ମୋଦୀଙ୍କୁ ଦେଖିବା ପାଇଁ କେତେ ଆଗ୍ରହର ଶହକାରେ ଦୌଡ଼ି ଆସିଥିଲେ ମହିଳା କିନ୍ତୁ ସେଇଠୁ ପହଁଚିଗଲେ ସିଧା ମେଡିକାଲ।

ମୋଦୀଙ୍କ ଦେଖିବାକୁ ଆସି ଟଳି ପଡିଲେ ମହିଳା। ଆଉ ଅତି ଗୁରୁତ୍ୱର ଭାବେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ମେଡିକାଲକୁ ନିଆଗଲା। ହଁ ଆଜ୍ଞା ଗତ କାଲି ଯେତେବେଳେ ଅନୁଗୁଳ ସହରରେ ପହଞ୍ଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଦେଖିବା ପାଇଁ ଦୌଡ଼ି ଯାଇଥିଲେ ମହିଳା ଜଣକ।

ହଁ ଆଜ୍ଞା ଶହ ଶହ ଗହଳି ଭିତରେ ଟିକେ ମୋଦୀଙ୍କୁ ଦେଖିବା ପାଇଁ ମନରେ ଆଗ୍ରହ ଧରି ଯାଇଥିଲେ ହେଲେ ତାଙ୍କ ସହିତ ଏମିତି ଘଟିବ ବୋଲି ସେ କେବେବି ଭାବି ମଥିଲେ। ମୋଦୀଙ୍କୁ ଦେଖିବା ପାଇଁ ନାକ ଷ୍ଟାଡିୟମ ଠାରେ ଲକ୍ଷ ଲକ୍ଷ ଲୋକଙ୍କର ଭିଡ଼ ଜମି ଥିଲା ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମୋଦୀଙ୍କୁ ଦେଖିବା ପାଇଁ ଉତ୍ସହିତ ହୋଇଥିଲେ। ଷ୍ଟାଡିୟମ ଠାରେ ଏତେ ଲୋକଙ୍କ ଭିଡ଼ ହୋଇଥିଲା ଯେ ପାଦ ପଡ଼ିବାକୁ ଜାଗା ନଥିଲା।

ତେବେ ମୋଦୀଙ୍କୁ ଦେଖିବା ପାଇଁ ତୁଳସୀପାଳ ଗ୍ରାମରୁ ଜଣେ ମହିଳା ଆସିଥିଲେ। ହେଲେ ଲୋକଙ୍କର ଏତେ ଭିଡ଼ ଥିଲା ଯେମହିଳା ଜଣକ ସେହି ସଭା ସ୍ଥଳରେ ହିଁ ଚେତାଶୂନ୍ୟ ହୋଇ ପଡି ଯାଇଥିଲେ।।ତେବେ ସେଠାରେ ନିଯୁକ୍ତି ହୋଇଥିବା ସୁରକ୍ଷା କର୍ମୀ ମାନେ ମହିଳାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ତୁରନ୍ତ ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ।

Leave a Comment

Your email address will not be published. Required fields are marked *

Scroll to Top