ବିଧାୟିକା ପ୍ରାର୍ଥୀ ଲତିକା ଦେଲେନି ଉତ୍ତର, ଧକିଆ ମାରିଲେ କର୍ମୀ

ବିଧାୟିକା ପ୍ରାର୍ଥୀଙ୍କ ରୋଡ଼୍ ଶୋ ବେଳେ ପାନୀୟ ଜଳ ସମସ୍ୟାକୁ ନେଇ ଦୁଇ ମହିଳା ସାମ୍ନାକୁ ଆସି ପଚାରିଥିଲେ। ହେଲେ ତାଙ୍କୁ ଏଭଳି ଧକ୍କା ମାରି ରାସ୍ତାରେ ଗଡ଼େଇ ଦିଆଗଲା। ଆଉ କୁଆଡ଼େ ବିଧାୟିକା ପ୍ରାର୍ଥୀ କହିଲେ ଗାଡ଼ି ଚଢ଼େଇ ଆଗକୁ ଚାଲ। ଭୁଲଉଛ ଏବେ। ପାଞ୍ଚ ବର୍ଷ ରହି କିଛି କାମ କରିନ ଆଉ ଲୋକ ତ ଏବେ ମରୁଛନ୍ତି। ପାଣିରୁ ପୋକ ବାହାରୁଛି। ପାଣିର ବ୍ୟବସ୍ଥା କିଛି କରିନ।

ହଁ ଆଜ୍ଞା ଯେଉଁ ମହିଳା ଜଣକ ଅଭିଯୋଗ ଆଣିଛନ୍ତି ସେ ମହିଳାଙ୍କୁ ଏହି ଦୃଶ୍ୟରେ ଥରେ ଦେଖନ୍ତୁ।ଯେତେବେଳେ ଶୋଭାଯାତ୍ରା ବାହାରି ଥିଲା ସେ ସାମ୍ନାକୁ ଆସି ଏଭଳି ପ୍ରଶ୍ନ ରଖିବାକୁ ଚାହିଁଥିଲେ। ହେଲେ କିଛି ଫରକ୍ ପଡ଼ି ନଥିଲା। ତାଙ୍କ ଉପରେ ବିଧାୟିକା ପ୍ରାର୍ଥୀଙ୍କ କର୍ମୀମାନେ ଚଢ଼ି ଯାଇଥିଲେ। ହଁ ଆଜ୍ଞା ଗତକାଲି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟ ନଗରର ବିଧାୟିକା ଲତିକା ପ୍ରଧାନ ତାଙ୍କ ନିର୍ବାଚନୀ ମଣ୍ଡଳୀ ବେଗୁନିଆପଡ଼ାରେ ରୋଡ଼୍ ଶୋ ନିଜର ଶକ୍ତି ପ୍ରଦର୍ଶନ କରି ତାଙ୍କ ସହଯୋଗୀ ଓ ସମର୍ଥକମାନଙ୍କୁ ନେଇ ନିର୍ବାଚନ ପ୍ରଚାରକୁ ବାହାରି ଥିଲେ।

ଆଉ ହଠାତ୍ ଦୁଇ ମହିଳା ପିଙ୍କି ରାଉତ ଓ ଛାୟା ବେହେରା ନିର୍ବାଚନୀ ଶୋଭାଯାତ୍ରା ମଧ୍ୟକୁ ଚାଲି ଆସି ବେଗୁନିଆପଡ଼ା ପଞ୍ଚାୟତକୁ ଆମ ଓଡ଼ିଶା,ନବୀନ ଓଡ଼ିଶା ଯୋଜନାରେ ଆସିଥିବା ପଚାଶ ଲକ୍ଷ ଟଙ୍କାର କିଭଳି ବିନିଯୋଗ କଲେ ଓ କାହିଁକି ପାନୀୟ ଜଳର ସମସ୍ୟା ସୁଧୁରି ନାହିଁ ବୋଲି ପଚାରି ଥିଲେ। ତେବେ ଏହି ବିଧାୟିକା ଚଢ଼ା ଗଳାରେ ଉକ୍ତ ମହିଳାଙ୍କୁ ହଟିଯିବା ପାଇଁ କହିବା ସହ ଦେଖି ନେବେ ବୋଲି କୁଆଡ଼େ ଧମକ ଦେଇଥିଲେ। ତେବେ ଶୋଭାଯାତ୍ରାରେ ଥିବା ତାଙ୍କ ସମର୍ଥକ ପୁରୁଷମାନେ ଉକ୍ତ ମହିଳା ଦୁଇ ଜଣଙ୍କୁ ଧକ୍କା ମାରିବା ସହ ମାଡ଼ ମାରି ଆହତ କରିଥିଲେ। ତଳେ ପଡ଼ି ଯାଉଛନ୍ତି ମହିଳା ଦୁହେଁ। ତେବେ ଆହତ ମହିଳାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିତ୍କିସା ପାଇଁ ଅଣା ଯାଇଥିଲା।

ତେବେ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବସ୍ଥାରେ ମହିଳା ଦୁଇ ଜଣଙ୍କୁ ବିଧାୟିକା ଶ୍ରୀମତୀ ପ୍ରଧାନ ଗାଡ଼ି ଚକଟି ଦେଇ ମାରି ଦେବାକୁ କୁଆଡ଼େ ଧମକ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ମୁଁ କଣ ବେଗୁନିଆପଡ଼ାରେ ଭୋଟର ନୁହେଁ କି,ମୋର କଣ ପଚାରିବାରେ ଅଧିକାର ନାହିଁ କି।ଆମେ କଣ ଗାଁର ନାଗରିକ ନୁହେଁ। ଆମର କଣ ପଚାରିବାରେ ଅଧିକାର ନାହିଁ।ତେବେ ଏହିଭଳି ଘଟଣାକୁ ନେଇ ସାଧାରଣରେ ଆଲୋଚନା ଜୋର୍ ଧରିଥିବା ବେଳେ ଏ ନେଇ ବେଗୁନିଆପଡ଼ାରେ କୌଣସି ଏତଲା ଦାଖଲ ହୋଇ ନଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *