ନୀଳଗିରିରେ ବିଜେପିର ରଣ ହୁଙ୍କାର । ପ୍ରଚାର ମଇଦାନରେ ଉତ୍ତରାଖଣ୍ଡର ପୂର୍ବତନ ମୂଖ୍ୟମନ୍ତ୍ରୀ।

ପାଖଉଛି ନିର୍ବାଚନ । ସରଗରମ ପ୍ରଚାର ମଇଦାନ । ଗାଁଠୁ ସହର ସବୁଠି ଜୋରଦାର ପ୍ରଚାର । ଭୋଟ ହାତେଇବାକୁ ଜନତାଙ୍କ ନିକଟତର ହେଉଛନ୍ତି ନେତା । ତେବେ ବନ୍ଧୁଗଣ ଆଗାମୀ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ପ୍ରସାର । ଆଉ ଏସବୁ ମଧ୍ୟରେ ଦିନକୁଦିନ ମଧ୍ୟ ରୋମାଞ୍ଚକର ହେଉଛି ବିଜେପି ଓ ବିଜେଡ଼ି ଲଢେଇ । ଆଉ ନିକଟରେ ନୀଳଗିରିରେ ଦେଖିବାକୁ ମିଳିଛି ବିଜେପିର ରଣ ହୁଙ୍କାର । ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ବିଭିନ୍ନ ସ୍ଥାନରେ ପଦଯାତ୍ରା କରିଛି । ହଁ ବନ୍ଧୁଗଣ ନୀଳଗିରି ବିଜେପି ଦଳ ତରଫରୁ ବିଭିନ୍ନ ସ୍ଥାନରେ ପଦଯାତ୍ରା ହୋଇଛି । ଆଉ ଏହି ପରିପ୍ରେକ୍ଷୀରେ ନୀଳଗିରି ବଣସୀମାରେ ଆୟୋଜିତ ଜନସଭାରେ ଯୋଗ ଦେଇଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ।

ଏହା ସହ ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ପ୍ରାର୍ଥୀ ପ୍ରାର୍ଥୀ ସନ୍ତୋଷ ଖଟୁଆ ଟୁଆ ଯୋଗ ଦେଇଛନ୍ତି । ତେବେ ଦେବଭୂମି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଦିନିକିଆ ନୀଳଗିରି ଗ୍ରସ୍ତରେ ଆସି ବିଜେପିର ବହୁ ରାଜନୈତିକ ସଭାରେ ଯୋଗ ଦେଇଛନ୍ତି ।

ଏହାସହ ଓଡ଼ିଶାରେ ପ୍ରାକୃତିକ ଭିତିଭୂମିର ସବୁ ସୁବିଧା ଥିବା ସତ୍ତ୍ୱେ ବି ଓଡିଶା ଆଗେଇବାରେ ବାଧକ ଭିଜନ ବିହୀନ ସରକାର ଯୋଗୁଁ ବୋଲି ମନ୍ତ୍ୟବ ରଖିଛନ୍ତି । ମଜବୁର ନୁହଁ ମଜବୁତ ସରକାର ଆବଶ୍ୟକ ବୋଲି କହିଛନ୍ତି । ତେବେ ସୂଚନାନୁଯାୟୀ, ନୀଳଗିରି ୧୧ ଓ ୧୨ ନଂ ଜୋନରେ ବାଇକ ଶୋଭାଯାତ୍ରା ଓ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପ୍ରତାପ ଷଡ଼ ଷଡ଼ଙ୍ଗୀ ।

ସେ କହିଛନ୍ତି ଯେ, ନବୀନ ଇଞ୍ଜିନ ଏକ୍ସପାରି ହୋଇଗଲାଣି । ଆଉ କାମ କରୁନି । ଉପାଡିକି ଫିଙ୍ଗିଦେବା ପାଇଁ ଉପସ୍ଥିତ ଜନତାଙ୍କୁ କହିଛନ୍ତି ପ୍ରତାପ ଷଡ଼ଙ୍ଗୀ । ଏହାସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ଡବଲ ପଦ୍ମ ଫୁଲରେ ରେ ଭୋଟ ମଧ୍ୟ ଦେବାକୁ ଅନୁରୋଧ କରି କହିଛନ୍ତି ପ୍ରତାପ ଷଡଙ୍ଗୀ । ସେହିପରି ଓଡ଼ିଆ କହି ପାରୁନ‌ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପରେ ପ୍ରବଳ ବର୍ଷିଥିଲେ ଉତ୍ତରାଖଣ୍ଡ ଖଣ୍ଡର ପୂର୍ବତମ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ । ସେହିପରି ନୀଳଗିରି ଜନତାଙ୍କ ଆଶୀର୍ବାଦ ଦରକାର ବୋଲି କହିଥିଲେ ଶ୍ରୀ ଖଟୁଆ ।

Leave a Reply

Your email address will not be published. Required fields are marked *