ହାତ ଧରାଧରି ହୋଇ ସ୍ୱାମୀ-ସ୍ତ୍ରୀ ନେଲେ ଏମିତି ନିଷ୍ପତ୍ତି। ଅଞ୍ଚଳରେ ଖେଳିଗଲା ଶୋକରଛାୟା।

ଆସ ଆମେ ସବୁଦିନ ପାଇଁ ଏଇ କରେଣ୍ଟ ତାରକୁ ଧରି ଜୀବନ ହାରିଦେବା। ହଁ ଆଜ୍ଞା ଶେଷରେ ଏମିତି କିଛି କଥା କୁହାକୁହି ହୋଇ ସ୍ୱାମୀ-ସ୍ତ୍ରୀ ଜୀବନ ହାରି ଦେଇଥିବା ଚର୍ଚ୍ଚା ହେଉଛି। ସ୍ୱାମୀ-ସ୍ତ୍ରୀ ହାତ ଧରାଧରି ହୋଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ସବୁଆଡେ ଏବେ ଦୁଃଖ ଏବଂ ଶୋକର ଛାୟା ଖେଳି ଯାଇଛି।ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପୁରୁଷତମ ପୁର ପଞ୍ଚାୟତ ଅନ୍ତର୍ଗତ ପାର୍ବତପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ପ୍ରହ୍ଲାଦ ମହାକୁଡ଼ଙ୍କ ପୁତ୍ର ମନୋଜ ମହାକୁଡ଼ ମନୋଜକୁମାର ମହାକୁଡ଼ ଏବଂ ତାଙ୍କର ପତ୍ନୀ ସସ୍ମିତା ମହାକୁଡ଼ ପରସ୍ପରକୁ ଭଲପାଇ ଗତ ୧ ବର୍ଷ ପୂର୍ବରୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ତାଙ୍କର କୌଣସି ପିଲାପିଲି ହୋଇନଥିବା ବେଳେ ମନୋଜ ଝାରସୁଗୁଡାରେ ଏକ କମ୍ପାନୀରେ କାମ କରୁଥିଲେ। ତାଙ୍କର ସସ୍ମିତା ବିବାହ ପାଖରୁ ତାଙ୍କ ସ୍ବାମୀଙ୍କ ନିକଟରେ ରହୁଥିଲେ ଏବଂ ଗତ ୪ ମାସ ହେବ ଆସି ଶାଶୂଘରେ ରହୁଥିଲେ। ଆଉ ଗତ କାଲି ମନୋଜ କାହାକୁ ନଜଣେଇ ଘରକୁ ଆସିଥିଲେ।

ବଡ଼ ଭାଇ ବିଶ୍ଵଜିତ ମହାକୁଡ଼ଙ୍କ କହିବା ମୁତାବକ ଘରେ ଖାଇବା ସମୟରେ ତାଙ୍କର ପରିବାର ଲୋକେ ଓ ତାଙ୍କର ପତ୍ନୀ ଖାଇବାକୁ ଡାକିଥିବା ବେଳେ ସେମାନେ ଖାଇନଥିଲେ। ପରେ ଖାଇବେ ବୋଲି କହି ଘରେ ଶୋଇଥିଲେ। ମନୋଜ ବାହାର ରାଜ୍ୟରୁ ଫେରିଥିବା ଶୁଣି ତାଙ୍କୁ ସାକ୍ଷତ କରିବା ପାଇଁ ସସ୍ମିତାଙ୍କ ଭିଣୋଇ ସେଠାରେ ପିହଁଚିଥିଲେ। ଘରେ ଲୋକେ ସେମାନଙ୍କୁ ଡାକିବାରୁ କେହି ଶୁଣିନଥିଲେ। ତେଣୁ ସେମାନେ ସାବୁଳରେ ଯେତେବେଳେ କବାଟକୁ ତାଡି ଥିଲେ ସେତେବେଳେ ସେ ବିଦ୍ୟୁତ ଆଘାତ ଖାଇଥିଲେ। ତେଣୁ ଲାଇନ କାଟି କବାଟ କାଢ଼ିବା ପରେ ଦମ୍ପତି ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ସେମାନେ ବେକରେ ବିଦ୍ୟୁତ ତାର ଗୋଡ଼ାଇ ଜୀବନ ହାରିଦେଇଥିବା କଥା ଏପଟେ ବଡ଼ ଭାଇ କହିଛନ୍ତି। ଅନ୍ୟପଟେ ମୃତ ସସ୍ମିତାଙ୍କ ଭିଣେଇ କହିବା ଅନୁସାରେ ସେମାନଙ୍କ ପରିବାରରେ ସବୁବେଳେ କୋଳହ ଲାଗି ରହୁଥିଲା। ଶାଶୂ ଘର ଲୋକେ ସସ୍ମିତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ସେ ଫୋନ କରି ତାଙ୍କୁ ମଧ୍ୟ ଏ ବାବଦରେ ଜଣାଇଥିଲେ।ତେବେ ଘଟଣା ସ୍ଥଳରେ ସିମୁଳିଆ ପୋଲିସ ସାଇଣ୍ଟିଫିକ ଟିମ ଏବଂ ଇଲେକ୍ଟ୍ରି ବିଭାଗର କର୍ମଚାରୀ ମାନେ ପହଁଚି ଅଧିକ ତଦନ୍ତ କରିଥିବା ସହ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡିଛି।

Leave a Comment

Your email address will not be published. Required fields are marked *

Scroll to Top