ଗିରଫ ହେଲା ଭାଉଜ ପ୍ରେମୀ ଟୁଙ୍ଗୁରୁ ଭୋଳ

ଭାଉଜ ପ୍ରେମରେ ଉବୁଟୁବୁ ହୋଇ ଚର୍ଚ୍ଚାକୁ ଆସିଥିଲା। ରାଜଧାନୀରେ ଟୁଙ୍ଗୁରୁ ଭୋଳ କରୁଥିଲା ଏମିତି। ଭାଉଜକୁ ଛାଡ଼ି ଅଟୋରେ ଏହିମାନଙ୍କୁ ବୋହୁଥିଲା। ଭୁବନେଶ୍ଵରରୁ ଟୁଙ୍ଗୁରୁ ଭୋଳଙ୍କୁ ଗିରଫ କଲା ପୋଲିସ। ହଁ ଦର୍ଶକ ବନ୍ଧୁ ଟୁଙ୍ଗୁରୁ ଭୋଳଙ୍କର ନାଁ ଶୁଣିଲା ମାତ୍ରେ ଆପଣଙ୍କର ଅଟୋରେ ଭାଉଜ ପ୍ରେମ କଥା ତ ନିଶ୍ଚିତ ମନେ ପଡୁଥିବ। ଏବେ ଭାଉଜଙ୍କୁ ନୁହେଁ ବରଂ ଅଟୋ ଭିତରେ ଏହି ମାନଙ୍କୁ ବୋହି ନେଉଥିଲା ଟୁଙ୍ଗୁରୁ ଭୋଳ । ସେ ପୁଣି ରାଜଧାନୀର ରାଜରାସ୍ତାରେ।

ହଁ ଆଜ୍ଞା ଟୁଙ୍ଗୁରୁ ଭୋଳ ଅଟୋ ଚଲାଇ ଭାଉଜ ପ୍ରେମରେ ପୁରା ଉବୁଟୁବୁ ହୋଇ ଯାଇଥିଲା। ଆଉ ଏତେ ମାତ୍ରାରେ ଭାଇରାଲ୍ ହେଇଥିଲା ଯେ ସେତେବେଳେ ସମସ୍ତଙ୍କ ମୁଁହରେ ଟୁଙ୍ଗୁରୁ ଭୋଳ ଓ ଭାଉଜର ପ୍ରେମ କାହାଣୀ। ଆଉ ଏବେ ପୁଣି ସାମ୍ନାକୁ ଆସିଛି ଟୁଙ୍ଗୁରୁ ଭୋଳର କାରନାମା। ଯାହାକୁ ଶୁଣିଲେ ଆପଣମାନେ ମଧ୍ୟ ମୁଣ୍ଡରେ ହାତ ଦେବେ। ହଁ ଦର୍ଶକ ବନ୍ଧୁ ପରକ୍ରିୟା ପ୍ରୀତି ପାଇଁ ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳର ପୁଣି ଏକ କାରନାମା ପଦାକୁ ଆସିଛି।

ଭୁବନେଶ୍ଵର ଚନ୍ଦକା ରାସ୍ତାରେ ଅଟୋ ଭିତରେ ଏମିତି କରୁଥିଲା ଟୁଙ୍ଗୁରୁ ଭୋଳ। ଆଉ ଏବେ ପୋଲିସ୍ ହାତରେ ପଡ଼ିଛି ଧରା। ଏଥର କେଉଁ ଭାଉଜ ନୁହେଁ ବରଂ କେଉଁ ଚୋର ଗ୍ୟାଙ୍ଗକୁ ବୋହି ନେଉଥିଲା ଅଟୋରେ। ଚୋର ଗ୍ୟାଙ୍ଗ ସହ ସମ୍ପର୍କ ରଖି ହାବୁଡରେ ପଡ଼ିଛି। ଏଗାର ଜଣଙ୍କୁ ଗିରଫ କରିଛି ପୋଲିସ। ହଁ ଆଜ୍ଞା ଚୋର ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ଅଟୋରେ ବୋହିବାରୁ ଟୁଙ୍ଗୁରୁ ଭୋଳଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି।

ଟୁଙ୍ଗୁରୁ ଭୋଳ ସହ ଅନ୍ୟ ଦଶ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଘଟଣାଟି ଘଟିଛି ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ। ପୋଲିସର କହିବା ମୁତାବକ ଟୁଙ୍ଗୁରୁ ଭୋଳ ତାର ଅଟୋରିକ୍ସା ନେଇ ଗତକାଲି ରାତିରେ ନନ୍ଦନକାନନ ଚନ୍ଦକା ରାସ୍ତାରେ ଯାଉଥିଲେ। ହଠାତ୍ ଟୁଙ୍ଗୁରୁ ଭୋଳର ଅଟୋକୁ ଦେଖି ପୋଲିସର ସନ୍ଦେହ ହୋଇଥିଲା। ସଙ୍ଗେ ସଙ୍ଗେ ଅଟୋକୁ ଅଟକାଇ ଯାଞ୍ଚ କରିବାରୁ ଉକ୍ତ ଅଟୋରିକ୍ସାରୁ ଚାରି ଜଣ ବାହାରି ଥିଲେ। ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ମଧ୍ୟ ଧରା ପଡ଼ିଥିବା ଜଣା ପଡିଛି।

ସେମାନେ ଏକ ଆପାର୍ଟମେଣ୍ଟରୁ ଚୋରି କରି ଫେରାର ହେଉଥିବା ବେଳେ ପୋଲିସ ଜାଣିବାକୁ ପାଇଥିଲା। ଆଉ ଚନ୍ଦକା ଅଞ୍ଚଳରୁ ଟୁଙ୍ଗୁରୁ ଭୋଳ ସହ ଅନ୍ୟ ଦଶଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଏହା ସହ ଓଡ଼ିଶାକୁ ଆସିଥିବା ବହୁ ଭାରି ଯାନରେ ବିଭିନ୍ନ ସାମଗ୍ରୀକୁ ଲୋଡ୍ କରି ଅନ୍ୟ ରାଜ୍ୟକୁ ପଠାଉଥିଲେ। ଖାଲି ଏତିକି ନୁହେଁ ପାଇପକୁ ଚୋରି କରି ପ୍ରାୟ ଏକ କୋଟି ଟଙ୍କାରେ ବିକ୍ରି କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଗ୍ୟାଙ୍ଗରେ ପନ୍ଦର ଜଣରୁ ଅଧିକ ଥିବା ବେଳେ ଏଗାର ଜଣଙ୍କୁ ଧରିବାରେ ସଫଳ ହୋଇଛନ୍ତି। ତେବେ ଟୁଙ୍ଗୁରୁ ଭୋଳ ଚୋର ମାନଙ୍କୁ କେବଳ ଅଟୋରେ ଚାଲାଣ କରୁଥିଲା ନା ଚୋରିରେ ତାର ସମ୍ପର୍କ ରହିଛି ସେ ନେଇ ତଦନ୍ତ କରୁଛି ପୋଲିସ୍।

Leave a Reply

Your email address will not be published. Required fields are marked *