ସ୍ୱଳ୍ପ ସମୟ ଭିତରେ ରଣ କ୍ଷେତ୍ର ପାଲଟିଥିଲା ଧର୍ମଶାଳା ବ୍ଲକ ଢେଲା ପଥର ମାଡ଼ ସାଙ୍ଗକୁ ବ୍ଲକ ଭିତରେ ଥିବା ଲକ୍ଷ୍ମୀ ବସ ଭାଙ୍ଗିବା ସହ ପୋଲିସ ସୁରକ୍ଷା କର୍ମୀଙ୍କୁ ଧୋକା ମାରିବା ପରେ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା। ପରେ ଘଟଣା ସ୍ଥଳରେ ଜିଲ୍ଲା SDPO SD ପହଁଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ହୋଇଥିଲା।ଏନେଇ ବିଡ଼ିଓ କହିଛନ୍ତି କୌଣସି ଇଭିଏମ ବଦଳ ହୋଇନାହିଁ। ସେମାନେ ଅଯଥାରେ ସନ୍ଦେହ କରି ଆମର କର୍ମଚାରୀ ମାନଙ୍କୁ ମାରଧଡ଼ କରୁଛନ୍ତି। ମୁଁ ଏ ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇଛି। ସେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେବେ।