ଖୋର୍ଦ୍ଧାରେ ପ୍ରଶାନ୍ତକୁ ହରାଇବାକୁ ଷଡ଼ଯନ୍ତ୍ର । କାଳୁ ଖଣ୍ଡାୟତରାୟ ଙ୍କୁ ନେଇ ଏମିତି କହିଦେଲେ କାଳିଆ ଷଣ୍ଢ ।
ଖୋର୍ଦ୍ଧା ଗଡ଼ର ଟାଣୁଆ ନେତା କାଳୁ ଖଣ୍ଡାୟତ ରାୟ । ଦଳ ଧୋକା ଦେଲା ପରେ ସ୍ୱାଧୀନ ଭାବରେ ବିଧାୟକ ପ୍ରାର୍ଥୀରେ ଛିଡ଼ା ହୋଇଛନ୍ତି । କାଳୁଙ୍କୁ ସମର୍ଥନ ଦେଉଛି ଖୋର୍ଦ୍ଧା ସହିତ ପୁରା ରାଜ୍ୟ । ହଜାର ହଜାର ଲୋକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରୁଛନ୍ତି କାଳୁ । କାଳୁ ଖଣ୍ଡାୟତ ରାୟଙ୍କର ପ୍ରଚାରରେ କମ୍ପୁଛି ଖୋର୍ଦ୍ଧା ଗଡ଼ । ହଜାର ହଜାର ଲୋକ କାଳୁ ଖଣ୍ଡାୟତ ରାୟଙ୍କୁ ସମର୍ଥନ ଜଣାଉଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ବଡ଼ ବଡ଼ ନେତା ମାନଙ୍କ ହୋସ ଉଡ଼ାଇ ଦେଲେଣି କାଳୁ ଖଣ୍ଡାୟତ ରାୟ ।
ସେ ଅପରାଜିତା ହୁଅନ୍ତୁ କି ପ୍ରଶାନ୍ତ ଜଗଦ୍ଦେବ ସମସ୍ତଙ୍କୁ ସେ ଟକ୍କର ଦେବେ ବୋଲି କହିଛନ୍ତି କାଳୁ ଖଣ୍ଡାୟତରାୟ । କହିଛନ୍ତି କି ଖୋର୍ଦ୍ଦାଗଡ଼ ରେ ଲୋକ ଭଲ ଭାବରେ ଜାଣିଛନ୍ତି କାହାକୁ ଭୋଟ ଦେବେ । ହାତ ଯୋଡ଼ି ତାଙ୍କୁ ଭୋଟ ଦେବା ପାଇଁ ସେ ବୁଲି ବୁଲି ଭୋଟ ଭିକ୍ଷା କରୁଛନ୍ତି । କାଳୁଙ୍କ ସାଙ୍ଗରେ ବୁଲୁଛନ୍ତି କମେଡ଼ିଆନ ଆର୍ଟିଷ୍ଟ କାଳିଆ ଷଣ୍ଢ ଏବଂ ଓଡ଼ିଆ ଅଭିନେତ୍ରୀ ପ୍ରଜ୍ଞା ପ୍ରଧାନ । ହଁ ଆଜ୍ଞା ତାଙ୍କ ପାଇଁ ପ୍ରଚାର କରୁଛନ୍ତି କାଳିଆ ଷଣ୍ଢ I ଆଉ ମଜା ମଜା କଥା କହି ଲୋକଙ୍କୁ କାଳୁଙ୍କ ଆଡ଼କୁ ଟାଣି ଆଣୁଛନ୍ତି ।
କାଳିଆ ଷଣ୍ଢ ମିଡ଼ିଆ ସାମ୍ନାରେ କହିଛନ୍ତି ଖୋର୍ଦ୍ଦାର ଜନତା ମାନଙ୍କ ମନରେ ଗୋଟାଏ ପ୍ରଶ୍ନ ଯେ ଖୋର୍ଦ୍ଦା ମାଟିର ବିକାଶ କେମିତି ହେବ । କେବଳ ଗୋଟିଏ ଲୋକ କାଳୁ ଭାଇ ଆସିବ ମାନେ ଖୋର୍ଦ୍ଧା ମାଟିର ଉନ୍ନତି ହେବ । ତେଣୁ କାଳୁ ଭାଇଙ୍କୁ ହିଁ ଜିତାଇବା ଏହି ଇଲେକ୍ସନରେ । କାଳୁଙ୍କର ପ୍ରଚାର୍ ଦେଖି ପ୍ରଶାନ୍ତ ଜଗଦ୍ଦେବ ପୂରା ଘାଇଲା ହୋଇ ଗଲେଣି । କାରଣ ପ୍ରଶାନ୍ତ ଧୋକା ଦେଇଛନ୍ତି କାଳୁ ଖଣ୍ଡାୟତ ରାୟଙ୍କୁ । ବିଜେପିରୁ ଛିଡ଼ା ହେବେନି କହି ବିଧାୟକ ପ୍ରାର୍ଥୀ ଭାବରେ ଛିଡ଼ା ହେଲେ ।
ସୂଚନା ମୁତାବକ ବିଜେପିରୁ ଟିକେଟ ନମିଳିବା ପରେ ଇସ୍ତଫା ଦେଇ ସ୍ୱାଧୀନ ଭାବେ ଲଢିବାକୁ ନାମାଙ୍କନ ଭରିଥିଲେ କାଳୁ । କାଳୁଙ୍କୁ ସମର୍ଥନ କରୁଥିବା କର୍ମୀ ଦିନେ ଅପରାଜିତାଙ୍କ ସମର୍ଥକ ଥିଲେ । ସେଥିପାଇଁ କୁହାଯାଉଛି ଏଥର ଇଲେକ୍ସନରେ ସମୀକରଣ ବିଗାଡି ଦେଇପାରନ୍ତି କାଳୁଚରଣ ଖଣ୍ଡାୟତ ରାୟ । ସେପଟେ ପ୍ରଶାନ୍ତ ଜଗଦେ୍ଦବଙ୍କ ରଣନୀତି ମଧ୍ୟ ଟଳମଳ । ଗତଥର ବିଜେପି ଟିକେଟରେ ଲଢିଥିବା କାଳୁ ଚରଣ ଖଣ୍ଡାୟତ ରାୟ ଅପରାଜିତାଙ୍କ ପାଇଁ ଏବେ କଣ୍ଟା ହେବାକୁ ଯାଉଛନ୍ତି । ଯେଉଁଥିପାଇଁ ଅପରାଜିତା ଟେନସନରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି ।