ସୂର୍ଯ୍ୟ ବୁଡୁଥିବାର ଦେଖି ଏହି ସ୍ଥାନରେ ଧ୍ୟାନରେ ବସିଲେ ନରେନ୍ଦ୍ର ମୋଦୀ, ଆଗରୁ ସେଇଠି ବସିଥିଲେ ବିବେକାନନ୍ଦ।

କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କନ୍ୟାକୁମାରିକୁ ବାଛିଲେ ଧ୍ୟାନରେ ବସିବା ପାଇଁ। ନିର୍ବାଚନ ଚିନ୍ତା ଛାଡି ଦେଇ ଧ୍ୟାନରେ ବସିଗଲେ ନରେନ୍ଦ୍ର ମୋଦୀ। ଯେଉଁଠି ଧ୍ୟାନ କରିଥିଲେ ବିବେକାନନ୍ଦ ସେଇଠି ମୋଦୀ। ସୂର୍ଯ୍ୟାସ୍ତ ଦେଖିବା ପରେ ଧ୍ୟାନରେ ବସିଯାଇଛନ୍ତି ମୋଦୀ। ୧ ତାରିଖ ପର୍ଯ୍ୟନ୍ତ ସେମିତି ବସିରହିବେ ନରେନ୍ଦ୍ର ମୋଦୀ।

ଆଜି ଠାରୁ ଦୁଇ ଦିନିଆ ଧ୍ୟାନରେ ବସିବେ ନରେନ୍ଦ୍ର ମୋଦୀ। ଏ ଦୃଶ୍ୟକୁ ଆପଣ ଦେଖିପାରୁଥିବେ। କନ୍ୟାକୁମାରୀର ଏହି ସ୍ଥାନରେ ପହଂଚିଯାଇଛନ୍ତି ନରେନ୍ଦ୍ର ମୋଦୀ। ଆଉ ଧ୍ୟାନରେ ବସି ସାରିଛନ୍ତି। ହଁ ଆଜ୍ଞା ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ କରିବା ପରେ ଆଜି ଠାରୁ ଦୁଇ ଦିନିଆ ଧ୍ୟାନରେ ବସି ଯାଇଛନ୍ତି ନରେନ୍ଦ୍ର ମୋଦୀ। କନ୍ୟାକୁମାରିର ସ୍ୱାମୀ ବିବେକାନନ୍ଦ ଧ୍ୟାନ ମଣ୍ଡପରେ ଧ୍ୟାନରେ ବସିଛନ୍ତି ମୋଦି। ମେ ୩୦ ତାରିଖ ଅର୍ଥାତ ଗତ କାଲି ଶେଷ ପର୍ଯ୍ୟୟ ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର ଶେଷ ହୋଇଛି। ତେଣୁ ମୋଦୀ ଗତ କାଲି ସନ୍ଧ୍ୟାରୁ ଜୁନ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ କରିବେ।

ତେବେ ପ୍ରଧାନମନ୍ତ୍ରୀଙ୍କର ଆଗଭର ଏବଂ ତାଙ୍କର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ମୋଦୀଙ୍କ ଧ୍ୟାନ ସମୟରେ କଡା ନଜର ରଖିବା ପାଇଁ ପ୍ରାୟ ୨୦୦୦ ପୋଲିସ କର୍ମଚାରୀ ଓ ସୁରକ୍ଷା ଏଜେନ୍ସି ନିୟୋଜିତ ହୋଇଛନ୍ତି। ଆଜି ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ ଏବଂ ଘରୋଇ ଡ଼ଙ୍ଗା ଚାଳନା ମଧ୍ୟ ବନ୍ଦ ରହିବ। ହେଲିକେପ୍ଟର ଯୋଗେ PM ମୋଦୀ ଏଠାରେ ପହଁଚିଛନ୍ତି ଓ ଆରମ୍ଭ ହୋଇଛି ଧ୍ୟାନର କାର୍ଯ୍ୟକ୍ରମ।ହଁ ଆଜ୍ଞା ନରେନ୍ଦ୍ର ମୋଦୀ ସୂର୍ଯ୍ୟାସ୍ତ ଦେଖିବା ପରେ ଏଭଳି ଧ୍ୟାନରେ ବସିଛନ୍ତି। ତେବେ ସେ ଜୁନ ୧ ତାରିଖ ଅପରାହ୍ନ ୩୩୦ରେ କନ୍ୟାକୁମାରି ରୁ ଫେରିବେ ବୋଲି ସୂଚନା ମିଳିଛି।

ତେବେ କନ୍ୟାକୁମାରିର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ଥଳର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। କାରଣ ଏଠାରେ ଧ୍ୟାନ କରିବା ପାଇଁ ବିବେକାନନ୍ଦଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା ବୋଲି କୁହାଯାଏ। ବିବେକାନନ୍ଦ ସାରା ଦେଶ ଭ୍ରମଣ କରିବା ପରେ ଏହି ସ୍ମାରକୀ ସ୍ଥଳରେ ୩ ଦିନିଆ ଧ୍ୟାନ କରିଥିଲେ। ଏହା ପୂର୍ବରୁ ୨୦୨୪ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ନରେନ୍ଦ୍ର ମୋଦୀ ଶିବାଜୀ ମହାରାଜାଙ୍କ ପ୍ରତାପରୁଦ୍ର ଗଡ଼ରେ ଧ୍ୟାନ କରିଥିଲେ।ତେବେ ୨୦୧୯ ନିର୍ବାଚନ ପ୍ରଚାର ଶେଷହେବା ପରେ କେଦାରନାଥରେ ଧ୍ୟାନସ୍ତ ହୋଇଥିଲେ ମୋଦୀ।

Leave a Comment

Your email address will not be published. Required fields are marked *

Scroll to Top