ବିଜେପି ନା ବିଜେଡି ଓଡ଼ିଶାରେ ଏଥର କିଏ ଗଢିବ ସରକାର ଖୋଲି କହିଦେଲେ ଅକ୍ଷୟ ସାହୁ ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ସାରା ଦେଶ ରାଜନୀତିମୟ ହୋଇ ଉଠିଛି । ଏହା ମଧ୍ୟରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଜୁନ ୧ରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବ । ଏହାପରେ ୪ରେ ରେଜଲ୍ଟ ପ୍ରକାଶ ପାଇବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ତେବେ ଏଥର ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ଜନତା କାହାକୁ ଚୟନ କରିବେ ତାହା ଏବେ ବଡ଼ ପ୍ରଶ୍ନ ।

ପୁଣି ରାଜ୍ୟରେ ସରକାର ବିଜେଡ଼ି ଗଠନ କରିବ ନା ଏଥର ମୋଦି ମ୍ୟାଜିକ୍ ଦେଖିବାକୁ ମିଳିବ, ସେନେଇ ଜାରି ରହିଛି କଳ୍ପନା ଜଳ୍ପନା । ଆଜ୍ଞା ହଁ ବନ୍ଧୁଗଣ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଉ ଏହାରି ମଧ୍ୟରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ଏହି ନାନାଦି କଳ୍ପନା ଜଳ୍ପନା ମଧ୍ୟରେ ରାଜନୈତିକ ସମୀକ୍ଷକମାନେ ମଧ୍ୟ ରାଜ୍ୟରେ ରୋଚକ ଚିତ୍ରର ଆକଳନ କରୁଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁ ଓଡ଼ିଶାରେ କିଏ ଗଢ଼ିବ ସରକାର ବିଜେପି ନା ବିଜେଡ଼ି? ସେନେଇ ନିଜ ମତ ରଖି କହିଛନ୍ତି ଯେ, ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ମଧ୍ୟରୁ ୩ଟି ସରିଲାଣି ଆଉ ଗୋଟେ ବାକି ଅଛି । ତେବେ ଏଥର ସମସ୍ତଙ୍କ ମନରେ ଗୋଟେ ଅଦ୍ଭୂତ ପୂର୍ବ ଉତ୍ସୁକତା ଦେଖା ଦେଇଛି । ୩ଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ସମସ୍ତେ ଆଲୋଚନା କରୁଛନ୍ତି କାହାର ପଲ୍ଲା ଭାରି ରହିଛି ଏପର୍ଯ୍ୟନ୍ତ । ଗୋଟିଏ କଥା ହେଉଛି ଯେ ଚଳିତ ବର୍ଷ ଯେଉଁ ନିର୍ବାଚନ ହେଉଛି ଏଇଟା ବିଗତ ୨୫/୨୬ ବର୍ଷ ଭିତରେ ଏଭଳି ରୋଚକ ନିର୍ବାଚନ କେବେ ଓଡ଼ିଶାରେ ହୋଇନାହିଁ ।

ଆଉ ଏଥର ନିର୍ବାଚନ ଟା ଏଥିପାଇଁ ରୋଚକ ହୋଇଛି ଯେ ଏଠି ଦୁଇଟା ଦଳ ଭିତରେ ଭୀଷଣ ପ୍ରତିଦ୍ବନ୍ଦିତା ହେଉଛି । ଏବଂ ତୃତୀୟ ଦଳ ଯିଏକି ଏଇ ଦୁଇ ଦଳକୁ ଟକ୍କର ଦେବାକୁ ଚେଷ୍ଟା କରୁଛି ସେ ମଧ୍ୟ ତାର ଶତ ପ୍ରତିଶତ ଦେଉଛି । ଏପର୍ଯ୍ୟନ୍ତ ଶାସକ ଦଳ ଅର୍ଥାତ୍ ବିଜେଡ଼ି ଗୋଟେ ଅପ୍ରତିଦ୍ୱନ୍ଦୀ ଦଳ ହିସାବରେ ରହି ଆସିଛି ବଡ଼ ଦ୍ରୁମ ଭଳିଆ ଛିଡ଼ାହୋଇଛି ତାକୁ ଦୋହଲେଇବା ବିରୋଧୀ ଦଳଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ । କିନ୍ତୁ ଚଳିତ ବର୍ଷ ସେହି ବଡ଼ ଦ୍ରୁମକୁ ଦୋହଲାଇବାକୁ ଚେଷ୍ଟା କରିଛି ବିଜେପି କିନ୍ତୁ ସମ୍ପୂର୍ଣ ଭାବରେ ତାକୁ ଓପାଡ଼ି ପାରିବ କି ନାହିଁ ତାହା ସମୟ କହିବ ।

Leave a Comment

Your email address will not be published. Required fields are marked *

Scroll to Top