ଜଣା ପଡ଼ିଲା ଓଡ଼ିଶାର ଏହି ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଆଗୁଆ ସତର୍କ କରାଇଲା ପାଣିପାଗ ବିଭାଗ ।
ଜଣା ପଡ଼ିଲା ଏଇଠି ହିଁ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଓଡ଼ିଶାର ଏହି ଜିଲ୍ଲାକୁ ଆଗୁଆ ସତର୍କ କରାଇଲାଣି ପାଣିପାଗ ବିଭାଗ । ଭୟଭୀତ ନ ହୋଇ ସାବଧାନ ରହିବାକୁ ଦିଆଗଲା ପରାମର୍ଶ । ବାତ୍ୟା ବାତ୍ୟା ଓ ବାତ୍ୟା । ଯୁଆଡ଼େ ଦେଖିବ ବାତ୍ୟାର ଭୟ । ଏବେ ଠାରୁ ଲୋକମାନେ ବାତ୍ୟାକୁ ନେଇ ଭୟଭୀତ ହୋଇ ଯାଇଥିବା ଦେଖିବାକୁ ମିଳୁଛି ।
କିନ୍ତୁ ଏପର୍ଯ୍ୟନ୍ତ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ଆସି ପାରୁନି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ହିସାବରେ ୨୪ରୁ ୨୬ ତାରିଖ ମଧ୍ୟରେ ନେଇପାରେ ବାତ୍ୟାର ରୂପ । ଆନ୍ଧ୍ର ଓ ପୁରୀ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ ଆଶଙ୍କା । ପାଣିପାଗ ବିଭାଗ କହିଲା, ବାତ୍ୟା ନେଇ କରିହେବନି ପୂର୍ବାନୁମାନ, ଘୂର୍ଣ୍ଣିବଳୟ ପରେ ସ୍ପଷ୍ଟ ହେବ ଚିତ୍ର । ଆଜ୍ଞା ହଁ ବନ୍ଧୁଗଣ ଆସୁଛି କି ବଡ଼ ବାତ୍ୟା । ବଙ୍ଗୋପ ସାଗରରେ ସମ୍ଭାବ୍ୟ ଲଘୁଚାପକୁ ନେଇ ବିଭିନ୍ନ ମଡେଲର ଭିନ୍ନ ଭିନ୍ନ ଆକଳନ । କେତେକ ମଡେଲ କହୁଛି, ଲଘୁଚାପ ଅଧିକ ଘନୀଭୂତ ହୋଇ ୨୪ ରୁ ୨୫ ତାରିଖ ବେଳକୁ ଭୀଷଣ ବାତ୍ୟା ରୂପ ନେବ ।
ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଉତ୍ତର-ପଶ୍ଚିମ ମୁହାଁ ହୋଇ ଆନ୍ଧ୍ର ଓ ପୁରୀ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ । କିନ୍ତୁ ଭାରତୀୟ ପାଣିପାଗ ବିଭାଗ କହୁଛି ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ଏହା ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି ।
କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ପରେ ଏହା ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଏକ ଅବପାତରେ ପରିଣତ ହୋଇପାରେ । ତେବେ ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇଁ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଏଥିସହ ଅଯଥାରେ ଭୟଭୀତ ନହେବାକୁ ମଧ୍ୟ ଲୋକଙ୍କୁ ଦିଆଯାଇଛି ପରାମର୍ଶ ।