ନିଜ ବ୍ରେକ ଅପ୍ ବିଷୟରେ କହିଲେ ପୁନମ

ମୁଁ ଆଉ ରିଲେଶନସିପ୍ ନାହିଁ। ସିଧା ବାହା ହେଇ ଯିବି। ଆଉ ବୟସ ନାହିଁ ରିଲେଶନସିପର। ସେ ବ୍ରେକଅପ୍,ପେଚଅପ୍,ଲିଭା ଲିଭି ଆଉ ନାହିଁ। ମୋତେ ସେବେ ବ୍ୟାକଟୁ ବ୍ୟାକ୍ ଏତେ ସିନେମା ଅଫର୍ ଆସିଥିଲା ସେଇ ଟାଇମରେ।ସେତେବେଳେ ଯିଏବି ଘରକୁ ଆସୁଥିଲା ବାପା ପୁରା ଷ୍ଟ୍ରିକ୍ଟଲି ମୋ ମାର୍କସିଟ୍ ନେଇ ଦେଖେଇ ଦେଉଥିଲେ । ଯେ ଏଇଟା ମୋ ଝିଅର ମାର୍କସିଟ୍। ମୋ ଝିଅ ହେଉଛି କ୍ଲାସରେ ଟପ୍ପର୍। ଆମ ଘରକୁ ଆପଣ ଆସୁଛନ୍ତି ଯଦି ଆସନ୍ତୁ। ଚାହା ପିଇକି ଯାଆନ୍ତୁ କିନ୍ତୁ ମୋ ଝିଅକୁ ସିନେମା ଇଣ୍ଡଷ୍ଟ୍ରିରେ ପୁରାନ୍ତୁନି।

‘ବାଇଶି ପାହାଚ’ କଲି, ‘ଲଭ୍ ମାଷ୍ଟର’ କଲି ତାପରେ ଲିପ୍ସା ଆସିଛନ୍ତି ଇଣ୍ଡଷ୍ଟ୍ରିକୁ। ତ ଲିପ୍ସା ବହୁତ୍ ଷ୍ଟ୍ରଗଲ୍ କରି ଆସିଛନ୍ତି କାହିଁକି ନା ଷ୍ଟ୍ରଗଲ୍ ମାନେ ପରିଶ୍ରମ। ସେ ଗୋଟେ ରିଆଲିଟି ଶୋ’ରୁ ଆସିଛି। ନାଁଟି ତାଙ୍କର ପୁନମ। କିନ୍ତୁ ସେ ଇଣ୍ଡଷ୍ଟ୍ରିର ଗୋଟେ ଜହ୍ନଟିଏ ପରି। କାହିଁକି ନା ଲୋକମାନେ ତାଙ୍କୁ ବହୁତ୍ ଭଲ ପାଆନ୍ତି। ତାଙ୍କ ଆକ୍ଟିଂକୁ ନେଇ। ଆମେ ସବୁବେଳେ ତାଙ୍କ ଆକ୍ଟିଂର ପ୍ରଶଂସା କରନ୍ତି ଏବଂ ତାଙ୍କୁ ଯେଉଁଠି ବି ଦେଖନ୍ତି ତାଙ୍କ ଅଭିନୟକୁ ବହୁତ୍ ଭଲ ପାଇବା ଦିଅନ୍ତି। ସେଥିପାଇଁ ସେ ‘ଚନ୍ଦ୍ରବଂଶୀ’ରେ ମଧ୍ୟ ଦେଖିବାକୁ ମିଳିବେ। ତାଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ। ଆଶା କରୁଛି ଆପଣ ‘ଚନ୍ଦ୍ରବଂଶୀ’ ନିହାତି ଭାବରେ ଦେଖିବାକୁ ଯିବେ ଏବଂ ତାଙ୍କୁ ମଧ୍ୟ ଆପଣ ଅନେକ ଦିନ ପରେ ଦେଖିବେ।

ରଜ କେଉଁ ଝିଅ ପାଳନ କରନ୍ତିନି। ପଛେ ଆମ ଝିଅମାନେ ବର୍ଷ ସାରା ନୂଆ ଡ୍ରେସ୍ ପିନ୍ଧୁ କିନ୍ତୁ ରଜରେ ସେଇ ଯେଉଁ ତିନି ଦିନ ନୂଆ ଡ୍ରେସ୍ ପିନ୍ଧିବା,ଘରେ ମାଆଙ୍କୁ ଜିଦି କରି ସବୁ ପିଠା କରିବା,ସାଙ୍ଗ ମାନଙ୍କ ସହିତ ବୁଲିବା ସେଇଟା ପିଲା ଦିନରୁ ଚାଲି ଆସିଛି। ମୁଁ ଛୁଆବେଳୁ ଏମିତିଆ, ମୁଁ ଇଣ୍ଡଷ୍ଟ୍ରିକୁ ଆସିଲା ପରେ ଚେଞ୍ଜ ହେଇଛି ନା କଣ । ମୁଁ ସବୁବେଳେ କହିବି କି ମୁଁ ଇଣ୍ଡଷ୍ଟ୍ରିରେ ବଡ଼ ହେଇଛି। ମୋର ଇଣ୍ଡଷ୍ଟ୍ରି ବାହାରେ ସାଙ୍ଗ ଏଇଥିପାଇଁକା ବହୁତ୍ କମ୍ ଅଛନ୍ତି। କାହିଁକି ନା ମୁଁ ଦଶମ ଶ୍ରେଣୀରୁ ଇଣ୍ଡଷ୍ଟ୍ରିରେ ଅଛି। ମୁଁ ବଡ଼ ହେଇଛି ଇଣ୍ଡଷ୍ଟ୍ରିରେ ।

ଯେଉଁମାନେ ମୋତେ ‘ବାଇଶି ପାହଚେ ଖେଳିବ ମୀନ’ରେ ଦେଖିଥିବେ ଏବଂ ଯେଉଁମାନେ ମୋତେ ଏବେ ଦେଖୁଛନ୍ତି ସେମାନେ ମୋତେ କେବେ କହିବେନି କି ମୁଁ କିଛି ପୋର୍ଟ୍ରେ କରୁଛି ଭଲ ହେବାର।ସେତେବେଳେ ମୋତେ ଇଣ୍ଡଷ୍ଟ୍ରି ବିଷୟରେ କିଛି ଜଣା ନଥିଲା। କଣ ହେଉଛି କଣ ନାଇଁ। କିନ୍ତୁ ହଁ ସେତେବେଳେ ଗୋଟେ ଗୋଲ୍ଡେନ୍ ଏରା ଥିଲା ଫିଲ୍ମ ଇଣ୍ଡଷ୍ଟ୍ରିର। ନିହାତି ଭାବରେ କହିବି ସେତେବେଳେ ଇଣ୍ଡଷ୍ଟ୍ରି ବହୁତ୍ ଅଧିକା ଭଲ ଥିଲା। ହୁଏତ ତା ପରେ ଲୋକମାନଙ୍କର ଅନେକ କମ୍ପ୍ଲେନ ଆସିଲା କି ଆମେମାନେ କପି ସିନେମା କରୁଛୁ। ସେଠି ବି ଆଉ ଲୋକମାନଙ୍କୁ ବି ଭୁଲ କହିହବନି କାରଣ ସେତେବେଳେ ଏମିତି ସୁବିଧା ନଥିଲା।

Leave a Reply

Your email address will not be published. Required fields are marked *