ବିଜେଡି ନାଁ ବିଜେପି ଓଡ଼ିଶାରେ କିଏ ଗଢିବ ଖୋଲି କହିଦେଲେ କେଦାର ମିଶ୍ର ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ସାରା ଦେଶ ରାଜନୀତିମୟ ହୋଇ ଉଠିଛି । ଏହା ମଧ୍ୟରେ ଜୁନ୍ ୧ ତାରିଖ ଅର୍ଥାତ୍ ଆଜି ରାଜ୍ୟରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ଜନତା ଏବଂ ନେତା । ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ହଜାର୍ ହଜାର ଭୋଟର । ତେବେ ଗତ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ୭ଟି ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ପାଇଁ ମତଦାନ୍ ଜୁନ ୧ ଅର୍ଥାତ୍ ଆଜି ଶେଷ ହେଉଛି ।

ଏହି ନିର୍ବାଚନର ଫଳାଫଳ ଆସନ୍ତା ୪ ତାରିଖରେ ଘୋଷଣା ହେବ । ତେବେ ଏଥର ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ଜନତା କାହାକୁ ଚୟନ କରିବେ ତାହା ଏବେ ବଡ଼ ପ୍ରଶ୍ନ । ପୁଣି ରାଜ୍ୟରେ ସରକାର ବିଜେଡ଼ି ଗଠନ କରିବ ନା ଏଥର ମୋଦି ମ୍ୟାଜିକ୍ ଦେଖିବାକୁ ମିଳିବ, ସେନେଇ ଜାରି ରହିଛି କଳ୍ପନା ଜଳ୍ପନା । ଆଉ ଏହାରି ମଧ୍ୟରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ଏହି ନାନାଦି କଳ୍ପନା ଜଳ୍ପନା ମଧ୍ୟରେ ରାଜନୈତିକ ସମୀକ୍ଷକମାନେ ମଧ୍ୟ ରାଜ୍ୟରେ ରୋଚକ ଚିତ୍ରର ଆକଳନ କରୁଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ବରିଷ୍ଠ ସାମ୍ୱାଦିକ କେଦାର ମିଶ୍ର ଓଡ଼ିଶାରେ କିଏ ଗଢ଼ିବ ସରକାର ବିଜେପି ନା ବିଜେଡ଼ି? ସେନେଇ ନିଜ ମତ ରଖି କହିଛନ୍ତି ଯେ, ସେ କେବେ ଆକଳନରେ ବିଶ୍ୱାସ କରନ୍ତି ନାହିଁ ଯେ ଗୋଟେ ଭବିଷ୍ୟବାଣୀ କରିବା ସମ୍ଭବ । ଗୋଟେ ଇଭିଏମରେ କଣ ଅଛି ଲୋକ କଣ ଏକ୍ସପ୍ରେସ କରିଛନ୍ତି ସେଇଟା ୪ ତାରିଖ ଦିନ ଜଣା ପଡ଼ିବ । କିନ୍ତୁ ସେ ପାଖାପାଖି ୭୦ରୁ ୮୦ ନିର୍ବାଚନ ମଣ୍ଡଳୀ ଇତି ମଧ୍ୟରେ ବୁଲିଛନ୍ତି । ତାଙ୍କର ଯେଉଁ ଗୋଟେ ଧାରଣା ଅଛି ଲୋକଙ୍କ ଭିତରେ ଗୋଟେ ପରିବର୍ତ୍ତନ ସପକ୍ଷରେ ସେମିତି ଗୋଟେ ଜନମତ ନାହିଁ ।

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ଵ ଆଗରେ ବହୁତ୍ ବଡ଼ ପ୍ରଶ୍ନବାଚୀ ନାହିଁ । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଗୁଡିକ ଉଠାଉଛନ୍ତି ତାଙ୍କ ପ୍ରସଙ୍ଗ ଟା ପ୍ରସଙ୍ଗ ନାହିଁ ସେଠି ବ୍ୟକ୍ତିଗତ ଆକ୍ଷେପ ପ୍ରତି-ଆକ୍ଷେପ ଅଛି । ନବୀନ ବାବୁଙ୍କ ହାତ ଥରୁଛି, ନବୀନ ବାବୁଙ୍କ ଦେହ ଭଲନାହିଁ, ନବୀନ ବାବୁଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ଯଦି ଆପଣ ବିଜେପିର ପୂରା ନେରେଟିଭ ଟା ଦେଖିବେ ସେହି ହିସାବରେ ଜଣେ ମହାନ୍ ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କୁ ଗୃହବନ୍ଦି କରାଯାଇ ରଖାଯାଇଛି ତାଙ୍କର ଗୁମାସ୍ତା ସବୁ ଶାସନ କରୁଛି । ଏଇଟାକି ଲୋକ ନେବାକୁ କେତେଦୂର ପ୍ରସ୍ତୁତ ତାହା ୪ ତାରିଖ ଦିନ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *