ଓଡ଼ିଶାରେ ବଦଳିଗଲା ସିଟ.. ବିଜେଡିକୁ ଟପିଲା ବିଜେପି। ଏକଜିଟ ପୋଲ ସମସ୍ତଙ୍କୁ ଚମକାଇଦେଲା।
ଓଡ଼ିଶାରେ ବଦଳିଗଲା ସିଟ ଖେଳ। ଏକଜିଟ ପୋଲ ସମସ୍ତଙ୍କୁ ଚମକାଇଦେଲା। ଓଡ଼ିଶାରେ ବିଜେଡିକୁ ଟପିଲା ବିଜେପି। ଆଗରେ ବିଜେପି ପଛରେ ବିଜେଡି। ବିଜେଡି ଠାରୁ ଅଧିକ ଆସନ ପାଇବାକୁ ଯାଉଛି ବିଜେପି। ସିଟ ସଂଖ୍ୟାରେ ବିଜେପି ଆଗରେ ରହିଛି। ହଁ ଆଜ୍ଞା ଓଡ଼ିଶାରେ ନିର୍ବାଚନ ସାରିଯାଇଛି। ଆଉ ନିର୍ବାଚନ ସରୁ ସରୁ ଏହି ସିଟ ସମସ୍ତଙ୍କୁ ଚମକାଇ ଦେଇଛି। ଓଡ଼ିଶାରେ ଏଥର ହେବାକୁ ଯାଉଛି ଲୋକସଭା ଆସନକୁ ନେଇ ସିଟ ସଂଖ୍ୟା। ଯେଉଁଥିରେ ବିଜେପି ଆଗରେ ରହିଛି। ଏହି ସିଟ ପୋଲ ଲୋକସଭା ଆସନକୁ ନେଇ କିଛି ଆକଳନ କରିଛି। ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ। କାରଣ ବିଜେପି ଠାରୁ ପଛରେ ରହିଛି ବିଜେଡି।
ରିପବ୍ଲିକ ମ୍ୟାଟ୍ରିଜର ଆକଳନ କହୁଛି ରାଜ୍ୟରେ ଲୋକସଭା ଆସନରେ ବିଜେପିକୁ ୯ ରୁ ୧୨ ଆସନ ମିଳିବାକୁ ଯାଉଛି। ବିଜେଡିକୁ ୭ ରୁ ୧୦ ଏବଂ କଂଗ୍ରେସର ଖାତାକୁ ଯିବ ମାତ୍ର ଗୋଟିଏ ଆସନ।ସେହିଭଳି ଚାଣକ୍ୟର ଆକଳନ କହୁଛି ଯେ ବିଜେପି ୧୬ ଆସନ କବ୍ଜା କରିବାକୁ ଯାଉଥିବା ବେଳେ ବିଜେଡି ୪ ଓ କଂଗ୍ରେସକୁ ମିଳିବ ମାତ୍ର ଗୋଟିଏ ଆସନ।।
ଯଦି ଆମେ ଇଣ୍ଡିଟିଭିର ଏକଜିଟ ପୋଲ ରିପୋର୍ଟକୁ ଦେଖିବା ତାହେଲେ ଇଣ୍ଡିଟିଭିର ଆକଳନ କହୁଛି ବିଜେପି ରାଜ୍ୟରେ ୧୫ ଟି ଲୋକସଭା ଆସନ ପାଇବ। ବିଜେଡିକୁ ମିଳିପାରେ ୩ ରୁ ୮ଟି ଆସନ। କଂଗ୍ରେସ ଖାତା ଏଠାରେ ଖାଲି ରହିଛି।ସେହିଭଳି ଜନକି ପୋଲର ଏକଜିଟ ରିପୋର୍ଟ କହୁଛି ବିଜେପି ରାଜ୍ୟରେ ୧୫ ରୁ ୧୮ ଟି ଆସନ ଉପରେ କବ୍ଜା କରିବ। ସେହିଭଳି ବିଜେଡି ୩ ରୁ ୭ ଟି ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ଖାତାରେ ୦ ରହିଛି।
ଇଣ୍ଡିଆ ଟିଭିର ଆକଳନ ତ ସମସ୍ତଙ୍କୁ ଚମକାଇ ଦେଇଛି। ଇଣ୍ଡିଆ ଟିଭିର ଆକଳନ ଅନୁଯାୟୀ ବିଜେପି ରାଜ୍ୟରେ ପାଇବ ୧୫ ରୁ ୧୭ ଟି ଆସନ। ସେହିଭଳି ବିଜେଡି ୪ ରୁ ୬ ଏବଂ କଂଗ୍ରେସ ଖାତାକୁ ଯାଉଛି ଗୋଟିଏ ଆସନ।ତେବେ ଏହି EXITPOOL ଏକଜାଟ ହେଉଛି କି ନାହିଁ ତାହା ଜୁନ ୪ ତାରିଖରେ ଜଣା ପଡିବ।