ଯଦି ଜୁନ ୯ ତାରିଖରେ ନବୀନ ବାବୁ ଶପଥ ନନିଅନ୍ତି, ତାହେଲେ ମୁଁ ରାଜନୀତି ଛାଡ଼ିଦେବି। କାର୍ତ୍ତିକ ପାଣ୍ଡିଆନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁହେଁ ମୁହେଁ ଶୁଣାଇଲେ ପାଣ୍ଡିଆନ। କହିଲେ ନବୀନ ଜୁନ ୯ରେ ଶପଥ ନନଲେ ମୁଁ ରାଜନିତୀ ଛାଡ଼ିଦେବି। ମୁଁ ଯୋଉଟା କହିଛି ସେଇୟା ହିଁ ହେବ।ମଞ୍ଚ ଉପରେ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ। କେନ୍ଦ୍ରମନ୍ତ୍ରୀଙ୍କୁ ହିସାବ ଦେଇ ବହେ କଥା ଶୁଣାଇଲେ। ଗୋଟି ଗୋଟି କରି ଖାତା କଲମରେ ଲେଖି ଆଣି ଝାଡୀ ଦେଇଗଲେ କହିଲେ ଜୁନ ୯ ତାରିଖରେ ବିଜେଡି ୩ ଚତୁରାଅଂଶରୁ ଅଧିକ ଆସନରେ ବିଜୟ ହାସଲ କରି ନବୀନ ପଟ୍ଟନାୟକ ରାଜ୍ୟର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଯଦି ଏହା ସତ ନହୁଏ ତେବେ ମୁଁ ରାଜନୀତିରୁ ସବୁଦିନ ପାଇଁ ସନ୍ୟାସ ନେଇଯିବି। ମୋତେ ରାଜନୀତିରେ କେହି ମଧ୍ୟ ଦେଖିବାକୁ ପାଇବେ ନାହିଁ। ମୁଁ ଯାହା କହୁଛି ସେଇୟା ହିଁ ହେବ। ହେଲେ ଯଦି ବିଜେପି ଓଡିଶାକୁ କ୍ଷମତାକୁ ନଆସେ। ତେବେ ଧର୍ମେନ୍ଦ୍ର ରାଜନୀତିରୁ ସନ୍ୟାସ ନେବେ କି ଏମିତି କହି ତେରଛା ବାଣ ମାରିଛନ୍ତି ପାଣ୍ଡିଆନ।

ହଁ ଆଜ୍ଞା ରାଜ୍ୟ ରାଜନୀତିକୁ ନେଇ ମାହଲ ପୁରା ସରଗରମ ହୋଇଛି। ମଞ୍ଚ ଉପରୁ ବହୁଛି ଆରୋପ ପ୍ରତ୍ୟରୋପର ଗଙ୍ଗା। ଧର୍ମେନ୍ଦ୍ର ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ବିଜେପିକୁ ଏମିତି କିଛି କଥା କହି ଶାଣିତ ଆକ୍ରମଣ କରିଛନ୍ତି ଭି.କେ ପାଣ୍ଡିଆନ|ବ୍ରଜରାଜନଗରକୁ ମୁଁ ହିସାବ ଦେବା ପାଇଁ ଆସିଛି। ୨୦୧୯ରେ ଆପଣ ଯାହାକୁ ସାଂସଦ ରୂପରେ ବାଛିଥିଲେ ସେ ଆପଣଙ୍କ ଗାଁକୁ ଏହି ୫ ବର୍ଷ ମଧ୍ୟରେ ଆସିଛନ୍ତି କି ଆପଣଙ୍କ ସୁବିଧା ଅସୁବିଧାରେ ଛିଡା ହୋଇଛନ୍ତି କି MP ଲ୍ୟାଣ୍ଡରେ କୋଟି କୋଟି ଟଙ୍କା ଆସିଥାଏ ହେଲେ ଆପଣଙ୍କ ପାଇଁ ସେହିସବୁ ଟଙ୍କା ଖର୍ଚ୍ଚ କରିଛନ୍ତି କି।

