କିଏ ହେବ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉତ୍ତରାଧିକାରୀ? ଖୋଲି କହିଦେଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲି କହିଦେଲେ ତାଙ୍କର ଉତ୍ତରାଧିକାରୀ କିଏ? ବିରୋଧୀଙ୍କୁ ଚୁପ କରାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ। ପୁରା ଓଡିଶା ଜାଣିଲା ନବୀନଙ୍କ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ? କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ।

ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ମନରେ ଥିବା ସନ୍ଦେହକୁ ଦୂର କରି ଦେଇଛନ୍ତି। ନବୀନଙ୍କ ପରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ବୋଲି ଡିମ୍ ଡିମ ପିଟୁଥିବା ବିରୋଧୀ ଦଳକୁ ଦେଇଛନ୍ତି ଜୋରଦାର ଝଟକା। ମୁହଁ ଖୋଲି କହିଦେଇଛନ୍ତି ତାଙ୍କ ପରେ ଉତ୍ତରାଧିକାରୀ କିଏ ହେବ ବୋଲି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ହଟ ଚହଟ।

ହଁ ଆଜ୍ଞା ମୁଖ୍ୟମନ୍ତ୍ରୀ କେବେହେଲେ ଏମିତି ପ୍ରତିକ୍ରିୟା ଦେଇନଥିଲେ। ସମସ୍ତେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ କରି ଦେଖାନ୍ତି। ସେଥିପାଇଁ ଅଧିକା କୁହନ୍ତି ନାହିଁ ମୁଖ୍ୟମନ୍ତ୍ରୀ। ହେଲେ ୨୦୨୪ ସାଧାରଣ ନିର୍ବାଚନରେ ମୁହଁ ଖୋଲି ଦେଇଛନ୍ତି ଆଉ ବାରମ୍ବାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ କହିଦେଇଛନ୍ତି କି ତାଙ୍କ ପରେ ଉତ୍ତରାଧିକାରୀ କିଏ ହେବ ବୋଲି। ଯାହାକୁ ଶୁଣିବା ପରେ ପୁରା ଓଡ଼ିଶାବାସୀ ଆଶ୍ଚର୍ଯ୍ୟ।

ଓଡିଶାକୁ କାର୍ତ୍ତିକ ପାଣ୍ଡିଆନ ଚଳାଉଛନ୍ତି ସବୁ ପ୍ରକାରର ନିଷ୍ପତ୍ତି ପାଣ୍ଡିଆନ ନେଉଛନ୍ତି। ନିର୍ବାଚନ ପ୍ରଚାରର କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ। ପାଣ୍ଡିଆନଙ୍କ କଥାରେ ଚାଲୁଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର ପରବର୍ତୀ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ହେବେ। ଏମିତି କିଛି ଚର୍ଚ୍ଚା ଭିତରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ଦେଇଛନ୍ତି ଜୋରଦାର ଜବାବ। ଯାହା ପରେ ବିରୋଧୀଙ୍କ ମୁହଁ ପୁରା ଚୁପ। ଜାତୀୟ ଖବର ସର୍ବରା ସଂସ୍ଥା ଏନଆଇକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଏମିତି କିଛି କଥା କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ମୋ ପାଖରେ ସବୁ କ୍ଷମତା ରହିଛି। ମୁଁ ସବୁବେଳେ କ୍ୟାବିନେଟ ମିଟିଂରେ ଅଧ୍ୟକ୍ଷତା କରେ। ଆଜି ପର୍ଯ୍ୟନ୍ତ ଗୋଟିଏ ବି କ୍ୟାବିନେଟ ମିଟିଂରେ ମୁଁ ଅନୁପସ୍ଥିତ ରହେ ନାହିଁ ଆଉ ଏହା ପରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ। ଆଉ ସବୁକିଛି ଖୋଲି କରି ସ୍ପଷ୍ଟ ଭାବରେ କହିଦେଇଥିଲେ। ଯାହା ପରେ ବିରୋଧୀଙ୍କ ମୁହଁ ପୁରା ଚୁପ ହୋଇଯାଇଛି।

ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନର ଉତ୍ତର ଦେଇ ନବୀନ ପଟ୍ଟନାୟକ କହିଥିଲେ ଯେ ମୋ ଉତ୍ତରାଧିକାରୀକୁ ଓଡିଶାବାସୀ ବାଛିବେ। ଓଡିଶା ମୋ ରାଜ୍ୟ ଓଡିଶାବାସୀନଙ୍କୁ ଏହା ସମ୍ପୂର୍ଣ୍ଣ ଭାବେ ଅଧିକାର ରହିଛି। କାର୍ତ୍ତିକ ପାଣ୍ଡିଆ ଉତ୍ତରାଧିକାରୀ ବୋଲି ହେଉଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ ଏଭଳି କହିଦେଇଛନ୍ତି। ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ। ଓଡିଶାବାସୀଙ୍କ ଛଡା ଆଉ କେହି ମୋ ଉତ୍ତରାଧିକାରୀକୁ ବାଛି ପାରିବେ ନାହିଁ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି ଉତ୍ତର ଶୁଣି ପୁରା ରାଜ୍ୟରେ ହଟ ଚହଟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହିଛନ୍ତି। ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କହିଥିବା ଟିପ୍ପଣୀ ଉପରେ ମନ୍ତବ୍ୟ ଦେଇ ନବୀନ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋ ସ୍ବାସ୍ଥ୍ୟକୁ ନେଇ ଏତେ ଚିନ୍ତିତ ତେବେ ସେ ମୋତେ ଫୋନ କରି ପାରିଥାନ୍ତେ।

ସାଧାରଣ ସଭାରେ କହିବା ଅପେକ୍ଷା ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ କରିପାରିଥାନ୍ତେ। ଯାହାର ଅର୍ଥ ହେଉଛି କେବଳ ଭୋଟ ହାସଲ ପାଇଁ ସେ ଏଭଳି କରିଛନ୍ତି। ଏହି ଗୁଜବକୁ ଦିଲ୍ଲୀରେ ରହୁଥିବା ଜଣେ ବିଜେପି ନେତା ପ୍ରଚାର କରୁଛନ୍ତି। ମୋ ସ୍ୱାସ୍ଥ୍ୟ ଠିକ ଅଛି। ମୁଁ ଏହି ଖରାରେ ପ୍ରଚାର କରୁଛି। ମୋର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ।ସେପଟେ ଯଦି ଦେଖିବା ମୁଖ୍ୟମନ୍ତ୍ରୀଙ୍କର ଏଭଳି ପ୍ରତିକ୍ରିୟା ପରେ ଓଡିଶା ରାଜନୀତିରେ ହଇ ଚଇ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *