ଓଡିଶାକୁ ମାଡି ଆସୁଛି ବଡ଼ ବର୍ଷା, ଏହି ଦିନ ଠାରୁ ଲଗାଣ ବର୍ଷାରେ ଭିଜିବ ଓଡିଶା।

ଏହି ଦିନ ଠାରୁ ଓଡ଼ିଶାରେ ହେବ ମୌସୁମୀ ବର୍ଷା। ଓଡ଼ିଶାରେ ଏଇଥର ହେବ ମୌସୁମୀରେ ଭଲ ବର୍ଷା। ଚାଷୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ।ଓଡ଼ିଶାର ଆକାଶରେ ଆସୁଛି ବଡ଼ ବର୍ଷା। ତୁହାକୁ ତୁହା କାଛିବ ବର୍ଷା। ପୁରା ଓଡିଶାକୁ ଭିଜାଇବ। ଅସରାଏ ଏ ବର୍ଷା ୨ ରୁ ୩ ଦିନ ପର୍ଯ୍ୟନ୍ତ ଲାଗିରହିପାରେ। ସ୍ୱାଭାବିକ ଠାରୁ ଓଡ଼ିଶାରେ ହେବ ଏଥର ଭଲ ବର୍ଷା। ମୌସୁମୀ ସମସ୍ତଙ୍କ ମନକୁ ଖୁସି କରାଇବ। ସେଥିପାଇଁ ଚାଷୀ ମାନଙ୍କ ମନ ଏବେ ବହୁତ ଖୁସି। ପ୍ରସ୍ତୁତ ରହିବାକୁ ଏବେ ଚାଷୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

ହଁ ଆଜ୍ଞା ଡ଼ହ ଡ଼ହ ଖରା କାରଣରୁ ଗରମରୁ ଏବଂ ଗୁଳୁଗୁଳିରୁ ଜନ ଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଖରାର ପରିମାଣ କମ ହେଉଥିଲେ ସୁଦ୍ଧା ଗୁଳୁଗୁଳି ପ୍ରବଳ ହେଉଛି। ଆଉ ବୋଧେ ସେଥିପାଇଁ ମୌସୁମୀକୁ ନେଇ ପାଗ ପୁରା ଅନୁକୂଳ ରହିଛି। ଯେଉଁଥିପାଇଁ ଠିକ ସମୟରେ ମୌସୁମୀ କେରଳ ଛୁଇଁବା ସହ ଓଡ଼ିଶାରେ ଏଥର ସ୍ବଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ମୌସୁମୀ ଭଲ ହେବା ମାନେ ଚାଷୀ କାର୍ଯ୍ୟ ବି ଭଲ ରହିବ। ସେଥିପାଇଁ ତ ଚାଷୀ ମାନଙ୍କ ମନ ଏବେ ଭାରି ଖୁସି। ହଳ ଲଙ୍ଗଳ ସହ ବିହନକୁ ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି। ଅସରାଏ ବର୍ଷା ହେବା ପରେ ବିଲକୁ ବାହାରି ପଡିବେ ଚାଷୀ ଭାଇମାନେ।

ମୌସୁମୀର ଆକଳନ ଅନୁଯାୟୀ ଏଥର କୃଷି କାର୍ଯ୍ୟ ହେଉଥିବା ରାଜ୍ୟ ଗୁଡିକରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହେବ। ଓଡିଶା ସମେତ ଛତିଶଗଡ଼ ମଧ୍ୟପ୍ରଦେଶ ଗୁଜୁରାଟ ରାଜସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ତେବେ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଉତ୍ତରପ୍ରଦେଶ ବିହାର ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ମହାରାଷ୍ଟ୍ରର କିଛି ଅଂଶରେ ମୌସୁମୀ ସମୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ।

ଜୁନ ମାସରେ ସାରା ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ କେରଳ ଛୁଇଁବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆସନ୍ତା ୪ ଦିନ ଅର୍ଥାତ ମେ ୩୧ ମଧ୍ୟରେ ମୌସୁମୀ ଭାରତ ଭୂଖଣ୍ଡରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥି ସହିତ ଚଳିତ ମୌସୁମୀ ଋତୁରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି।

IMD ପକ୍ଷରୁ କୁହାଯାଇଛି ଯେ ଜୁନ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ତଳେ ରହିବ। ଅର୍ଥାତ ୯୪% ରୁ କମ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଭାରତରେ ମୌସୁମୀ ସମୟରେ ସ୍ବଭାବିକ ଠାରୁ ବର୍ଷା ଅର୍ଥାତ ୯୨% ରୁ ୧୦୮% ହୋଇପାରେ।ତେବେ କେନ୍ଦ୍ରୀୟ ଓ ଦକ୍ଷିଣ ଭାରତରେ ଅଧିକ ବର୍ଷା ଅର୍ଥାତ ୧୦୬% ରୁ ଅଧିକ ବର୍ଷା ହେବ।

Leave a Comment

Your email address will not be published. Required fields are marked *

Scroll to Top