ପହଞ୍ଚି ପାରିଲେନି ବୁଥରେ.. ଜଣଙ୍କ ପରେ ଜଣେ ଟଳି ପଡ଼ିଲେ ପୁଲିଂ ଅଫିସର
ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବୁଥକୁ ଆସିଥିଲେ ପୁଲିଂ ଅଫିସର୍ ହେଇ। ହେଲେ କଣ ହେଲା କେଜାଣି ବୁଥରେ ପହଞ୍ଚିବା ଆଗରୁ ଜଣଙ୍କ ପରେ ଜଣେ ଟଳି ପଡ଼ିଲେ ଅଧା ରାସ୍ତାରେ। ହଁ ଦର୍ଶକ ବନ୍ଧୁ ଆଉ ମାତ୍ର କିଛି ଘଣ୍ଟା ପରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ। ପ୍ରାର୍ଥୀଠୁ ସହକର୍ମୀ, ନେତାଠୁ ଜନତା। ସମସ୍ତଙ୍କର ଏହି ମତଦାନକୁ ନେଇ ବେଶ୍ ଉତ୍କଣ୍ଠା। ବୁଥ୍ ରେଡି ଆଉ ସରଞ୍ଜାମ ସାଙ୍ଗରେ ଧରି ପହଞ୍ଚୁଛନ୍ତି ପୁଲିଂ ଅଫିସର୍। ଶେଷ ପର୍ଯ୍ୟାୟ ମତଦାନ ପାଇଁ ବୁଥଠୁ ଆରମ୍ଭ କରି ପୁଲିଂ ଅଫିସର୍ ଯାଏଁ ସମସ୍ତେ ବେଶ୍ ଚଳଚଞ୍ଚଳ। ଆଉ ଚଞ୍ଚଳତା ଭିତରେ ସାମ୍ନାକୁ ଆସିଛି ଏକ ଭୟଙ୍କର ଦୃଶ୍ୟ।
ବୁଥରେ ପହଞ୍ଚିବା ଆଗରୁ ସମସ୍ତେ ଜଣ ଜଣ ହେଇ ଟଳି ପଡ଼ୁଛନ୍ତି ଏହି ପୁଲିଂ ଅଫିସର୍ ମାନେ। କେମିତି ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପୁଲିଂ ଅଫିସରକୁ ଟେକି ଟେକି ଆମ୍ବୁଲାନ୍ସକୁ ନେଉଛନ୍ତି। ଏ ଦୃଶ୍ୟ ହେଉଛି ଯାଜପୁର ନିର୍ବାଚନ ମଣ୍ଡଳୀର ଖରାର ପ୍ରାଦୁର୍ଭାବ ଏତେ ବଢ଼ି ଯାଇଛି ଯେ ବେହୋସ୍ ହୋଇ ପଡ଼ୁଛନ୍ତି ପୁଲିଂ ଅଫିସର ମାନେ। ଯଦି ଏମାନଙ୍କ ଏମିତି ଅବସ୍ଥା ତେବେ ଧାଡ଼ିରେ ଠିଆ ହେଇ ମତଦାନ କରିବାକୁ ଆସିଥିବା ଜନତାଙ୍କ ଅବସ୍ଥା କଣ ହେବ।
ସୂଚନା ଅନୁଯାୟୀ ଯାଜପୁର ନିର୍ବାଚନ ପରିଚାଳନାରେ ଦେଖିବାକୁ ମିଳିଛି ଏକ ବଡ଼ ତ୍ରୁଟି।ବାର ହଜାର କର୍ମଚାରୀଙ୍କୁ ମାତ୍ର ଦୁଇଟି ଆମ୍ବୁଲାନ୍ସ। ଯନ୍ତ୍ରଣାରେ ଛଟପଟ ହେଲେ ପୁଲିଂ କର୍ମଚାରୀଙ୍କ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ବାଧ୍ୟ ହୋଇ ସହଯୋଗୀ ମାନେ ଅଫିସର ମାନଙ୍କୁ ବୋହିକି ନେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଆଠରୁ ଅଧିକ ପୁଲିଂ ଅଫିସର୍ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ସାରିଲେଣି।
ଗୁରୁତର ଅବସ୍ଥାରେ ସମସ୍ତଙ୍କ ଚିକିତ୍ସା ଚାଲୁ ରହିଛି। ତେବେ ଅତ୍ୟଧିକ ଗରମ ସହି ନପାରି ଅଫିସର ମାନେ ବେହୋସ୍ ହୋଇ ଗୁରୁତର ହୋଇ ପଡ଼ୁଛନ୍ତି ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡ଼ାକ୍ତର। ତେବେ ଚତୁର୍ଥ ପର୍ଯ୍ୟାୟ ମତଦାନକୁ ନେଇ ବହୁ ଆଶା ଆଶଙ୍କା ଭିତରେ ଏମିତି ଏକ ଅଘଟଣ ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି।