ଦୁର୍ଘଟଣା ପରେ ମୋ ସ୍ବାମୀ ମୋତେ ଜାଣି ପାରୁନଥିଲେ । କହୁଥିଲେ ମୋ ସ୍ତ୍ରୀ ସୁନ୍ଦର ଏ ତାକୁ ମାରି ଦେଇଛି” : ସରୋଜିନୀ ରଥ।

ବୋଧହୁଏ ତାଙ୍କ ଜାଗାରେ ଆଉ କୌଣସି ନାରୀ ଥିଲେ ସେ ହାର ମାନି ଯାଇ ସାରିଥାନ୍ତା । ଘର ଭିତରେ ବସିରହି କବାଟକୁ ବନ୍ଦ କରି ନିଜେ ନିଜେ କାନ୍ଦିଥାନ୍ତା । ହେଲେ କହିବୁନି ଯେ ସେ କାନ୍ଦି ନାହାଁନ୍ତି ବୋଲି । ନିହାତି ଭାବରେ କାନ୍ଦିଛନ୍ତି କିନ୍ତୁ ତାପରେ ମଧ୍ୟ ପୁଣିଥରେ ଛିଡ଼ା ହୋଇଛନ୍ତି ଆଉ ଦୁନିଆ ଆଗରେ ଦେଖେଇ ଦେଇଛନ୍ତି ଜଣେ ନାରୀ କେବେ ବି ସହଜରେ ହାର୍ ମାନିନଥାଏ ଯଦି ତା ମନବଳ ଦୃଢ଼ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ କଥା କହିବାକୁ ଯାଉଛୁ ଯାହାଙ୍କୁ ଆପଣ ସୋସିଆଲ ମିଡ଼ିଆରେ ସବୁବେଳେ ଦେଖନ୍ତି ଆଉ ନିଜ ମନର ଅନେକ ପ୍ରଶ୍ନର ଉତ୍ତର ତାଙ୍କ ସ୍ପିଚ ଦ୍ଵାରା ଦୂର କରିପାରନ୍ତି ।

ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ମୋଟିଭେସନାଲ୍ ସ୍ପିକର ଆଉ ଜଣେ ଶିକ୍ଷୟିତ୍ରୀ ମଧ୍ୟ । ନାଁ ତାଙ୍କର ସରୋଜିନୀ ରଥ । ନିକଟରେ ଏକ ସାକ୍ଷାତକାର ସମୟରେ ନିଜ ଲାଇଫ୍ ବିଷୟରେ ସେ କିଛି ଜଣା ଅଜଣା କଥା ସେୟାର୍ କରିଥିଲେ ।

ତେବେ ସରୋଜିନୀ କହିଥିଲେ ସେ ଏବେ ସତରେ ହଁସୁଛନ୍ତି ଆଗଭଳି ଆଉ ତାଙ୍କ ଜୀବନରେ ସେମିତି କିଛି ଦୁଃଖ ନାହିଁ । ଦୁଃଖ ସମୟ ଗୋଟେ ଆସିଥିଲା ତାଙ୍କ ଜୀବନରେ । ପ୍ରକୃତରେ ସେ ଗୋଟେ ବହିରେ ପଢ଼ିଥିଲେ ଯେ ଯେତେବେଳେ ବର୍ଷା ହୁଏ ତ ସେହି ବର୍ଷାକୁ ଛତା କେବେ ବନ୍ଦ କରେନି ଆମକୁ କେବଳ ବର୍ଷାରୁ ରକ୍ଷା କରେ ଛତା । ସେମିତି ଭଗବାନ୍ କେବେ ଆମର ବିପଦକୁ ବନ୍ଦ କରନ୍ତି ନାହିଁ । ବିପଦ ଯେମିତି ହେଲେ ଆସିବ କିନ୍ତୁ ସେହି ବିପଦ ସହ ଲଢ଼ିବା ପାଇଁ ଭଗବାନ୍ ଶକ୍ତି ଦିଅନ୍ତି । ଏବେ ବର୍ତ୍ତମାନ୍ ସେହି ସମୟ ଭିତରେ ଯେ ସେ ଚାଲିଥିଲେ ସେ ସମୟ ଆଉ ତାଙ୍କର ନାହିଁ ।

ଏବେ ସେ ବହୁତ୍ ଖୁସି ଆହୁରି ମଧ୍ୟ ଅନେକ ଦର୍ଶକ ତାଙ୍କ ଭିଡ଼ିଓକୁ ଦେଖୁଛନ୍ତି ଆଉ ଅନେକ ଭଲ ପାଇବା ମଧ୍ୟ ଦେଇଛନ୍ତି । ଆଉ ତାଙ୍କ ସ୍ଵାମୀ ମଧ୍ୟ ଏବେ ଭଲ ଅଛନ୍ତି । ୫ବର୍ଷ ତଳ ଅର୍ଥାତ୍ ୨୦୧୯ ମସିହାରେ ଏକ ଦୁର୍ଘଟଣା ହୋଇଥିଲା । ସେ ଆଉ ତାଙ୍କ ସ୍ଵାମୀ ଭୁବନେଶ୍ଵର ଯେତେବେଳେ ଆସୁଥିଲେ ଭାଇକୁ ଦେଖା କରିବାକୁ ସେତେବେଳେ ଦୁର୍ଘଟଣାରେ ଦୁଇଜଣ ପଡ଼ି ଯାଇଥିଲେ । ଆଉ ତାଙ୍କର ଆଉ ତାଙ୍କ ସ୍ବାମୀଙ୍କ ରକ୍ତସ୍ରାବ ଜୋର୍ ହେଉଥିଲା । କେହି ସାହାର୍ଯ୍ୟ କରିବାକୁ ମଧ୍ୟ ଆସିନଥିଲେ । ହେଲେ ପୋଲିସ୍ ତାଙ୍କୁ ହସ୍ପିଟାଲ୍ ନେଇଥିଲେ । ଆଉ ସେହି ଦୁର୍ଘଟଣା ପରେ ତାଙ୍କ ସ୍ବାମୀ ତାଙ୍କୁ ଜାଣି ପାରୁନଥିଲେ । କହୁଥିଲେ ମୋ ସ୍ତ୍ରୀ ସୁନ୍ଦର ଏ ତାକୁ ମାରି ଦେଇଛି ଆଉ ଘରର ଏ ଚାକରାଣୀ ବୋଲି କହିଥିଲେ ବୋଲି ଖୁଲାସା କରିଥିଲେ ସରୋଜିନୀ ।

Leave a Reply

Your email address will not be published. Required fields are marked *