ପ୍ରଶାନ୍ତ ଜଗଦେବଙ୍କୁ ଗୋଡେଇ ଯାଇ ଧରିଲା ପୋଲିସ । ଇଭିଏମ ମେସିନ୍ କୁ କାହିଁକି ଭାଙ୍ଗିଦେଲେ ପ୍ରଶାନ୍ତ?

ବାହୁବଳୀ ନେତା ପୁଣି ଦେଖାଇଲେ ଦବଙ୍ଗଗିରି । ଇଭିଏମ୍ ମେସିନ୍ ଭାଙ୍ଗି ଫେରାର ହେଲେ ପ୍ରଶାନ୍ତ ଜଗଦେବ । ପ୍ରଶାନ୍ତଙ୍କ ଗୋଡେଇ ଯାଇ ଧରିଲା ପୋଲିସ । ଅପରାଜିତାଙ୍କ କାରରେ ହେଇ ଯାଉଥିଲେ ଫେରାର । ବର୍ତମାନର ସବୁଠାରୁ ବଡ଼ ଖବର ଆଉ ଯାହାକି ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଉଛି । ପୁଣିଥରେ ପ୍ରଶାନ୍ତ ଜଗଦ୍ଦେବ ଦେଖାଇଛନ୍ତି ତାଙ୍କ ଦବଙ୍ଗଗିରି । ଆଉ ଯେଉଁ କାରଣରୁ ବନ୍ଧା ହେଲେ ବାହୁବଳୀ ବିଧାୟକ ।

ବୁଥ୍ ଭିତରେ ଇଭିଏମ୍ ଭଙ୍ଗାରୁଜା ସହ ପୋଲିଂ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାନସଭାର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ । ଶନିବାର ଅପରାହ୍ଣରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ବ୍ଲକ ବେଗୁନିଆ ବିଧାନସଭା ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥକୁ ଭୋଟ୍ ଦେବାକୁ ଯାଇଥିଲେ । ସେଠାରେ ମାରପିଟ୍ କରିବା ସହ ସେ କୁଆଡ଼େ ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା ।

https://www.youtube.com/watch?v=RYzPvNpGOdQ

ଏହି ଅଭିଯୋଗରେ ପୋଲିସ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରିଥିଲା । ସୂଚନାଯୋଗ୍ୟ ଭୋଟିଂ ପାଇଁ ଲୋକ ଲାଇନରେ ଥିବା ବେଳେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ହଠାତ ବୁଥ୍ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ । ଏତିକିରେ ଅଟକି ନଥିଲେ ପ୍ରଶାନ୍ତ ଜଗଦ୍ଦେବ । ବୁଥ୍ ଭିତରେ ଥିବା ଇଭିଏମ୍ ହୋର୍ଡିଂକୁ ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ବୋଲଗଡ଼ ପୋଲିସ ପ୍ରଶାନ୍ତଙ୍କୁ ଅଟକ ରଖିଛି ।

ଏଠି ପ୍ରଶ୍ନ ଉଠୁଛି ମତଦାନ ଦିନ ମାନସିକ ସନ୍ତୁଳନ ହରାଇଲେ କି ପ୍ରଶାନ୍ତ । ପରାଜୟ ଭୟରେ ପାଗଳ ହୋଇଗଲେ କି ପ୍ରଶାନ୍ତ ଜଗଦ୍ଦେବ । ହାରିବା ଭୟରେ ହିଂସ୍ର ହୋଇଗଲେ କି ହତ୍ଯା ଉଦ୍ୟମ ଅଭିଯୁକ୍ତ । ହାରିବା ଲଜ୍ଜାରେ ଜଗଦ୍ଦେବ ଲେଖିଲେ ହେଟ୍ ଷ୍ଟୋରୀ । ମହଙ୍ଗା ପଡିବ କି ନିର୍ବାଚନ ଅଧିକାରୀଙ୍କୁ ମାଡ଼ । ପ୍ରଶାନ୍ତଙ୍କୁ କେଉଁଠି ଲୁଚାଇ ନେଇ ଯାଉଥିଲେ ଅପରାଜିତା । ଏବେ ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି ।

Leave a Reply

Your email address will not be published. Required fields are marked *