ଆମକୁ କହୁଛନ୍ତି ଇଲେକ୍ସନ ସରୁ ଖାଲି ମୁଣ୍ଡ ଗଡିବ

।କାଲି ସେ ବିଜେପିର ପୋଷ୍ଟର ଲାଗିଥିଲା। ବିରୋଧୀ ଦଳ ଆସିକି ଚିରାଚିରି କଲେ। ଚିରିବା ପାଇଁ ମନା କଲା ବେଳକୁ କହୁଛନ୍ତି ଇଲେକ୍ସନ ସରୁ ତମ କଥା ବୁଝାଯିବ। ସେମାନେ ଆମ ପୋଷ୍ଟର ଚିରି ତାଙ୍କ ପୋଷ୍ଟର ଲଗାଉଥିଲେ । ଆଉ ଖରାପ ଭାଷା ସବୁ ସୋଧିଲେ । ମୁଁ କହିବାରୁ ମୋ ଉପରେ ଚାର୍ଜ। ତାପରେ ଆମର ସାହିଲୋକ, ସ୍ତ୍ରୀ ଲୋକ ସବୁ ବାହାରିଲେ ଛଡ଼ାଛଡ଼ି କରିବା ପାଇଁ। ସେ ସାଙ୍ଗେ ସାଙ୍ଗେ ଆମ ଏରିଆ ଅପରେଟରଙ୍କୁ ଫୋନ୍ କଲେ। ତାଙ୍କୁ ବାଡ଼େଇକି ମୋତେ ବି ବାଡ଼େଇଲେ। କହିଲା ମଧୁ ପଠେଇଛି ତମକୁ ବାଡ଼େଇବା ପାଇଁ।

ଆଉ ଏଇକ୍ଷଣିକ ଡାକିବି ସମସ୍ତଙ୍କୁ। ସେମାନେ ସମସ୍ତେ ଆସିଥିଲେ ଆମକୁ ରାତିରେ ବାଡ଼େଇବା ପାଇଁ। ସେମାନେ ସମସ୍ତଙ୍କୁ ପଠେଇଲା ପରେ ସେଥିପାଇଁ ଆମେ ଆସିଲୁ ଏଠି କେଶ୍ ଦେବା ପାଇଁ। ଏପର୍ଯ୍ୟନ୍ତ ଆମର କେଶ୍ ଲେଖୁ ନାହାଁନ୍ତି କି ଆମକୁ ପେପର୍ ଦେଉ ନାହାନ୍ତି ଲେଖିବା ପାଇଁ। ଆମକୁ ନେଇ ଗଲେ କୁଆଡ଼େ ଗୋଟେ ସେଇ ଥାନାକୁ କାରଣ ଆମେ ଗରିବ ଲୋକ ଆମେ କିଛି ଜାଣିନୁ। ଜାଣିନୁ ବୋଲି ଆମକୁ ଗୋଟେ ଜାଗାକୁ ନେଇ ଗଲେ ପୁଣି ଆଣିକି ଏଠି ଛାଡ଼ି ଦେଇ ଗଲେ। ଆଉ ଏଠି ମ୍ୟାଡ଼ାମ କହୁଛନ୍ତି ଏଠି କଣ ପାଇଁ ବସିଛ ଏଠୁ ଉଠିକି ପଳାଅ।

ଓଡ଼ିଶା ପୋଲିସ ଉପରେ ଆମର କିଛି ଭରସା ନାହିଁ। ଆମର କେନ୍ଦ୍ର ପୋଲିସ୍ ସେଇଠିକି ହିଁ କୁହନ୍ତୁ। କାହିଁକି ନା ଖଲ୍ଲିକୋଟରେ ଯେମିତି ହେଇଛି ଆମ ଅବସ୍ଥା ବି ସେମିତି ହେଇଯିବ। ଏବେ ଖାଲି ଦାଦାଗିରି ଏଇ ସବୁ ଚାଲୁଛି। ମୁଁ ନିଜେ ଠିଆ ହୋଇଛି ମୋ ସ୍ଵାମୀକୁ ମୋ ସାମ୍ନାରେ ଠେଲା ପେଲା କରି ମାରୁଛନ୍ତି। ଏଇଟା କରିବାଟା ତାଙ୍କ ପାଇଁ ଠିକ୍। ଆଉ ଆମ ପାଇଁ କିଛି ନ୍ୟାୟ ନାହିଁ ଆମେ ଗରିବ ବୋଲି। ଏଇ ଭଳିଆ ସବୁ କରିଛନ୍ତି ତାଙ୍କୁ ଆଉ କହିବୁ କଣ।କାହିଁକି ନା ମୋ ସ୍ବାମୀ ପୋଷ୍ଟର ମାରିଥିଲେ। ଆମେ ଦିଜଣ ବାହାରେ ବାସିଛୁ। ସେଇପଟେ ଦେଇ ଯାଇ ଯାଇ କହିଲେ କି ଇଲେକ୍ସନଟା ସରିଯାଉ ଏଇ ଯେଉଁ ୪୬ନଂ ୱାର୍ଡ ଅଛି ୭ନଂ ବସ୍ତିରେ ଯେତିକି ବିଜେପି କର୍ମୀ ଅଛନ୍ତି ତାଙ୍କର ସବୁ ମୁଣ୍ଡ ଗଡ଼ିବ।

ମଧୁର ଟେବୁଲ୍ ଉପରେ ସବୁ ମୁଣ୍ଡ ଥୁଆ ହେବ। ଆଉ ଏଇ ଭଳିଆ ଭାଷା କହି ସେମାନେ ପଳେଇଲେ। ଆମେ ଦିଜଣ ଯାକ ସ୍ଵାମୀ ସ୍ତ୍ରୀ ରାତି ସାଢ଼େ ଗୋଟେରେ ବାହାରେ ବସିଛୁ କାରଣ ଘର ଭିତରେ ଗରମ ଲାଗୁଛି। ସେତିକି ବେଳେ ସିଏ ଆସି କଣ କଲା ନା ପୋଷ୍ଟର ଚିରି ଦେଲା। ଇଏ ପଚାରିଲେ ପୋଷ୍ଟର କଣ ପାଇଁ ଚିରିଲୁ। ଏଇ କଥା ପଚାରିବାରୁ ମୋ ସ୍ଵାମୀଙ୍କୁ କି ମାଡ଼ ମାରିଲେ ଆଉ ମୁଁ ବାହାରିବାରୁ ମୋତେ ବି ମାରିଲେ। ମୋ ତଣ୍ଟି ଚିପିଦେଲେ। ଏବେ ଖାଲି ସେଠିକାର ଲୋକ କହୁଛନ୍ତି ମୁଣ୍ଡ ଗଡ଼େଇ ଦେବୁ ଆମେ। ଆମକୁ ନ୍ୟାୟ ଦରକାର। କିଏ ଦବ ଆମକୁ ନ୍ୟାୟ।

Leave a Comment

Your email address will not be published. Required fields are marked *

Scroll to Top