ବିଜେଡି ସଭାରେ ଫୁଙ୍କିଲେ ଶଙ୍ଖ ପକାଇଲେ ହୁଳହୁଳି ଗଲା ଚାକିରୀ I ସଭାରୁ ଫେରିଲା ବେଳକୁ ଆଉ କିଛି ନାହିଁ I

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଚାକିରିରୁ ହେଲେ ବିଦା । ଶଙ୍ଖ ଫୁଙ୍କି ଓ ହୁଳହୁଳି ପକାଇ ବିଦାହେଲେ ୨ ସିଆରପି । ୨ ସିଆରପି ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବସନ୍ତିଆଙ୍କୁ ବିଦା କରାଯାଇଛି । ଅଭିଯୋଗ ପରେ ଉଭୟଙ୍କୁ ବିଦା କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ । ଏକ ନିର୍ବାଚନୀ ସଭାରେ ଉଭୟ ଶଙ୍ଖ ଫୁଙ୍କିବା ସହ ପକାଇଥିଲେ ହୁଳହୁଳି । ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ । ଆଜ୍ଞା ହଁ ବନ୍ଧୁଗଣ ନିର୍ଵାଚନ ପାଇଁ ସରଗରମ ରାଜ୍ୟ ରାଜନୀତିର ମାହୋଲ । ନିର୍ବାଚନୀ ସଭାରେ ଶଙ୍ଖ ଫୁଙ୍କିବା ପାଇଁ ଚାଲିଗଲା ୨ ଜଣଙ୍କ ଚାକିରି ।

ସୂଚନା ଅନୁସାରେ, ବିଜେଡ଼ିର ପାର୍ଟି ସମ୍ମିଳନୀ ନିର୍ବାଚନୀ ସଭାରେ ଦୁଇଜଣ କମ୍ୟୁନିଟି ରିସୋର୍ସ ପର୍ସନ ବା ସିଆରପି ଫୁଲ ପକାଇବା ସହ ଶଙ୍ଖ ଫୁଙ୍କିବା ଏବଂ ହୁଳୁହୁଳି ପକାଉଥିବା ଅଭିଯୋଗ ହୋଇଥିଲା ।  ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦୁଇଜଣ ମହିଳାଙ୍କର ଚାକିରୀ ଚାଲିଯାଇଛି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ମ୍ୟାଡାମ ହାତରେ ଶଙ୍ଖ ଧରିଛନ୍ତି ଆଉ ହୁଳହୁଳି ଦେବାରୁ ଏବେ ତାଙ୍କ ହାତରୁ ଚାକିରି ଗଲା ।

ବିଜେଡ଼ି କର୍ମୀ ସମ୍ମିଳନୀରେ ଯୋଗ ଦେଇ ଫୁଲ ପକାଇବା ହୁଳହୁଳି ଓ ଶଙ୍ଖ ଫୁଙ୍କିବାରୁ ୨ ସିଆରପିଙ୍କ ଚାକିରି ଚାଳିଗଲା । ତେବେ ଏହି ଦୁଇଜଣ ସିଆରପି ହେଉଛନ୍ତି, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତାଳସଂଗା ପଞ୍ଚାୟତର ପୁଷ୍ପାଞ୍ଜଳି ମହାନ୍ତି ଓ ମାର୍ଶାଘାଇ ବ୍ଲକର ନର୍ମଦା ବସନ୍ତିଆ । ଉଭୟ ଏକ ନିର୍ବାଚନୀ ସଭାରେ ଫୁଲ ପକାଇବା ସହ ଶଙ୍ଖ ଫୁଙ୍କିବା ଏବଂ ହୁଳହୁଳି ପକାଇଥିବା ଅଭିଯୋଗ ହୋଇଥିଲା ।

ତେବେ କେନ୍ଦ୍ରାପଡା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଅତିରିକ୍ତ ଉପଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେବା ପରେ ଉଭୟ ସିଆରପି ଙ୍କ ବିରୁଦ୍ଧରେ ଉପ-ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା କୌଣସି ମିଳିପାରି ନାହିଁ । ତେବେ ବିଜେଡ଼ିର କର୍ମୀ ସମ୍ମିଳନୀରେ ବହୁ ଟାଣୁଆ ବ୍ୟକ୍ତିମାନେ ସାମିଲ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *