ବ୍ରହ୍ମପୁରରେ କମ ଭୋଟିଂ ଫଳରେ କିଏ ଜିତିବାର ସମ୍ଭାବନା ଅଧିକ ଖୋଲି କହିଲେ ସନ୍ଦୀପ ସାହୁ ।

ବନ୍ଧୁଗଣ ଓଡିଶାରେ ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୮ ଜିଲ୍ଲାରେ ୪ ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ତେବେ ୪ ସଂସଦୀୟ କ୍ଷେତ୍ର ଲାଗି ମୈଦାନରେ ୩୭ ପ୍ରାର୍ଥୀ ଥିବା ବେଳେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ପ୍ରତିଦ୍ବନ୍ଦ୍ବିତା କରିଥିଲେ ୨୪୩ ପ୍ରାର୍ଥୀ । ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ରାଜ୍ୟରେ ୪ ସଂସଦୀୟ କ୍ଷେତ୍ରରେ ମୋଟ ୬୪.୨୩ ପ୍ରତିଶତ ମତଦାନ ହୋଇଛି ।

ଆଜ୍ଞା ହଁ ଭୋଟ ଦେଉଛି ଓଡିଶା । ଆଉ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସୂତ୍ରରୁ ଏହି ସୂଚନା ମିଳିଛି ଯେ ଏପର୍ଯ୍ୟନ୍ତ କଳାହାଣ୍ଡିରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠାରୁ କମ ମତଦାନ ହୋଇଛି । ନିକଟରେ ବ୍ରହ୍ମପୁରରେ କିଏ ଜିତିବ ତାକୁ ନେଇ ବିଶିଷ୍ଟ ରାଜନୀତି ବିଶେଷଜ୍ଞ ସନ୍ଦୀପ ସାହୁ ନିଜର ମତ ରଖିଛନ୍ତି । ସେ କହିଛନ୍ତି ନିର୍ବାଚନରେ ସବୁ ଦଳ କୁହନ୍ତି କାହାକୁ ନକହିବା ପାଇଁ ମନା ନାହିଁ । ସେମାନେ ଅତି ବାହାସ୍ପୂଟ ମାରିବା ଭଳି ବୟାନ ଦିଅନ୍ତି ଆଉ ପ୍ରଧାନମନ୍ତ୍ରୀ ମଧ୍ୟ ସେଇୟା କରିଛନ୍ତି ।

କିନ୍ତୁ ଏଇଟା ସତ ଯେ ତାଙ୍କୁ ଏଥର ବୋଧେ ହୃଦବୋଧ ହୋଇଛି ଯେ ତାଙ୍କର କ୍ଷମତାକୁ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି । ସେ ଆହୁରି କହିଛନ୍ତି ଦେଖନ୍ତୁ ବରମ୍ପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାହା ଭୋଟିଂ ହୋଇଛି ୬୩% ଫାଇନାଲ ହେଇଛି । ଏବଂ ଯେଉଁଟା ଅତ୍ୟନ୍ତ ନୈରାଶ୍ୟଜନକ କୁହାଯାଇ ପାରିବ କାହିଁକି ନା କାଲି ଯେଉଁ ୪ଟି ଲୋକସଭା କ୍ଷେତ୍ର ଭିତରେ ନିର୍ବାଚନ ହୋଇଛି ତାର ଆଭେରେଜ୍ ହେଉଛି ୭୩% ।

ଯାହାକି ନିଶ୍ଚିତ ଭାବରେ ଗଣତନ୍ତ୍ର ପାଇଁ ଗୋଟେ ଶୁଭ ସୂଚନା ନୁହେଁ । ଏଠି ଜଣା ପଡୁଛି ଯେ ଲୋକଙ୍କ ମଧ୍ୟରେ ଭୋଟକୁ ନେଇ କରି ଖୁବ୍ ବେଶୀ ଆଗ୍ରହ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ନାହିଁ । ଏହା ହିଁ ଦର୍ଶାଉଛି ଗତକାଲିର ମତଦାନ । ତେବେ ଆଗକୁ କିଏ ଜିତିବ ସେ ବିଷୟରେ ଭବିଷ୍ୟବାଣୀ କରିବା ଟା ଅତ୍ୟନ୍ତ ମୂର୍ଖାମୀ ହେବ କିନ୍ତୁ ଏତିକି କୁହାଯାଇ ପାରିବ ଯେ ବିଜେଡ଼ିର ପଲ୍ଲା ସାମାନ୍ୟ ଟିକେ ଭାରି ଅଛି ବୋଲି ସନ୍ଦୀପ ସାହୁକହିଥିଲେ ।

Leave a Reply

Your email address will not be published. Required fields are marked *