ବିଲକୁଲ ବି ଆପଣଙ୍କ ଗାଁକୁ ଆସିନାହାନ୍ତି କି ଆପଣ ମାନଙ୍କ ପାଇଁ ଟଙ୍କା ଖର୍ଚ୍ଚ କରି ନାହାଁନ୍ତି। ଜଣେ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସି ଲୋକମାନଙ୍କର ସୁବିଧା ଅସୁବିଧା ପାଇଁ ଆଲୋଚନା କରିବା କଥା ହେଲେ ଉକ୍ତ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବିଲକୁଲ ବି ଆସି ନାହାନ୍ତି ଆପଣଙ୍କ ସୁବିଧା ଅସୁବିଧା ନେଇ କଥାବାର୍ତ୍ତା ହେବା ପାଇଁ। ଏବେ ସେ ବିଧାୟକ ଭାବେ ଛିଡା ହୋଇଛନ୍ତି। ମୁଁ ଜାଣିଛି ଆପଣ ମାନେ ତାଙ୍କୁ ଉଚିତ ନ୍ୟାୟ ଦେବେ। ହେଲେ ଆପଣଙ୍କ ସାଙ୍ଗରେ ସବୁବେଳେ ଛିଡା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ହୀରାକୁଦ ଭୂମିହୀନ ମାନଙ୍କୁ ମିଳିଛି ପଟା। ୧୮ ଟି ପଞ୍ଚାୟତରେ ପଟା ବଣ୍ଟନ ହୋଇଛି। ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଆହୁରି ମଧ୍ୟ କହିଛନ୍ତି କି ଧର୍ମେନ୍ଦ୍ର ପ୍ରଧାନ ଗୋଟେ ପଞ୍ଚାୟତ କି ଗୋଟେ ୱାର୍ଡ ମେମ୍ବର ଜିତି ପାରୁନାହାଁନ୍ତି ହେଲେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କୁ ଦଳର ନେତା ମାନେ ବିଶ୍ୱାସ କରି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରୁନାହାନ୍ତି। ସେ ନିଜକୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଚ୍ୟାଲେଞ୍ଜ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଢେଙ୍କାନାଳରୁ ପ୍ରାର୍ଥୀ ହେବାକୁ ସେଠାରେ ୧୦ ବର୍ଷ ବୁଲିଲେ ଧର୍ମେନ୍ଦ୍ର।

ଏହି ୧୦ ବର୍ଷରେ ସେ ଢେଙ୍କାନାଳକୁ ୫୦୦ ଥର ଯାଇଛନ୍ତି। ହେଲେ ତାଙ୍କର ଢେଙ୍କାନାଳରୁ ଲଢ଼ିବାକୁ ସାହସ ଜୁଟାଇ ପାରିଲେ ନାହିଁ କାରଣ ସେ ଅନୁଭବ କଲେ କି ସେ ଢେଙ୍କାନାଳ ପାଇଁ ଏଇ ୧୦ ବର୍ଷରେ କିଛି କରିନଥିବାରୁ ତାଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି। ସେଥିପାଇଁ ସେ ଡରିକି ସମ୍ବଲପୁର ଚାଲିଗଲେ। ସେଠି ମଧ୍ୟ ନୂଆ ନୂଆ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ନବୀନ ପଟ୍ଟନାୟକ କିନ୍ତୁ ଓଡ଼ିଶାରେ ୨୪ ବର୍ଷ ଧରି ଶାସନ କରୁଛନ୍ତି। କିନ୍ତୁ ତାଙ୍କ ବିରୋଧରେ ଏ ଯାଏଁ ଜନ ମତ ସୃଷ୍ଟି ହୋଇନି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

Leave a Reply

Your email address will not be published. Required fields are marked *